ଶ୍ରୀମନ୍ଦିରରେ ପ୍ରଚଳିତ ‘ମଣୋହି’ ବ୍ୟବସ୍ଥା: ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆପଣାପଣିଆର ପ୍ରତୀକ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି କାନ୍ତି ଠାରୁ ଆରମ୍ଭ କରି ପ୍ରଚଳିତ ବିଧି-ବ୍ୟବସ୍ଥା ସବୁକିଛି ସ୍ବତନ୍ତ୍ର। ସେମିତି ଭକ୍ତି ଭାବନାରେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିବାକୁ କୁହାଯାଏ ‘ମଣୋହି’। ଏହିଭଳି ସାତପ୍ରକାର ମଣୋହି ବ୍ୟବସ୍ଥା ଶ୍ରୀମନ୍ଦିରରେ ପ୍ରଚଳିତ। ଯାହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆପଣାପଣିଆର ପ୍ରତୀକ ପାଲଟିଛି…

ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଆଙ୍କ ଆରାଧ୍ୟ ଦେବତା। ଏ ଜାତିର ପ୍ରାଣ ପରିଚୟ। ପୁଣି ଭାରତୀୟ ଉପାସନା ଧାରାରେ ମର୍ଯ୍ୟାଦାବନ୍ତ ଶ୍ରୀମନ୍ଦିରର ପରମ୍ପରା। ନୀତି କାନ୍ତି ଠାରୁ ଆରମ୍ଭ କରି ପ୍ରଚଳିତ ବିଧି-ବ୍ୟବସ୍ଥା ଏଠାରେ ସ୍ବତନ୍ତ୍ର। ଏହି କ୍ରମରେ କାହିଁ କେଉଁ କାଳରୁ ଏଠାରେ ଚାଲି ଆସିଥିବା ‘ଭୋଗ ଅର୍ପଣ ବ୍ୟବସ୍ଥା’ ବି ସାରା ଦେଶରେ ବିରଳ।


ଭକ୍ତି ଭାବନାରେ ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିବାକୁ କୁହାଯାଏ ‘ମଣୋହି’। ଏହିଭଳି ସାତପ୍ରକାର ମଣୋହି ବ୍ୟବସ୍ଥା ଶ୍ରୀମନ୍ଦିରରେ ପ୍ରଚଳିତ। ଏହି ‘ମଣୋହି’ ଶବ୍ଦ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହିଁ ହୋଇଯାଇଛି ଆପଣାପଣିଆର ପ୍ରତୀକ । ଓଡ଼ିଆ ଲୋକେ ନିଜ ଘରର ସଦସ୍ୟ ଭାବେ ଯେମିତି ମହାପ୍ରଭୁଙ୍କୁ ଖୁଆଇ ଦେଉଛନ୍ତି!


ଅମୃତ ମଣୋହି: ମହାପ୍ରଭୁଙ୍କ ରତ୍ନ ସିଂହାସନ ନିକଟରେ ହେଉଥିବା ଭୋଗ ଷୋଡ଼ଶ ଉପଚାରରେ କରାଯାଏ। ଆଉ ଭୋଗ ମଣ୍ଡପରେ ୫ ଉପଚାରରେ ଭୋଗ ଅର୍ପଣ ହୁଏ। ଏହି ନୈବେଦ୍ୟ ଅର୍ପଣ ପରେ ଏହାକୁ କୁହାଯାଏ ‘ମହାପ୍ରସାଦ’। ମହାପ୍ରସାଦର ମହନୀୟତା ଦୃଷ୍ଟିରୁ ଅର୍ପିତ ନୈବେଦ୍ୟ ଅମୃତ ବୋଲି ମହାଜନମାନେ ଗ୍ରହଣ କରିଥିଲେ। ତେଣୁ ତାହା ‘ଅମୃତ ମଣୋହି’ ଭାବେ ପ୍ରସିଦ୍ଧ। ଏହାକୁ ମଧ୍ୟ କୁହାଯାଏ ସଙ୍ଖୁଡ଼ି ମଣୋହି।
ଶୀତଳ ମଣୋହି: ଶ୍ରୀମନ୍ଦିରରେ ସଙ୍ଖୁଡ଼ି ମଣୋହି ପରି ରହିଛି ଶୀତଳ ମଣୋହି ବ୍ୟବସ୍ଥା । ରନ୍ଧା ନୈବେଦ୍ୟକୁ ସଙ୍ଖୁଡ଼ି ମଣୋହି ଏବଂ ଫଳମୂଳ, ଖଇକୋରା ତଥା ତଦ୍‌ଜାତୀୟ ନୈବେଦ୍ୟକୁ କୁହାଯାଏ ଶୀତଳ ମଣୋହି । ଏହି ଶୀତଳ ମଣୋହି ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ରଥ ଉପରେ ଶ୍ରୀବିଗ୍ରହମାନେ ଥିବାବେଳେ ସମ୍ପନ୍ନ ହୋଇଥାଏ। ଶ୍ରୀମନ୍ଦିର ଉପରେ ହୋଇଥିଲା ୧୮ଥର ଆକ୍ରମଣ। ଏହି ସମୟରେ ମହାପ୍ରଭୁ କେତେବେଳେ ନଦୀବକ୍ଷରେ, କେବେ ଚିଲିକା ବକ୍ଷରେ, କେବେ ଗିରିକନ୍ଦରରେ ତ କେବେ ପାହାଡ଼ ଗୁମ୍ଫାରେ, କେବେ ସୁଧାଲିପ୍ତ ମଣ୍ଡପରେ ତ କେବେ ଆଶ୍ରମରେ ପୁଣି କେବେ କୌଣସି ମନ୍ଦିରର ଜଗମୋହନରେ ଲୀଳା କରିଥିଲେ। ସେତେବେଳେ ବି ‘ଶୀତଳ ମଣୋହି’ ସମର୍ପିତ ହୋଇଥିବା କଥା ମାଦଳା ପାଞ୍ଜିରୁ ଜଣାଯାଏ।


ସର୍ପ ମଣୋହି: ଅନେକ ଆଲୋଚକ ‘ସର୍ପା ମଣୋହି’ ଶବ୍ଦ ବ୍ୟବହାର କରିଛନ୍ତି। ବାସ୍ତବରେ ଏହା ସର୍ପ ମଣୋହି। ସର୍ପ ହେଉଛି କୁଣ୍ଡଳିନୀ ଶକ୍ତିର ପ୍ରତୀକ। କୁଣ୍ଡଳିନୀ ଶକ୍ତିର ସାକାର ଏବଂ ନିରାକାର ରୂପ ହେଉଛନ୍ତି ମହାପ୍ରଭୁ। କୁଣ୍ଡଳିନୀକୁ ‘ବ୍ରହ୍ମ’ ସ୍ବରୂପରେ ଗ୍ରହଣ କରାଯାଏ। ସାକ୍ଷାତ୍‌ ବ୍ରହ୍ମଙ୍କୁ ଭକ୍ତିର ସହିତ ସମର୍ପିତ ଭୋଗ ହିଁ ସର୍ପ ମଣୋହି ଭାବେ ବିଦିତ। ଭୋଗ ସମର୍ପଣ କଲାବେଳେ କୁଣ୍ଡଳିନୀ ମୁଦ୍ରାରେ ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ। ଆଡ଼ପ ମଣ୍ଡପରେ, ରଥ ଉପରେ, ରଥଦାଣ୍ଡରେ ଏବଂ ଜଗମୋହନରେ ଏହିପରି ମଣୋହି ହୋଇଥାଏ। ବଡ଼ଦାଣ୍ଡରେ ପୋଡ଼ପିଠା ଭୋଗ ମଧ୍ୟ ଏହି ମଣୋହିରେ ଅର୍ପଣ କରାଯାଇଥାଏ। ଭକ୍ତମାନେ ବଡ଼ଦାଣ୍ଡରେ ରଥ ଉପରେ ମହାପ୍ରଭୁ ବିଜେ କରିଥିବାବେଳେ ଯେଉଁ ଭୋଗ ଅର୍ପଣ କରନ୍ତି ତାହା ମଧ୍ୟ ସର୍ପ ମଣୋହି ପଦବାଚ୍ୟ।


ଚକ୍ର ମଣୋହି: ଶ୍ରୀମନ୍ଦିରରେ ଶ୍ରୀ ଚକ୍ରରାଜ ପ୍ରତିନିଧି ଭାବେ ଶ୍ରୀଜଗନ୍ନାଥଙ୍କ ଜଗତମଙ୍ଗଳ ଲୀଳା କରିଥାନ୍ତି। ତେଣୁ ଶ୍ରୀମନ୍ଦିର ଉପରେ ଥିବା ‘ନୀଳଚକ୍ର’ ଶ୍ରୀ ଚକ୍ରରାଜଙ୍କ ସହିତ ସମାନ ମର୍ଯ୍ୟାଦାରେ ଭକ୍ତ ଭକ୍ତିଭାବ ସମର୍ପିତ କରିଥାଏ। ଶାସ୍ତ୍ରରୁ ଜଣାପଡ଼େ ୬ଷ୍ଠ ଶତକରେ ଏହି ପରମ୍ପରା ଥିଲା। ସାଧୁ, ସନ୍ଥ ଓ ଭକ୍ତ ଦୂରରୁ ନୀଳଚକ୍ରଙ୍କୁ ପ୍ରଣାମ କରି ମହାପ୍ରଭୁଙ୍କ ପ୍ରତି ଭକ୍ତି ନିବେଦନ କରିଥାନ୍ତି। ତାମିଲନାଡୁର ଅଲଓ୍ବାର ସମ୍ପ୍ରଦାୟର ସାଧୁମାନେ ନୀଳଚକ୍ରଙ୍କୁ ଦୂରରୁ ଦର୍ଶନ କରି ଭାବାବେଶ ହୋଇଯାଇଥିଲେ। ଯାହାର ପ୍ରମାଣ ସଂସ୍କୃତ ଏବଂ ତାମିଲ ସାହିତ୍ୟରେ ବହୁଳ ଭାବେ ବର୍ଣ୍ଣନା କରାଯାଇଛି। ଶ୍ରୀଜଗନ୍ନାଥଙ୍କ ପ୍ରତି ଉଦ୍ଦେଶ୍ୟ ରଖି ନୀଳଚକ୍ରଙ୍କୁ ଯେଉଁ ଭୋଗ ଅର୍ପଣ କରାଯାଏ, ତାହାକୁ ଚକ୍ର ମଣୋହି କୁହାଯାଏ। ନୀଳଚକ୍ର ଦିଶୁ ନ ଥିବା ସ୍ଥାନରେ ମଧ୍ୟ ଭକ୍ତ ବାହାରକୁ ଆସି ଚକ୍ର ମଣୋହି କରାଇଥାନ୍ତି। ଓଡ଼ିଶାରେ ବାଟପୂଜା ପରମ୍ପରାରେ ମଧ୍ୟ ନୀଳଚକ୍ରଙ୍କୁ ଅନେକେ ଚକ୍ର ମଣୋହି କରିଥାନ୍ତି। ପ୍ରାଚୀନ କାଳରୁ ଓଡ଼ିଶାରେ ପୁରୁଣା ଜଗନ୍ନାଥ ସଡ଼କ ଉପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଭୋଗ ଅର୍ପଣ କରାଯାଉଥିଲା ତାହାକୁ ମଧ୍ୟ ଚକ୍ର ମଣୋହି କହିପାରିବା। ବର୍ତ୍ତମାନ ମଧ୍ୟ ଓଡ଼ିଶାରେ ବାଟ ପୂଜା ପରମ୍ପରା ପ୍ରଚଳିତ ଅଛି। ଶ୍ରଦ୍ଧାର ସହିତ ନିଜ ଉତ୍ପାଦିତ ଦ୍ରବ୍ୟକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଲମ୍ବିଥିବା ରାସ୍ତା ଉପରେ ଚକ୍ର ମଣୋହି ପରମ୍ପରାରେ ଉତ୍ସର୍ଗ କରିଥାନ୍ତି।


ବିମ୍ବଳୀ ମଣୋହି: ଆଦି ଶଙ୍କରାଚାର୍ଯ୍ୟ ଘୋଷଣା କରିଥିଲେ ପୁରୁଷୋତ୍ତମ ପୀଠର ଅଧିଷ୍ଠାତ୍ରୀ ହେଉଛନ୍ତି ମା’ ବିମଳା। ଦେବୀ ବିମଳା ଶ୍ରୀମନ୍ଦିର ବାହାର ବେଢ଼ାର ଦକ୍ଷିଣ- ପଶ୍ଚିମ କୋଣରେ ବିଜେ କରିଛନ୍ତି। ତନ୍ତ୍ର ପରମ୍ପରାରେ ମା’ଙ୍କୁ ‘ଭୈରବୀ’ ରୂପେ ଗ୍ରହଣ କରାଯାଇଛି। ଦେବୀ ବିମଳାଙ୍କ ପାଖରେ ଶାରଦୀୟ ପୂଜା ଅବସରରେ ୩ଦିନ ସଙ୍ଖୁଡ଼ି ଭୋଗ ହୋଇଥାଏ। ଆଉ ୩୬୨ ଦିନ ଶୀତଳ ଭୋଗ ହୁଏ। ପୁରୀ ଭାଷାରେ ତାଙ୍କୁ ବିମଳାଈ ବା ବିମ୍ବଳୀ କୁହାଯାଏ। ତେଣୁ ତାଙ୍କ ପ୍ରତି ପ୍ରଦତ୍ତ ଭୋଗକୁ ବିମ୍ବଳୀ ମଣୋହି କୁହାଯାଇଥାଏ।
ଅଶୋକା ମଣୋହି: ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ଘରେ ଶ୍ରୀଲୋକନାଥ ମହାଦେବ ବିଜେ କରିଛନ୍ତି। ସେ ହେଉଛନ୍ତି ଭଣ୍ଡାର ରକ୍ଷକ। ଅଶୋକାଷ୍ଟମୀ ଦିନ ଶ୍ରୀଲୋକନାଥ ନୀତି ସମ୍ପାଦନ ପାଇଁ ଶ୍ରୀଜଗନ୍ନାଥବଲ୍ଲଭ ମଠକୁ ବିଜେ କରିଥାନ୍ତି। ସେଠାରେ ଯେଉଁ ନୈବେଦ୍ୟ ବଢ଼ାଯାଏ, ତାହାକୁ ‘ଅଶୋକା ମଣୋହି’ କୁହାଯାଏ। ଓଡ଼ିଶାର ପ୍ରସିଦ୍ଧ ଚାରି ଅଷ୍ଟମୀ ଯଥା- ପ୍ରଥମାଷ୍ଟମୀ, ଜନ୍ମାଷ୍ଟମୀ, ମହାଷ୍ଟମୀ ଓ ଅଶୋକାଷ୍ଟମୀ ମଧ୍ୟରେ ଅଶୋକାଷ୍ଟମୀ ହେଉଛି ହରି-ହର ଉପାସନାର ପ୍ରତୀକ। ସାଂସ୍କୃତିକ ସହାବସ୍ଥାନ ଦୃଷ୍ଟିରୁ ହରିଙ୍କ ପରି ହରଙ୍କୁ ବି ସମାନ ମର୍ଯ୍ୟାଦା ଦିଆଯାଇ ଯେଉଁ ଭକ୍ତିର ନୈବେଦ୍ୟ ଦିଆଯାଏ, ତାହା ହିଁ ନ ଶୋକ ଅର୍ଥାତ ଦୁଃଖହରଣ କରିବାର ମଣୋହି।


ବୀର ମଣୋହି: ଏହି ମଣୋହି ପରମ୍ପରା ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ରଦେବଙ୍କ ସମୟରେ ଆରମ୍ଭ ହୋଇଥିଲା ବୋଲି ମତ ରହିଛି। ଗଜପତି କପିଳେନ୍ଦ୍ରଦେବ ବିଜୟନଗର ରାଜା ମଲ୍ଲିକାର୍ଜୁନଙ୍କୁ ପରାସ୍ତ କରି ଫେରିବା ପରେ ‘ପୁରୁଷୋତ୍ତମ କଟକ’ ଅର୍ଥାତ୍‌ ପୁରୀରେ ବୀର ମଣୋହି ଅନୁଷ୍ଠିତ କରାଇଥିଲେ। ପୌରବାସୀଙ୍କ ଉଦ୍ଦେଶ୍ୟରେ ହେଉଥିବା ଭୋଜିସଭାକୁ ‘ବୀର ମଣୋହି’ କୁହାଯାଏ। ବୀରତ୍ୱର ପରାକାଷ୍ଠା ଦେଖାଇ ଫେରିବା ପରେ ଏହା ହେଉଥିବାରୁ ଏହା ‘ବୀର ମଣୋହି’ ନାମରେ ପ୍ରସିଦ୍ଧ। ପୂର୍ବରୁ ଗଙ୍ଗବଂଶ ଅମଳରେ ହୁଏତ ଏହି ପ୍ରଥା ଥିବ। ସେମାନେ ବି ଅନେକ ବିଜୟଲାଭ କରି ଫେରିଛନ୍ତି। ତାହା ପୁରୀରେ କି କଟକ ବାରବାଟୀରେ ହେଉଥିଲା, ତାହାର ସୂଚନା ମିଳିନାହିଁ। ଶ୍ରୀମନ୍ଦିରର ଜୟବିଜୟ ଦ୍ୱାରରେ ଥିବା ଶିଳାଲେଖରୁ ଗଜପତି କପିଳେନ୍ଦ୍ରଦେବଙ୍କ ବିଷୟରେ ତଥ୍ୟ ମିଳୁଥିବାରୁ ତାହାକୁ ମାନକ ରୂପେ ଗ୍ରହଣ କରାଯାଇଛି।

ଅମୃତ ମଣୋହିରେ ଯାହା ବ୍ୟବହୃତ ହୁଏନି:
ମସଲା: ଲଙ୍କାଗୁଣ୍ଡ,ଗରମ ମସଲା,କଳାଜିରା,କାଜୁ,ଗୁଜୁରାତି।
ପରିବା: ବିଲାତି ଆଳୁ,ଟମାଟୋ,ସଜନାଛୁଇଁ,ଅମୃତଭଣ୍ଡା,ଲାଉ,ଭେଣ୍ଡି,ପିଆଜ,ଝୁଡଙ୍ଗ ଛୁଇଁ,କ୍ୟାପସିକମ୍‌,ରସୁଣ,କଞ୍ଚାଲଙ୍କା,ଫୁଲ ଓ ପତ୍ର କୋବି,ବିନ୍ସ,କଲରା,ବିଟ୍‌,ଗାଜର,ମଟରଛୁଇଁ,ପିଆଜ ଷଣ୍ଢା ଇତ୍ୟାଦି ।

ମଣୋହିରେ କାଙ୍କଣ ପରିବା
୧୭୩୧ ମସିହାରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେତେବେଳେ ଗଜପତି ଥିଲେ ରାମଚନ୍ଦ୍ର ଦେବ (୨ୟ)। ଏହି ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ସ୍ଥାନାନ୍ତର କରାଯାଇଥିଲା। ଭାର୍ଗବୀ ନଦୀ ପଥରେ ଚାପରେ ବସାଇ ପାଇକବାହିନୀ ଓ ସେବକମାନେ ମହାପ୍ରଭୁଙ୍କୁ ଚିଲିକା ବକ୍ଷକୁ ନେଇଯାଇଥିଲେ। ଚିଲିକା ଉତ୍ତର ପଟେ ଥିବା କାଙ୍କଣକୁଦରେ କିଛି ମାସ ଗୁପ୍ତରେ ରହିଥିଲେ। କାଙ୍କଣକୁଦର ନାମ କାଙ୍କଣ ଶିଖରୀ ବୋଲି କେତେକ ପୁସ୍ତକରେ ବର୍ଣ୍ଣନା ଅଛି। ନଅ ଏକର ପରିମିତ ଏହି କୁଦର ଚାରିପଟେ ଚିଲିକାର ଜଳରାଶି ଘେରି ରହିଛି। ୨୦୦୭ ମସିହାରେ ଶ୍ରାମନ୍ଦିର ପକ୍ଷରୁ ଆମେ ଅନୁସନ୍ଧାନ କରିବାକୁ ଯିବାବେଳେ ନିବିଡ ଅରଣ୍ୟ ବେଷ୍ଟିତ ତଥା ସର୍ପସଙ୍କୁଳ ଏହି କୁଦକୁ ଯାଇଥିଲୁ। ଅରଣ୍ୟ ମଝିରେ ଏକ ପଥର ମଣ୍ଡପ ଉପରେ ହାରାହାରି ୪ ମାସ ମହାପ୍ରଭୁ ରହିଥିବା ଜନଶ୍ରୁତି ଅଛି। ଏହି କୁଦରେ ପ୍ରଚୁର କାଙ୍କଣ ଫଳୁଥିବାରୁ ଏପରି ନାମକରଣ ହୋଇଥିଲା। କୁଦରୁ ଭିତର ପଟକୁ ୧ କିମି ଜଳପଥରେ ଗଲେ ମଧୁର ଝରଣା ପାଣି ଯେଉଁଠି ଜମା ହେଉଛି ତାହା ‘ଯମୁନା ନିର୍ଝର’ ଭାବରେ ପରିଚିତ। ଏଇଠାରୁ ନୌକାରେ ମଧୁର ଜଳ ଆଣି ସେବକମାନେ ମହାପ୍ରଭୁଙ୍କ ମଣୋହି ପ୍ରସ୍ତୁତ କରିବା ସହିତ ପୂଜାକାର୍ଯ୍ୟ ତୁଲାଉଥିଲେ। ସେତିକିବେଳେ ଗୁପ୍ତ ଉପାସନା କାଳରେ କୁଦରେ ମିଳୁଥିବା କାଙ୍କଣ ଫଳ ମଣୋହିରେ ବ୍ୟବହୃତ ହୋଇଥିଲା। ସେବେଠାରୁ ଶ୍ରୀମନ୍ଦିର ମଣୋହିରେ କାଙ୍କଣ ବ୍ୟବହୃତ ହେଉଅଛି। କବିବର ରାଧାନାଥ ରାୟ ତାଙ୍କର ଚିଲିକା କାବ୍ୟରେ ଲେଖିଛନ୍ତି…
‘ତରଙ୍ଗ ବେଷ୍ଟିତ କାଙ୍କଣ ଶିଖରୀ
ଆଦ୍ୟ ଫଳେ ଯାର ତରୀପୂର୍ଣ୍ଣ କରି
ବର୍ଷେ ବର୍ଷେ ହ୍ରଦ ବିହାରି ଧୀବରେ
ଆଦରେ ଫେରନ୍ତି ଲକ୍ଷ୍ମୀ ରୋଷ ଘରେ।’
-ଏ୍ୟତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର

-ବୀରଭଦ୍ର ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

IPLରୁ ବାଦ୍‌ ପଡ଼ିବା ପରେ ଚମକିଲା ମୁସ୍ତାଫିଜୁର ରହମାନଙ୍କ ଭାଗ୍ୟ

ନୂଆଦିଲ୍ଲୀ, ୫।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶରେ ବାଂଲାଦେଶର ଷ୍ଟାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ ରାଇଡର୍ସ ଦଳରୁ ମୁକ୍ତ କରାଯାଇଥିଲା। IPL…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri