ପରଜଙ୍ଗ,୪।୧୦ (ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଖାଲପାଳ ଗ୍ରାମ ନିକଟ ଶାଖା କେନାଲ ମଧ୍ୟକୁ ଗୁରୁବାର ରାତିରେ ଏକ ଛୁଆ ହାତୀ ଖସିପଡିଛି। କେନାଲର ଉଭୟ ପାର୍ଶ୍ୱ କଂକ୍ରିଟ ହୋଇଥିବାରୁ ହାତୀଟି ବାହାରି ପାରୁ ନ ଥିବା ବେଳେ ମା’ ହାତୀ ଜଗି ରହିବା ସହ ଉଠାଇବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି। ଖବରପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ ମଧ୍ୟ ମା’ ହାତୀ ଆକ୍ରମଣ ଉଦ୍ୟମ କରୁଥିବାରୁ ଭୟରେ ସେମାନେ ଉଦ୍ଧାର ପାଇଁ କେନାଲ ନିକଟକୁ ଯାଇପାରୁ ନାହାନ୍ତି। ପରିସ୍ଥିତି ଉପରେ ମହାବିରୋଡ଼ ରେଞ୍ଜର ସୁବ୍ରତ କୁମାର ବେହେରା, ଡେପୁଟି ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ଓ ହାତୀ ସ୍କ୍ବାଡ୍ ନଜର ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ପରମହଂସପୁର ଅଞ୍ଚଳରେ ଏକ ଦନ୍ତା ହାତୀ ଉପଦ୍ରବ ଚଳାଇଛି। ଖବରପାଇ ସେଠାକୁ ଯାଉଥିଲେ ବି ଗାଡି କାଦୁଅରେ ଫସିଯିବାରୁ ସେ ଘଟଣାସ୍ଥଳରେ ପହଞ୍ଚି ପାରି ନ ଥିବା ଫରେଷ୍ଟର ରାମଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …
ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…
ସତ୍ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ
ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…
୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…
ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…
କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ
କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…
ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…
ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…
‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’
ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…
ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ
କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…
ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …
୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…
Archives

