ଶ୍ରୀ ଲିଙ୍ଗରାଜ ମନ୍ଦିର ପୂର୍ବଦିଗ ଉଚ୍ଛେଦ ଜାରି

ପୁରୁଣା ଭୁବନେଶ୍ୱର,୨୯ା୧୨(ଡି.ଏନ.ଏ)- ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ସୁରୁଖୁରୁରେ ଜାରି ରହିଛି। ଶୁକ୍ରବାର ବ୍ୟାଖ୍ୟାନ କେନ୍ଦ୍ର ଉଚ୍ଛେଦ ଶେଷ ହୋଇଥିବାବେଳେ ଶନିବାର ମନ୍ଦିରର ପୂର୍ବଦିଗରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି। ଅନ୍ୟପଟେ ମନ୍ଦିର ସମ୍ମୁଖ ଦେବୀପାଦହରା ନିକଟ ସରକାରୀ ଓ ବେସରକାରୀ ନିର୍ମାଣ ଉଚ୍ଛେଦ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। କେବଳ ଭଜନ ମଣ୍ଡପ ଉଚ୍ଛେଦ କରାଗଲେ ଦେବୀପାଦହରା ଚତୁଃପାର୍ଶ୍ୱ ଉଚ୍ଛେଦ ସମ୍ପୂର୍ଣ୍ଣ ହେବ। ସେହିପରି ଦକ୍ଷିଣ ପୂର୍ବ ଦିଗ ମହାକାଳୀ ମନ୍ଦିର ନିକଟରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟ ସମେତ କେତେକ ଘରୋଇ ବ୍ୟବସାୟ ପ୍ରତିଷ୍ଠାନ ଓ ଘର ଭଙ୍ଗାଯିବାର ଯୋଜନା ମିଳିତ ଉଚ୍ଛେଦ ଟିମ୍‌ ପ୍ରସ୍ତୁତ କରିଛନ୍ତି। ପୁରୁଣା ଭୁବନେଶ୍ୱର ସାପ୍ତାହିକ ହାଟ ପଛପଟ ସରକାରୀ ଓ ଦେବୋତ୍ତ୍ୱର ଜମି ସହ କେତେକ ସରକାରୀ କ୍ୱାଟର ଅବୈଧ ନିର୍ମାଣ ହଟାଯାଇ ବୃହତ ପାର୍କିଂ ପରିସର ନିର୍ମାଣ କରାଯିବା ଯୋଜନା ହୋଇଛି । ଗୋଟିଏ ପଟେ ଉଚ୍ଛେଦ ପ୍ରକ୍ରିୟାକୁ ଜନସାଧାରଣ ସହମତି ପ୍ରକାଶ କରୁଥିବାବେଳେ ଅନ୍ୟପଟେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିରର ବିକାଶ ନିମନ୍ତେ ୫କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ସିଂହଦ୍ୱାର ନିକଟ ବରଗଛକୁ କଟାଗଲା- ପୂର୍ବ ଦିଗର ମନ୍ଦିର ସିଂହଦ୍ୱାରଠାରେ ଥିବା ବରଗଛଟିକୁ ଶନିବାର ଉଚ୍ଛେଦରେ ଡାଳଗୁଡ଼ିକୁ କଟାଯାଇଛି। ଉଚ୍ଛେଦ ଟିମ୍‌ର ନିର୍ଦ୍ଦେଶକ୍ରମେ ଓଡ଼ିଶା ଫରେଷ୍ଟ ଡେଭଲେପମେଣ୍ଟ କର୍ପୋରେସନର ଫିଲ୍ଡି ଆସିସଷ୍ଟାଣ୍ଟ ମହେନ୍ଦ୍ର କୁମାର ନାୟକଙ୍କ ତତ୍ତ୍ୱାବଧାନରେ ୧୫ଜଣିଆ କର୍ମଚାରୀ ଏହି ଗଛକଟାରେ ନିୟୋଜିତ ଥିଲେ । ଗଛଟି ବହୁ ପୁରୁଣାକାଳରୁ ହୋଇଥିବାରୁ ଅନେକ ପକ୍ଷୀ ବାସ କରୁଥିବାବେଳେ ପଥିକ, ପର୍ଯ୍ୟଟକମାନେ ଛାଇରେ ରହୁଥିଲେ। ତେବେ ଏହି ବିରାଟ ଗଛକୁ ନ କାଟି ଆଧୁନିକ ଉପାୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପରିବେଶବିତ ଦାବି କରୁଥିବାର ଦେଖାଯାଇଥିଲା।

ବେଆଇନ ଦଖଲ ଦେବୋତ୍ତର ଭୂସମ୍ପତ୍ତି ବିକ୍ରି ଯୋଜନା: ଉଚ୍ଛେଦରେ ଅବୈଧ ନିର୍ମାଣ ସହ ସରକାରୀ ନିର୍ମାଣ ମଧ୍ୟ ବାଦ୍‌ ନ ପଡ଼ିବା ଦେଖି ବେଆଇନ ଦଖଲକାରୀଙ୍କ ମନରେ ଭୟ ପଶିଲାଣି। କେତେକ ସେବାୟତ ଭୀମଟାଙ୍ଗୀ, ସାମନ୍ତରାପୁର, ଶିବନଗର, ଶ୍ରୀରାମ ନଗର, ଆନିହାରସ ଛକ, ସାନିଟୋରିଅମ୍‌ ଛକ ଆଦି ଅଞ୍ଚଳରେ ବିଭିନ୍ନ ଟ୍ରଷ୍ଟ ଓ ବ୍ୟକ୍ତିଗତ ଜରିଆରେ ଜବରଦଖଲ କରି ରଖିଥିବା ଦେବୋତ୍ତର ସମ୍ପତ୍ତିକୁ ବିଭିନ୍ନ ଉପାୟରେ ବିକ୍ରି ପାଇଁ ଯୋଜନା କରିଲେଣି। ସାମନ୍ତରାପୁର ନିକଟରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ମାପଚୁପ ହୋଇଛି। ଏଥିପାଇଁ ଦଖଲକାରୀମାନେ ଜବରଦଖଲ ରଖିଥିବା ସ୍ଥାନଗୁଡ଼ିକୁ ପ୍ଲଟିଂ ମାଧ୍ୟମରେ ବିକ୍ରି କରିବା ଆରମ୍ଭ କଲେଣି। ଏଣୁ ପ୍ରଶାସନ ଏହି ସମ୍ପତ୍ତି ଶ୍ରୀ ଲିଙ୍ଗରାଜଙ୍କ ତହବିଲକୁ ଫେରାଇ ଆଣିବା ନେଇ ସାଧାରଣରେ ଦାବି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

CMOରୁ ଫାଇଲ ଗାୟବ ଘଟଣା: ବଡ଼ ବୟାନ ଦେଲେ କ୍ରାଇମବ୍ରାଞ୍ଚ ଡିଜି, ହାଜର ହେବେ…

ଭୁବନେଶ୍ୱର,୪।୮: CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି।…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ଜାଣନ୍ତୁ

ଭୁବନେଶ୍ୱର,୪।୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀସ୍ତରରେ ସୋମବାର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଦୁର୍ବଳ ହେଉଛି ମୌସୁମୀ ବାୟୁ; ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଆଗକୁ ହେବ….

ଭୁବନେଶ୍ୱର,୪।୮(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ମୌସୁମୀ ନିମ୍ନ ଚାପ ରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ଉପକୂଳ ଓଡ଼ିଶା…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୮: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିମାନବନ୍ଦରରେ ରାଜ୍ୟପାଳ…

ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର କହିଛନ୍ତି।…

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri