ଶ୍ରାବଣ ମାସ ପ୍ରଥମ ସୋମବାର ଶ୍ରୀଲିଙ୍ଗରାଜଙ୍କ ପୀଠରେ ୩ ହଜାର କାଉଡ଼ିଆ

ପୁରୁଣା ଭୁବନେଶ୍ୱର,୨୩। ୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରାୟ ୩ ହଜାର ୪୦ ଜଣ କାଉଡ଼ିଆ ଜଳଲାଗି କରିଥିବା ପ୍ରଶାସନ ସୂତ୍ରରୁ ପ୍ରକାଶ। ଶ୍ରାବଣ ୪ ପାଳି ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ସାଢେ ୩ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପୂର୍ଣ୍ଣ ହୋଇଥିଲା। ପରେ ପ୍ରାତଃ ୪ ଟାରେ ସାହାଣମେଲା ଦର୍ଶନ ଜାରି ରହିଥିଲା। ଏହି ଅବସରରେ ରାତିରୁ ରାଜ୍ୟ ଏବଂ ବାହାରୁ ଆସି ଧାଡ଼ିରେ ଅପେକ୍ଷା କରିଥିବା କାଉଡ଼ିଆ ଭକ୍ତମାନେ ଜଳଲାଗି କରିଥିଲେ। ତେଣୁ ସୋମବାର ଏତଦ୍‌ବ୍ୟତୀତ ଅନ୍ୟ ମନ୍ଦିରଗୁଡିକରେ ମଧ୍ୟ କେତେଜଣ ବୋଲବମ୍‌ ଭକ୍ତ ଜଳଲାଗି କରିଥିବା ଦେଖିବାକୁ ମିଳିଥିଲା। ସୂଚନାଥାଉ କି ଏହି ଭକ୍ତମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ୧୦ ଟଙ୍କାର ଟିକେଟ୍‌ କାଟିବା ପରେ ଜଳ ଲାଗି କରିବାକୁ ଦିଆଯାଇଥିଲା।
ମନ୍ଦିରକୁ ମନା ଦୋକାନୀକୁ କ୍ଷମା
ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସୁଥିବା କାଉଡ଼ିଆମାନେ ପ୍ଲାଷ୍ଟିକ ଢାଳରେ ଜଳ ଲାଗି କରିବାକୁ ଯିବା ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ପରେ ଭକ୍ତମାନେ ଏଥିରୁ ନିବୃତ୍ତ ରହିଥିଲେ। ହେଲେ ମନ୍ଦିର ସମ୍ମୁଖରେ ଦୋକାନୀଭାଇମାନେ ପ୍ଲାଷ୍ଟିକ୍‌ ଢାଳ ବିକ୍ରି କରିବା ଉପରେ କୌଣସି ରୋକ ଲଗାଯାଇ ନ ଥିଲା। ଖୋଲା ବଜାରରେ ଦୋକାନ ସମ୍ମୁଖରେ ପ୍ଲାଷ୍ଟିକ୍‌ ପଦାର୍ଥ ବିକ୍ରି କରିବାର ଦେଖିବାକୁ ମିଳିଥିଲା। ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଗଲେ ମନ୍ଦିର ଭିତରକୁ ଆମୀଷ ନିଷେଧ ଥିବାବେଳେ ମନ୍ଦିର ଚତୁଃପାର୍ଶ୍ୱରେ ଫାଷ୍ଟ ଫୁଡ଼ ଦୋକାନରେ ଆମିଷ ବିକ୍ରି କରିବା କେତେଦୂର ଯଥାର୍ଥ ସେଭଳି ଉଦାହରଣରେ ପ୍ଲାଷ୍ଟିକ୍‌ ଦ୍ରବ୍ୟ ବିକ୍ରି କରିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଶ୍ରୀଲିଙ୍ଗରାଜ ଟ୍ରଷ୍ଟବୋର୍ଡ଼ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ପଚାରିବାରୁ ମନ୍ଦିର ଭିତରକୁ ପ୍ଲାଷ୍ଟିକ୍‌ ଦ୍ରବ୍ୟ ବା ପଲିଥିନ ବିଏମ୍‌ସି ପକ୍ଷରୁ ବନ୍ଦ କରାଯାଇଛି। ଏଥିରେ ଆମେ କିଛି କରିପାରିବୁ ନାହିଁ।
ଅଚେତ ହେଲେ ନାବାଳିକା କାଉଡ଼ିଆ
ଶ୍ରୀଲିଙ୍ଗରାଜ ମନ୍ଦିରକୁ ଜଳଲାଗି କରିବାକୁ ଆସିଥିବା କଟକ ବକ୍ସିବଜାର ଅଞ୍ଚଳର ବି. ରେଖା (୧୪) ହଠାତ୍‌ ମନ୍ଦିର ଭିତରେ ମୂର୍ଚ୍ଛା ହୋଇଥିଲେ। ପ୍ରବଳ ଗୁଳୁଗୁଳି ଖରା ଯୋଗୁ ମୂର୍ଚ୍ଛା ଯାଇଥିବା ଏହି ନାବାଳିକା ଭକ୍ତଙ୍କୁ ମନ୍ଦିର ଭିତରେ ସଫେଇ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରୁଥିବା ପ୍ରଦୀପ ସେବା ଟ୍ରଷ୍ଟ ସଦସ୍ୟାସଦସ୍ୟମାନେ ତାଙ୍କୁ ଗହଳିରୁ ଉଦ୍ଧାର କରି ନିକଟସ୍ଥ ବିଏମସି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ଜଗିିଲେ ୧୨ ପ୍ଲାଟୁନ ଫୋର୍ସ
ପ୍ରାୟ ୩ ହଜାର ୪୦ କାଉଡ଼ିଆ ଏବଂ ୪ ହଜାର ସାଧାରଣ ଭକ୍ତ ପାଇଁ ଶ୍ରାବଣର ପ୍ରଥମ ସୋମବାର ଭିଡ଼କୁ ନିୟନ୍ତ୍ରଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ୧୨ ପ୍ଲାଟୁନ ପୋଲିସ୍‌ ଫୋର୍ସ ଏଥିପାଇଁ ମନ୍ଦିର ଏବଂ ବାହାରେ ବିଭିନ୍ନ ଟ୍ରାଫିକ୍‌ ସ୍ଥଳରେ ନିୟୋଜିତ ହୋଇଥିଲେ। ୫୨ ଜଣ ଏଏସ୍‌ଆଇ, ୧୦ ଇନ୍ସପେକ୍ଟର, ୫ ଜଣ ଏସିପି ୨ଜଣ ଡିସିପି, ୬୦ ଜଣ ହୋମଗାର୍ଡ଼, ୫୦ ଜଣ କନଷ୍ଟେବଳ ନିୟୋଜିତ ଥିଲେ ବୋଲି ଲିଙ୍ଗରାଜ ଥାନା ଆଇଆଇସି ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ସ୍ନାତକ ପରୀକ୍ଷାଫଳ ପ୍ରକାଶ: ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ୩ ଛାତ୍ରୀ

ଭବାନୀପାଟଣା ୧।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ସ୍ନାତକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ଫଳାଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri