ନବରଙ୍ଗପୁର,୧୫।୨(ବି.ପ୍ର.)
ଶିକ୍ଷା ଓ ସଚେତନତା ଅଭାବ ଯୋଗୁ ଅନେକ ଶ୍ରମିକ ଠକାମିର ଶିକାର ହେଉଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରମ କାର୍ଡ ପାଇଁ ନାମ ପଞ୍ଜୀକରଣ କରାଇ ଦେବାକୁ କହି ଲୋକଙ୍କୁ ଠକି ଚାଲିଛନ୍ତି ଦଲାଲ। ନକଲି ପଞ୍ଜୀକରଣ ପତ୍ର ଧରାଇ ଦେଇ ଟଙ୍କା ନେଇ ଚାଲି ଯାଉଛନ୍ତି। ଶ୍ରମିକମାନେ କାର୍ଯ୍ୟାଳୟକୁ ଆସି ବୁଝିବା ସମୟରେ ସେ ଗୁଡିକ ଅସଲି ନୁହେଁ ନକଲି ବୋଲି ଜାଣି ହତାଶ ହୋଇ ଘରକୁ ଫେରୁଛନ୍ତି।
ନବରଙ୍ଗପୁର ଜିଲା ପାପଡାଡାଣ୍ଡି ବ୍ଲକ ଅଧୀନ କଣ୍ଟାମାଳ ଗାଁର ଦୁଲବ ଜାନୀ ରାଜମସ୍ତ୍ରି କାମ କରୁଛନ୍ତି। ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ତାଙ୍କ ନାମ ପଞ୍ଜୀକରଣ କରାଇବାକୁ ଚାହିଁଥିଲେ। ତେବେ ଜଣେ ଲୋକ ଏଥିପାଇଁ ଫର୍ମ ପୂରଣ କରି ସେ ବାବଦକୁ ୫୦ ଟଙ୍କା ପ୍ରଥମେ ନେଇଥିଲେ। ପଞ୍ଜୀକରଣ କାର୍ଡ ଦେବା ପରେ ବକେୟା ଅର୍ଥ ନେବେ ବୋଲି କହିଥିଲେ। ପରେ ସେ ଦୁଲବଙ୍କଠାରୁ ୫୭୦ ଟଙ୍କା ନେଇ ଏକ କାର୍ଡ ଦେଇଥିଲେ। କାର୍ଡ ମାଧ୍ୟମରେ କିଛି ସରକାରୀ ସୁବିଧା ମିଳିବ ନା ନାହିଁ ତାହ ା ଜାଣିବାକୁ ସେ ଓଡିଏନ୍ବିଆର୦୦୧୦୩୯୩୮ ନମ୍ବର ବିଶିଷ୍ଟ କାର୍ଡକୁ ନେଇ ଗୁରୁବାର ନବରଙ୍ଗପୁର ମଣ୍ଡଳ ଲେବର କମିଶନରଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଉକ୍ତ କାର୍ଡ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା। ୨୭ ହଜାର ଶ୍ରମିକ ପଞ୍ଜୀକରଣ ପୂର୍ବରୁ ଅଫ୍ଲାଇନରେ ପଞ୍ଜିକରଣ କରାଯାଉଥିଲା। ତାହା ପରଠାରୁ ଅନ୍ଲାଇନ ପଞ୍ଜୀକରଣ କରାଯାଉଛି। ଅନ୍ଲାଇନ ପଞ୍ଜୀକରଣରେ ଦୁଲବଙ୍କ ନାମ ନ ଥିବା ଜଣାପଡିଥିଲା। ତେବେ ଯେଉଁ କାର୍ଡ ଦେଇଛନ୍ତି ତାହା ଦେଖିବାକୁ ଅବିକଳ ଅସଲି। ସେଥିରେ ସେଠାରେ ଶ୍ରମ ନିରୀକ୍ଷକ ଅଶୋକ କୁମାର ଦାଶଙ୍କ ଦସ୍ତଖତ ମଧ୍ୟ ରହିଛି। ଯାହାକୁ କିନ୍ତୁ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନକଲି କୁହାଯାଉଛି। ଏନେଇ ଦୁଲବ କହିଛନ୍ତି ଯେ, ଉକ୍ତ ଲୋକ ଗାଁର ୫୦ ଜଣଙ୍କ ଠାରୁ ଟଙ୍କା ଆଦାୟ କରିଛନ୍ତି। ଏ ନେଇ ସେ ଜିଲାପାଳ ଓ ମଇଦଲପୁର ଫାଣ୍ଡିରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଏହି ଘଟଣା ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପାଇଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ଆସିଲେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ବାଇକ୍ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ
ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...
ଟ୍ରକ୍କୁ ସାଇଡ୍ ଦେବାକୁ ଯାଇ ଗଛରେ ପିଟିହେଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ...
ଟାଟା ପାଓ୍ବାରରେ ଚାଲିଛି ଛଟେଇ: ପ୍ରତିବାଦରେ ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭଞ୍ଜନଗର,୧୦ା୧୨(ବାବୁଲା ପ୍ରଧାନ): ଟାଟା ପାଓ୍ବାରରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପରୋକ୍ଷରେ ଠିକାଦାର ସଂସ୍ଥା ଉପରେ ଚାପ ପକାଇ ବିଭିନ୍ନ ସମୟରେ ଛଟେଇ କରୁଛନ୍ତି।...
ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ
କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...
ଜୁନାଗଡ଼ରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ଲାଇସେନ୍ସ ନବୀକରଣ ନ ହେବା ଯାଏ ଖାଦ୍ୟ ସାମଗ୍ରୀ ଉତ୍ପାଦନ ବନ୍ଦ
ଜୁନାଗଡ଼,୧୦ା୧୨(ଉତ୍ତମ ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରର ବିଭିନ୍ନ ଖାଦ୍ୟ ଦୋକାନରେ ବୁଧବାର ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି।...
ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ମିଟୁ, ପର୍ଯ୍ୟଟନକ୍ଷେତ୍ରରେ ବ୍ୟବସାୟ କରି…
ଦାରିଙ୍ଗବାଡ଼ି,୧୦ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ଆଉ ଏହି ଋତୁରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଛୁଟି ଆସୁଛନ୍ତି ବହୁ ସଂଖ୍ୟାରେ ପର୍ଯ୍ୟଟକ। ପର୍ଯ୍ୟଟକ ଆସିଲେ...
Archives


