ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା କଟକଣା : ଭକ୍ତଙ୍କୁ ଜରିମାନା, ସେବକଙ୍କୁ ମାଫ୍‌

ପୁରୀ ଅଫିସ,୧୨ା୮ : ପାନ, ଗୁଟ୍‌ଖା ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା ମନ୍ଦିର କର୍ମଚାରୀ କାହାରିକୁ ବାଦ୍‌ ଦିଆଯିବ ନାହିଁ। ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ପ୍ରବେଶ କରିଥିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଅଗଷ୍ଟ ୧ତାରିଖରୁ ଏହି ନିୟମ କଡ଼ାକଡ଼ିି ଭାବେ ଲାଗୁ ହୋଇଛି। ତେବେ ଏହା କ’ଣ କେବଳ ଭକ୍ତଙ୍କ ପାଇଁ ଲାଗୁ କି ବୋଲି ଉଠିଛି ପ୍ରଶ୍ନ। ଯେଉଁ ସେବକମାନେ ଶ୍ରୀମନ୍ଦିର ଭିତରେ ପାନ ଖାଉଛନ୍ତି ସେମାନଙ୍କୁ ମାଫ୍‌ କରିଦିଆଯାଉଥିବା ଅଭିଯୋଗ ହେଉଛି। ଠାକୁରଙ୍କ ପାଖରେ ସମସ୍ତେ ସମାନ। ଶ୍ରୀମନ୍ଦିରରେ ସ୍ବଚ୍ଛତା ପାଇଁ ଯଦି କିଛି ନିୟମ ଲାଗୁ ହେଉଛି ତାହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ବିଭିନ୍ନ ସ୍ଥାନରେ ପାନଛେପ ପଡ଼ିବା ପରେ ଏହାକୁ ଗୁରୁତ୍ୱର ସହ ନେଇଥିଲା ମନ୍ଦିର ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିଲା। ପାନ ଛେପ ପଡ଼ିଥିବା ସ୍ଥାନଗୁଡ଼ିକରେ ଚୂନଲେପ ଦିଆଯାଇ ସଫା କରାଯାଇଥିଲା। ମାତ୍ର ସ୍ଥିତିରେ ପରିବର୍ତ୍ତନ ଆସି ନ ଥିଲା। କିଛିଦିନ ପରେ ପୁଣି ପାନଛେପରେ ନାଲି ହୋଇଥିଲା ଅନେକ ସ୍ଥାନ। ତେଣୁ ଗତ ୨୯ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା, ପାନମସଲା ଖାଇ ବା ମନ୍ଦିର ଭିତରକୁ ନେଇ ଯାଇପାରିବେ ନାହିଁ। ପ୍ରବେଶ ପଥରେ ଯାଞ୍ଚ ହେବ। ଯଦି ଏସବୁ ଖାଇ କେହି ମନ୍ଦିର ଭିତରେ ଧରାପଡ଼ିିବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଅଗଷ୍ଟ ୧ରୁ କଟକଣାକୁ କଡ଼ାକଡ଼ିି ଲାଗୁ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ସଂକ୍ରାନ୍ତରେ ସଚେତନତା ଲାଗି ଶ୍ରୀମନ୍ଦିର ଭିତର ସମେତ ଚାରିଦ୍ୱାରରେ ସୂଚନାଫଳକ ଲଗାଯାଇଛି। ତେବେ ଭକ୍ତ ଧରାପଡ଼ିିଲେ ଜରିମାନା ଆଦାୟ କରାଯାଉଛି। କିନ୍ତୁ ସେବକଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେଉ ନ ଥିବା ଅନେକ ଶ୍ର୍ରଦ୍ଧାଳୁ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ବେଢା ପରିସରରେ ହାତଗଣତି କେତେଜଣ ସେବାୟତ ପାନ ଖାଇ ବୁଲୁଛନ୍ତି। ସେମାନଙ୍କୁ ତାଗିଦ୍‌ କରାଯାଉ ନାହିଁ କିମ୍ବା ଜରିମାନା କଥା ବି କୁହାଯାଉନାହିଁ। କିନ୍ତୁ କେହି ଭକ୍ତ ପାନ କିମ୍ବା ଗୁଟଖା ଖାଇ ଧରାପଡ଼ିଲେ ତାଙ୍କଠାରୁ ଜରିମାନା ଆଦାୟ ପାଇଁ ଜୁଲମ ହେଉଛି। ଶନିବାର ଶ୍ରୀମନ୍ଦିରକୁ ଆସିଥିବା କେନ୍ଦ୍ରାପଡ଼ାର ସୁରେନ୍ଦ୍ର ସ୍ବାଇଁ କହିଛନ୍ତି, ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏହାଦ୍ୱାରା ମନ୍ଦିର ପରିସର ସ୍ବଚ୍ଛ ରହିବ। ତେବେ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ଦରକାର। କିଛିଦିନ ଧରପଗଡ଼ ପରେ ବନ୍ଦ ହୋଇଗଲେ ଏହାର କୌଣସି ଅର୍ଥ ରହିବ ନାହିଁ। କେବଳ ଭକ୍ତ ନୁହଁନ୍ତି ସେବାୟତ ହୁଅନ୍ତୁ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ଯେଉଁମାନେ ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ଦରକାର। ଫଳରେ ଜଣେ ଦ୍ୱିତୀୟ ଥର ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ଯିବାକୁ ଚାହିଁବେ ନାହିଁ।
ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଅଗଷ୍ଟ ୧ ତାରିଖଠାରୁ ପାନ, ଗୁଟୁଖା କଣାକଣାକୁ କଡାକଡି ଭାବେ ଲାଗୁ କରାଯାଇଛି। ଅନେକ ଧରାପଡି ଜରିମାନା ଦେଲେଣି। ତେବେ ଯେଉଁମାନେ ଲୁଚେଇ ଛପେଇ ମନ୍ଦିର ବେଢା ପରିସରରେ ପାନ, ଗୁଟୁଖା ଆଦି ଖାଉଛନ୍ତି ସେମାନଙ୍କୁ ଅତିଶୀଘ୍ର ଠାବ କରାଯାଇ ଜରିମାନା ଆଦାୟ କରାଯିବ। ଯେଉଁଠି ଶ୍ରୀମନ୍ଦିରର ସ୍ବଚ୍ଛତା ଏବଂ ପବିତ୍ରତାର କଥା ଉଠୁଛି ତାହାକୁ ସ୍ବତଃପ୍ରବୃତ୍ତ ଭାବେ ସମସ୍ତେ ମାନିନେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଥର ପତାକା ଉତ୍ତୋଳନ କଲେ ବିଜୟ, ଆଗ ଧାଡିରେ ନଜର ଆସିଲେ ତ୍ରିଶା

ଚେନ୍ନାଇ,୧୫।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଫୋର୍ଟ ସେଣ୍ଟ ଜର୍ଜ କମ୍ପ୍ଲେକ୍ସରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ମାତାପିତା ଏବଂ ଘନିଷ୍ଠ ବନ୍ଧୁ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ବିକଶିତ ଭାରତ ପାଇଁ ମୋଦି ଦେଲେ ୭ ଫର୍ମୁଲା: ଜାଣନ୍ତୁ କ’ଣ କ’ଣ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ‘ଶକ୍ତିର ସପ୍ତଧାରା’ର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ନିର୍ମାଣ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri