ଶ୍ରମିକଙ୍କ ପାଇଁ ପୁଣି ଡ୍ରାଇଭର ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂ

ସୋହେଲା,୯ା୫(ଡି.ଏନ.ଏ.): କିଛି ଦିନ ତଳେ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଶ୍ରମିକମାନଙ୍କ ପାଇଁ ନିଜେ ଡ୍ରାଇଭର ସାଜି ରାତିରେ ସୋନପୁର ନେଇ ଛାଡିଥିଲେ। ଶନିବାର ସାରେ ପୁଣି ଥରେ ସେ ପିକ୍‌ଅପ୍‌ ଭ୍ୟାନ ଚଳାଇ ଶ୍ରମିକମାନଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟସ୍ଥଳରେ ଛାଡିବା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ବରଗଡ ଜିଲା ପଦ୍ମପୁର, ବଲାଙ୍ଗୀର ଜିଲା ପଟଣାଗଡ଼ ଓ ସୁବର୍ଣ୍ଣପୁର ଜିଲା ରାମପୁର ଅଞ୍ଚଳର ଶ୍ରମିକମାନେ ଇଟା ଗଢିବା ପାଇଁ କଟକ ଅଞ୍ଚଳକୁ ଯାଇଥିଲେ। ଲକ୍‌ଡାଉନ ଯୋଗୁଁ ୩୦ରୁ ୩୫ଜଣ ଶ୍ରମିକ ପିଲାଛୁଆଙ୍କ ସହ ସେଠାରେ ଫଶି ରହିଥିଲେ। ଶନିବାର ଅପରାହ୍ନରେ ଏକ ବସ୍‌ ସମସ୍ତଙ୍କୁ ଆଣି ସୋହେଲା ଥାନା ଛକରେ ଛାଡି ପଳାଇ ଯାଇଥିଲା। ଶ୍ରମିକମାନେ ସେଠାରୁ ସେମାନଙ୍କ ଘରକୁ କିପରି ଯିବେ ଚିନ୍ତାରେ ପଡି ଯାଇଥିଲେ। ଖବର ପାଇ ମନ୍ତ୍ରୀ ସିଂ ଥାନା ଛକକୁ ଯାଇ ସେମାନଙ୍କ ଭଲ ମନ୍ଦ ବୁଝିବା ସହିତ ବିସ୍କୁଟ ଓ ପାଣି ଦେଇଥିଲେ। ପରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେଇ ଯିବା ପାଇଁ ସେ ୨ଟି ପିକଅପ ଭ୍ୟାନ ଓ ଗୋଟିଏ ଅଟୋର ବ୍ୟବସ୍ଥା କରିଥିଲେ। ଅଟୋରେ ୨
ଜଣ ଶ୍ରମିକ ରାମପୁର ଯାଇଥିବାବେଳେ ପିକଅପ ଭ୍ୟାନ ଚଳାଇବାକୁ କେହି ଡ୍ରାଇଭର ମିଳି ନ ଥିଲେ। ଶେଷରେ ମନ୍ତ୍ରୀ ଗାଡି ନିଜେ ଚଳାଇ ଶ୍ରମିକାମନଙ୍କୁ ପଦ୍ମପୁର ନେଇ ଯାଇଥିଲେ। ଅନ୍ୟ ଗାଡିଟି ପାଟଣାଗଡ଼ ଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri