ଶ୍ରୀଜଗନ୍ନାଥଙ୍କ ପ୍ରସ୍ଥାନ, ପ୍ରତ୍ୟାବର୍ତ୍ତନ ନାହିଁ: ଗବେଷକ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ପ୍ରଭୁ ଶ୍ରୀଜଗନ୍ନାଥ ମାନବସମାଜକୁ ସଂସ୍କାରିତ ଜୀବନର ବାର୍ତ୍ତା ଦେଇଥାନ୍ତି। ଦେବତା ହୋଇ ମଧ୍ୟ ମାନବସମାଜର ଧର୍ମ, କର୍ମ, କର୍ତ୍ତବ୍ୟ ଓ ପରିପାଳନର ସନ୍ଦେଶ ଦିଅନ୍ତି। ତାଙ୍କର ରୀତିନୀତି, ପୂଜା-ପରମ୍ପରାରେ ମାନବୀୟ ଲାଳାଖେଳାର ଚିତ୍ର ପ୍ରକାଶ ପାଇଥାଏ। ସେଥିପାଇଁ ସେ ପୁରୁଷୋତ୍ତମ ଓ ସଚ୍ଚିଦାନନ୍ଦ। ସେ ଚିରକାଳ ରହସ୍ୟମୟ। ଏପର୍ଯ୍ୟନ୍ତ ସୁଦ୍ଧା କେହି ତାଙ୍କ ରହସ୍ୟ ଭେଦ କରିପାରିନାହାନ୍ତି। ତାଙ୍କ ପ୍ରତି ଭାବନା ଓ ଭାବ ବ୍ୟକ୍ତ କରିବା ଦୁଇଟି ଭିନ୍ନ ତତ୍ତ୍ବ। ପ୍ରଭୁ ଜଗନ୍ନାଥ ହିଁ ଆନନ୍ଦମାର୍ଗର ଉତ୍‌ପ୍ରେରକ। ସୋମବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୀଳାଦ୍ରିବିଜେ ଉପଲକ୍ଷେ ରାଜ୍ୟ ଅଭିଲେଖାଗାରରେ ଜଗନ୍ନାଥଙ୍କ ସମ୍ପର୍କିତ ପ୍ରଦର୍ଶନୀ ଓ ଆଲୋଚନାଚକ୍ରରେ ଯୋଗଦେଇ ବିଶିଷ୍ଟ ଜଗନ୍ନାଥ ଗବେଷକମାନେ ଏହି ମତ ଦେଇଛନ୍ତି।
ଜଗନ୍ନାଥ ସଂସ୍କୃତି ଗବେଷକ କୃପାସିନ୍ଧୁ ମିଶ୍ର କହିଥିଲେ, ଶ୍ରୀଜଗନ୍ନାଥ ରଥଯାତ୍ରାରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ମାନବସମାଜକୁ ପ୍ରେମମୟ କରିବାର ବାର୍ତ୍ତା ଦେଇଛନ୍ତି। ଦୁଇ ବାହୁ ଟେକି ସେ ଆନନ୍ଦ ଭାବରେ ଦାନ କରିବା ଶିଖାଇଛନ୍ତି। ରଙ୍ଗିଆ ଅଧର ମାଧ୍ୟମରେ ପାର୍ଥିବ ଜୀବନର ଯାବତୀୟ ସାଂସାରିକ ଜଞ୍ଜାଳ ଓ ଦୁଃଖ ସତ୍ତ୍ବେ ହସିବା ଓ ହସାଇବାର ବାର୍ତ୍ତା ଦେଇଛନ୍ତି। ନୀଳାଦ୍ରିବିଜେ ଜରିଆରେ ଦାମ୍ପତ୍ୟ ଜୀବନକୁ ମଧୁରତର କରିବା ପାଇଁ ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥ ହିଁ ମାନବଧର୍ମର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ମିଶ୍ର କହିଥିଲେ। ଶ୍ରୀଜଗନ୍ନାଥ ଗବେଷକ ଅସିତ୍‌ ମହାନ୍ତି କହିଥିଲେ, ଶ୍ରୀଜଗନ୍ନାଥଙ୍କର ନୀଳାଦ୍ରିବିଜେ ତାଙ୍କ ଲୀଳାର ଏକ ଅଂଶବିଶେଷ ମାତ୍ର। ତାଙ୍କର ପ୍ରସ୍ଥାନ ନାହିଁ କି ପ୍ରତ୍ୟାବର୍ତ୍ତନ ନାହିଁ ବୋଲି ସ୍କନ୍ଦପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ ନିଜେ ସ୍ବୟଂ ଜଗନ୍ନାଥ ବର୍ଣ୍ଣନା କରିଛନ୍ତି। ତେବେ ଗବେଷଣା ଦୃଷ୍ଟିକୋଣରୁ କୁହାଯାଇପାରେ ଯେ ବିଭିନ୍ନ ସମୟରେ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗଜପତିଙ୍କ ନିର୍ଦ୍ଦେଶରେ ଯେତେବେଳେ ମହାପ୍ରଭୁଙ୍କୁ ବିଭିନ୍ନ ଗୋପନ ସ୍ଥାନରେ ରଖାଯାଇଥିଲା, ବିପଦ ପରେ ରତ୍ନ ସିଂହାସନକୁ ଫେରାଇ ନିଆଯାଉଥିଲା, ସେତେବେଳେ ତାହାକୁ ନୀଳାଦ୍ରିବିଜେ ବୋଲି କୁହାଯାଉଥିଲା। ବରିଷ୍ଠ ଗବେଷକ ଭାସ୍କର ମିଶ୍ର ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ୍‌ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଚନ୍ଦନ ପୂର୍ଣ୍ଣିମାଠାରୁ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ପର୍ଯ୍ୟନ୍ତ ମାସାଧିକ କାଳର ପାରମ୍ପରିକ ନୀତି ସମ୍ବନ୍ଧରେ ଅବତାରଣା କରିଥିଲେ। ନୀଳାଦ୍ରିବିଜେ ଦିନ ବିଭିନ୍ନ ମଠ ଓ ପ୍ରାୟ ୧୩୦୦ ସେବକ ନିଜ ଘରେ ରସଗୋଲା ପ୍ରସ୍ତୁତ କରି ଭୋଗଲାଗି କରନ୍ତି ବୋଲି ସେ କହିଥିଲେ। ଏହି ଅବସରରେ ପ୍ରତୀକ ପଟ୍ଟନୟକ ଲକ୍ଷ୍ମୀନାରାୟଣ ବଚନିକାର କିୟଦଂଶ ଆବୃତ୍ତି କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମାରୋହରେ ପୌରୋହିତ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri