ଶ୍ରୀମନ୍ଦିର ସୂଚନା କେନ୍ଦ୍ର ହେବ ଯାତ୍ରୀ ସହାୟତା କେନ୍ଦ୍ର

ପୁରୀ ଅଫିସ, ୩୧ା୭: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀମନ୍ଦିର ସମେତ ପୁରୀ ସହରର ଆଖପାଖ ଏବଂ ଜିଲାର ଅନ୍ୟ କେତେକ ଦର୍ଶନୀୟସ୍ଥଳ ସମ୍ପର୍କରେ ଜାଣିବାକୁ ଚାହିଁଥାନ୍ତି। ସେମାନେ ଘରୋଇ ଟୁର୍‌ ଅପରେଟର କିମ୍ବା ଅନ୍ୟ ଲୋକଙ୍କ ସହଯୋଗ ନେଉଥିବାବେଳେ ଏଥିପାଇଁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ତେଣୁ ପୁରୀକୁ ଆସୁଥିବା ଦର୍ଶନାର୍ଥୀମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନ କରି ଭଲ ଅନୁଭୂତି ସାଉଣ୍ଟି ଫେରିବେ ତା’ ଉପରେ ଗୁରୁତ୍ୱ ଦେଇଛି ଜିଲା ପ୍ରଶାସନ। ଏଥିପାଇଁ ଭିଜିଟର୍ସ ଫେସିଲିଟେଶନ ସେଣ୍ଟର ବା ଯାତ୍ରୀ ସହାୟତା କେନ୍ଦ୍ର ଖାଲିବାକୁ ନିଷ୍ପତ୍ତି ନେଇଛି। ଏହି କେନ୍ଦ୍ରର ସହାୟକମାନେ ଶ୍ରୀମନ୍ଦିର ସମେତ ଅନ୍ୟ ସ୍ଥାନର ମହତ୍ତ୍ୱ ଏବଂ ସେଠାକୁ ବୁଲିଯିବା ସମ୍ପର୍କରେ ଯାତ୍ରୀମାନଙ୍କୁ ସୂଚନା ଦେଇପାରିବେ। ଘରୋଇ ଅନୁଷ୍ଠାନକୁ ଏହାର ପରିଚାଳନା ଦାୟିତ୍ୱ ଦେବାକୁ ଆଲୋଚନା ହୋଇଥିବା ବେଳେ ୨୪ ଘଣ୍ଟିଆ ସେବା ମିଳିବ। ପ୍ରଶାସନ ପକ୍ଷରୁ ନିଯୁକ୍ତ ଜଣେ ଅଧିକାରୀ ଏହାର ତଦାରଖ କରିବେ। ତେବେ ଦୀର୍ଘବର୍ଷ ହେଲା ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କୁ ସେବା ଦେଉଥିବା ଯାତ୍ରୀ ପଣ୍ଡା ଏବଂ ଧୂଳିଆ ଚିନ୍ତିତ ହୋଇପଡିଛନ୍ତି। ସେମାନେ ଯାତ୍ରୀଙ୍କୁ ଶ୍ରୀମନ୍ଦିର ଓ ଅନ୍ୟ ଦର୍ଶନୀୟ ସ୍ଥାନ ବୁଲାଇ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ସେମାନଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେବାୟତ ଏହାକୁ ବିରୋଧ କରିଛନ୍ତି।
ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ। ଏହା ହିନ୍ଦୁ ଭକ୍ତମାନଙ୍କର ଏହି ପବିତ୍ର ସ୍ଥଳ। ପ୍ରତ୍ୟହ ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି ଶ୍ରୀମନ୍ଦିରକୁ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଥାନ୍ତି। ଶ୍ରୀମନ୍ଦିର ବ୍ୟତୀତ ଏହାର ଆଖପାଖରେ ପୁରୀ ବେଳାଭୂମି, କୋଣାର୍କ ମନ୍ଦିର, ଚିଲିକା ହ୍ରଦ ଏବଂ ଐତିହ୍ୟ ଗଁା ରଘୁରାଜପୁର ପ୍ରଭୃତି ପ୍ରମୁଖ ଦର୍ଶନୀୟ ସ୍ଥାନ ରହିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିସାରିବା ପରେ ଯାତ୍ରୀମାନେ ଏହିସବୁ ସ୍ଥାନକୁ ବୁଲି ଯାଇଥାନ୍ତି। ଯାତ୍ରୀମାନେ ଘରୋଇ ଟୁର୍‌ ଅପରେଟର କିମ୍ବା ସ୍ଥାନୀୟ ଲୋକଙ୍କଠାରୁ ଶ୍ରୀମନ୍ଦିର ଏବଂ ଅନ୍ୟ ଦର୍ଶନୀୟ ସ୍ଥାନକୁ ଯିବା ଲାଗି ସବିଶେଷ ବୁଝିଥାନ୍ତି। ତେଣୁ ଏହି ଯାତ୍ରୀମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଯାତ୍ରୀ ସହାୟତା କେନ୍ଦ୍ରର ପରିକଳ୍ପନା କରାଯାଇଛି। କେନ୍ଦ୍ରରେ ଯେ କେହି ପହଞ୍ଚତ୍ ସହାୟତା ପାଇପାରିବେ। ସ୍ଥାନଗୁଡ଼ିକ ସମ୍ପର୍କର ସୂଚନା, ଏହାର ମହତ୍ତ୍ବ, ନିକଟସ୍ଥ ଦର୍ଶନୀୟ ସ୍ଥାନ କ’ଣ, ବୁଲିବା, ରହଣି ନିମନ୍ତେ ସୁବିଧା, ମନ୍ଦିରର ଦର୍ଶନ ବ୍ୟବସ୍ଥା ଆଦି ସହଜରେ ଜାଣିହେବ। ଏଥିଲାଗି ଶ୍ରୀମନ୍ଦିର ସୂଚନା କେନ୍ଦ୍ରକୁ ଯାତ୍ରୀ ସହାୟତା କେନ୍ଦ୍ର କରିବା ଲାଗି ଯୋଜନା ହୋଇଛି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଆଶାୟୀ ଏଜେନ୍ସିଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ଏହି ନିଷ୍ପତ୍ତିକୁ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର ବିରୋଧ କରିଛନ୍ତି। ସେ କହିଛନ୍ତି, ଏ ନେଇ ପରିଚାଳନା କମିଟିରେ କୌଣସି ପ୍ରକାର ଆଲୋଚନା କରାଯାଇ ନାହିଁ। ଶ୍ରୀମନ୍ଦିର କୌଣସି ଦର୍ଶନୀୟ ସ୍ଥାନ ନୁହେଁ। ଏହାର ସ୍ବତନ୍ତ୍ର ପରମ୍ପରା, ଐତିହ୍ୟ ଓ ସେବାପୂଜା ରହିଛି। ଦର୍ଶନ ବ୍ୟବସ୍ଥା ମଧ୍ୟରେ କୌଳିକ ପଣ୍ଡାମାନେ କାହିଁ କେବେଠାରୁ ଯାତ୍ରୀ ପରିଚର୍ଯ୍ୟା କରିଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଜିଲା ପ୍ରଶାସନ ଯଦି ଏଥିରେ ହସ୍ତକ୍ଷେପ କରେ ତା’ହେଲେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ। ଏ ସମ୍ପର୍କରେ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ବର୍ତ୍ତମାନ ଯେଉଁ ସୂଚନା କେନ୍ଦ୍ର ରହିଛି ତାକୁ ଆହୁରି ସୁଦୃଢ କରିବାକୁ ପଡିବ। ଏହି କେନ୍ଦ୍ରରେ ଆହୁରି ୩/୪ ଜଣଙ୍କୁ ନିଯୁକ୍ତି ପାଇଁ ବିଜ୍ଞାପନ କରାଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri