Odisha Elections 2024

ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଘେରିଲେ ନିର୍ମାଣ ଶ୍ରମିକ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା କଲ୍ୟାଣ ବୋର୍ଡର ପ୍ରତ୍ୟାହାର ନିଷ୍ପତ୍ତି ବିରୋଧରେ ଶୁକ୍ରବାର ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ ହୋଇଛି। ନିର୍ମାଣ ଶ୍ରମିକମାନଙ୍କ ପିଲାଙ୍କ ଶିକ୍ଷା ଲାଗି ପ୍ରଚଳିତ ସହାୟତା ରାଶି କେବଳ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲେ ଦିଆଯିବ ବୋଲି ହୋଇଥିବା ନୂତନ ନିର୍ଦ୍ଦେଶ ବିରୋଧରେ ଶତାଧିକ ଶ୍ରମିକ ଓଡ଼ିଶା ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିର୍ମାଣ ଶ୍ରମିକ ୟୁନିୟନ୍‌ ସମନ୍ବୟ କମିଟି ଓଡ଼ିଶା ଆହ୍ବାନରେ ଆୟୋଜିତ ଏହି ସମାବେଶରେ ଏଆଇଟିୟୁସି ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା, ସୁର ଜେନା, ଜୟନ୍ତ ଦାସ, ପ୍ରଣତୀ ମିଶ୍ର, କିଶୋର ଜେନା, ବିପ୍ଳବ କେଶରୀ ମହାପାତ୍ର, ଶଙ୍କର୍ଷଣ ବେହେରା, ମନୋରଞ୍ଜନ ମହାରଣା, ମହାବୀର ମିଶ୍ର, ମହେନ୍ଦ୍ର ପରିଡ଼ା, ବସନ୍ତ ସାହୁ, ବିଦ୍ୟାଧର ମହାନ୍ତି, ସୋମନାଥ ଗିରି, କରୁଣା ଦାସ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ବିଭିନ୍ନ ଶ୍ରମିକ ସଂଗଠନ ଯଥା ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ଆଇଏନ୍‌ଟିୟୁସି, ବିଏମ୍‌ଏସ୍‌, ଏଆଇସିସିଟିୟୁ ସମେତ ୫୦ରୁ ଅଧିକ ଶ୍ରମିକ ସଂଗଠନ ଓ ୟୁନିୟନମାନେ ଅଂଶଗ୍ରହଣ କରିଥିଲେ। ଏକ ମିଳିତ ନିର୍ମାଣ ଶ୍ରମିକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଶ୍ରମ କମିଶନର କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲେ। ବିକ୍ଷୋଭ ପରେ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଶ୍ରମ କମିଶନର ନାରାୟଣ ଚନ୍ଦ୍ର ସାହୁଙ୍କୁ ସାକ୍ଷାତ କରି ୯ ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ କରିଥିଲେ। ଦାବିଗୁଡ଼ିକର ଯଥାର୍ଥକୁ ଶ୍ରମ କମିଶନର ସ୍ବୀକାର କରିବା ସହ ଛାତ୍ରୀଛାତ୍ରଙ୍କ ଶିକ୍ଷାବୃତ୍ତିରୁ କୌଣସି ନିର୍ମାଣ ଶ୍ରମିକ ହିତାଧିକାରୀ ଯେଭଳି ବଞ୍ଚିତ ନ ହେବେ ସେଥିପାଇଁ ବ୍ୟବସ୍ଥା କରିବ ବୋଲି ପ୍ରତିଶ୍ରୁତି ଦେବାପରେ ବିକ୍ଷୋଭରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ...

ତୃତୀୟ ପର୍ଯ୍ୟାୟରେ ୪ ପ୍ରାର୍ଥୀଙ୍କ ନାମରେ ହତ୍ୟା, ଜଣଙ୍କ ନାମରେ ବଳାତ୍କାର ମାମଲା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୪୨ ବିଧାନସଭା ନିର୍ବାଚନମଣ୍ଡଳୀର ୩୮୩ ବିଧାୟକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୦ଜଣ ଅର୍ଥାତ ୨୬%ଙ୍କ ନାମରେ...

ପାଣ୍ଡିଆନ ଦେଲେ ବଡ଼ ପ୍ରତିଶ୍ରୁତି, ମିଶନ ଶକ୍ତି ମା’ମାନଙ୍କୁ ମିଳିବ ପେନସନ

ପୁରୀ,୧୮।୫: ପୁରୀ କୃଷ୍ଣପ୍ରସାଦରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କ୍ରମରେ ବଡ଼ ଘୋଷଣା କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେ ମୁଖ୍ୟମନ୍ତ୍ରୀଙ୍କ ୩ଟି ଦସ୍ତଖତ କଥା...

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ କିଏ ଜାଣନ୍ତି? ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୧୮।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି ବୋଲି ଜଣାପଡିଛି। ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ସବୁଠୁ ଧନୀ ପ୍ରାର୍ଥୀ...

ମହାପ୍ରଭୁଙ୍କ ଦର୍ଶନ ସାରି ମେଗା ରୋଡ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୮ା୫:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri