ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଅଭିଯାନ: ଶଙ୍କରାଚାର୍ଯ୍ୟ, ସେବାୟତଙ୍କ ପରାମର୍ଶ ନିଅ

ନୂଆଦିଲ୍ଲୀ,୪-୧୦:ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଚ୍ଛେଦ ପୂର୍ବରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ କରିବାକୁ ସର୍ବୋଚ୍ଚ ଅଦାଲତ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ପୁରାତନ ମଠ ମନ୍ଦିର ଭଙ୍ଗାଯିବା ଠିକ୍‌ ନୁହେଁ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ର, ବିନୀତ ସରନ ଓ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଅନୁଭବ କରିଛନ୍ତି। ତେଣୁ ଉଚ୍ଛେଦ ଅଭିଯାନ ପୂର୍ବରୁ କେଉଁ ଅଟ୍ଟାଳିକା ଭଙ୍ଗାଯିବ ଓ କାହାକୁ ସଂରକ୍ଷିତ ରଖାଯିବ ସେ ନେଇ ବରିଷ୍ଠ ସେବାୟତଙ୍କ ସହ ସରକାର ବୈଠକ କରିବାକୁ ଖଣ୍ଡପୀଠ କହିଛନ୍ତି।
ପୁରାତନ ମଠ ଓ ମନ୍ଦିରଗୁଡ଼ିକୁ ଧ୍ୱଂସ କରିଦିଆଯାଉଛି। ଏହି କ୍ଷୁଦ୍ର ମନ୍ଦିରଗୁଡିକ ମୁଖ୍ୟ ମନ୍ଦିର ପାଇଁ ବହୁତ ସହାୟକ ଥିଲେ। ଐତିହାସିକ ଓ ଧର୍ମୀୟ ଗୁରୁତ୍ୱ ବହନ କରୁଥିବା ମଠ ମନ୍ଦିରଗୁଡ଼ିକୁ ଏଭଳି ଭାଙ୍ଗିଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଯଦି ଆପଣମାନେ ଏହି ସ୍ମାରକସ୍ଥଳୀଗୁଡ଼ିକର ସଂସ୍କୃତି ଓ ଗୁରୁତ୍ୱ ବୁଝିପାରୁନାହାନ୍ତି ତେବେ ଉଚ୍ଛେଦ ଅଭିଯାନ ପୂର୍ବରୁ ଧର୍ମୀୟ ପୂଜକମାନଙ୍କ ସହ ପରାମର୍ଶ କରନ୍ତୁ ବୋଲି ଖଣ୍ଡପୀଠ କହିଛନ୍ତି। ଏହା ଜୀବନ ଜୀବିକାର ପ୍ରଶ୍ନ। ଶହ ଶହ ବର୍ଷ ଧରି ସ୍ଥାନୀୟ ଲୋକେ ଶ୍ରୀମନ୍ଦିର ଚତୁଃପାର୍ଶରୁ ରୋଜଗାର କରିଆସୁଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଶଙ୍କରାଚାର୍ଯ୍ୟ ମଧ୍ୟ ସନ୍ତୁଷ୍ଟ ନୁହନ୍ତି ବୋଲି ଅଦାଲତ କହିଛନ୍ତି।
ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଭଙ୍ଗା ଅଭିଯାନ ସମ୍ପର୍କରେ ଆମିକସ୍‌ କ୍ୟୁରି ରଞ୍ଜିତ୍‌ କୁମାର ଅଦାଲତରେ ରିପୋର୍ଟ ଦାଖଲ କରିଥିଲେ। ସରକାରଙ୍କ ଉଚ୍ଛେଦ ଅଭିଯାନରେ ଆମିକସ୍‌ କ୍ୟୁରି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନ ଥିବା ରିପୋର୍ଟରେ ଜଣାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨ରେ ହେବ। ଶଙ୍କରାଚାର୍ଯ୍ୟ ଓ ବରିଷ୍ଠ ସେବାୟତମାନଙ୍କ ସହ ପରାମର୍ଶ କରି ଉପଯୁକ୍ତ ଉଚ୍ଛେଦ ଯୋଜନା ସହ ଆସିବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କହିଛନ୍ତି। ନଚେତ୍‌ ଅଦାଲତ ଉଚ୍ଛେଦ ଅଭିଯାନର ଅନୁଧ୍ୟାନ ଲାଗି ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସହ ପରାମର୍ଶ କରିବେ ବୋଲି ଆବେଦନକାରୀଙ୍କ ଓକିଲ ସୂଚନା ଦେଇଛନ୍ତି। ପୁରୀରେ ଥିବା ଗୁରୁଦ୍ୱାର ଉଚ୍ଛେଦ ବନ୍ଦ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଖଣ୍ଡପୀଠ ଏଥିପାଇଁ କୌଣସି ଲିଖିତ ନିର୍ଦ୍ଦେଶନାମା ଦେଇନାହାନ୍ତି। ତେବେ ଉକ୍ତ ଧାର୍ମିକ ପୀଠକୁ ଭଙ୍ଗାଯିବ ନାହିଁ ବୋଲି ଅଦାଲତ ଆବେଦନକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

CJPକୁ ନବୀନଙ୍କ ସମର୍ଥନ ନେଇ ବର୍ଷିଲେ ଭର୍ତ୍ତୃହରି, କହିଲେ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ…

ଭୁବନେଶ୍ୱର,୨୨ା୭: ସିଜେପିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମର୍ଥନ ମନ୍ତବ୍ୟକୁ ନାପସନ୍ଦ କରିଛି ଭାଜପା। ଏକ ପ୍ରେସମିଟ୍‌ କରି କଡ଼ା ଜବାବ ଦେଇଛନ୍ତି ଭାଜପାର ବରିଷ୍ଠ ଏମ୍‌ପି…

CJP ଆଗରେ ନଇଁଲେ ମୋଦି ସରକାର! କହିଲେ ଯାହା ଚାହିଁବେ…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ CJP (କକରୋଚ୍ ଜନତା ପାର୍ଟି) ତରଫରୁ ଜାରି ରହିଥିବା ପ୍ରତିବାଦ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ନିଜର ପ୍ରସ୍ତୁତି ଦେଖାଇଛନ୍ତି। ସରକାରୀ…

ପଞ୍ଚସଖା ସ୍ମୃତି ପାଠାଗାର ଅସୁରକ୍ଷିତ: ଉପରୁ ଖସିଲା ସିଲିଂ, କର୍ମଚାରୀ କହିଲେ…

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସତ୍ୟବାଦୀ ଅଞ୍ଚଳର ଏକମାତ୍ର ପୁରାତନ ସରକାରୀ ପାଠାଗାର ପଞ୍ଚସଖା ସ୍ମୃତି ପାଠାଗାରରେ ଦୀର୍ଘଦିନ ହେଲା ଦୁରାବସ୍ଥା ଲାଗିରହିଛି। ମଙ୍ଗଳବାର ଲଗାଣ ବର୍ଷାରେ…

ମହାକାଳଙ୍କ ଶରଣରେ କାର୍ତ୍ତିକ

ମୁମ୍ବାଇ:ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟ୍ୟନ୍‌ଙ୍କୁ ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚନ୍ଦୁ ଚାମ୍ପିୟନ’(୨୦୨୪) ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହା ତାଙ୍କର ପ୍ରଥମ ଜାତୀୟ ପୁରସ୍କାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri