ଶ୍ରମ ଆଇନରେ ସଂଶୋଧନକୁ ସିଆଇଟିୟୁ ପକ୍ଷରୁ ବିରୋଧ

ବ୍ରହ୍ମପୁର ଅଫିସ,୨।୮: ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶ୍ରମିକ ସଂଗଠନ ସିଆଇଟିୟୁ। ଶୁକ୍ରବାର ବ୍ରହ୍ମପୁରସ୍ଥିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୪୪ଟି ଶ୍ରମ ଆଇନକୁ ସଂଶୋଧନ କରି ୪ଟି ‘କୋଡ୍‌’ରେ ପରିଣତ କରାଯିବ। ଫଳରେ କର୍ମଚାରୀଙ୍କ ବୋନସ, ମଜୁରି, ସ୍ବାସ୍ଥ୍ୟ, ନିରାପତ୍ତା, ଚାକିରି ସର୍ତ୍ତାବଳୀ ଆଦି ସମ୍ପର୍କିତ ନିୟମଗୁଡିକ ଦୁର୍ବଳ ହୋଇଯିବ। ପୁଞ୍ଜିପତିଙ୍କ ସ୍ବାର୍ଥରେ ମୋଦି ସରକାର ଏହି ସଂଶୋଧନ ଆଣିଛନ୍ତି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ବିକ୍ଷୋଭରେ ସିଆଇଟିୟୁ ଗଞ୍ଜାମ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସଭାପତି ଅଶ୍ୱିନୀ ଦାସ, ପଞ୍ଚାନନ ଜେନା, ବି.ଏନ୍‌ ସାହୁ, ନୃସିଂହ ବ୍ରହ୍ମାଙ୍କ ସମେତ ବହୁ ଶ୍ରମିକ ନେତା ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ବଲାଙ୍ଗୀରରେ ବାହୁଡ଼ା ରଥଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

ବଲାଙ୍ଗୀର, ୨୪।୭ (ସୁନିଲ କୁମାର ମହାନ୍ତି): ଶୁକ୍ରବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ଶ୍ରୀଜିଉମାନେ ମାଉସୀମା ମନ୍ଦିରରୁ…

ବାହୁଡ଼ା ଯାତ୍ରାରେ ଜଗା ଦର୍ଶନ ହେଲା ଶେଷ ଦର୍ଶନ : ଦେଖିବାକୁ ଆସି…

ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ -ଭଟଲି ରାସ୍ତାର ଗୋପାଳପୁର ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏକ ବାଇକ୍…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ଗୋକର୍ଣ୍ଣପୁରରେ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ: ମହାଯଜ୍ଞ ପୂର୍ଣ୍ଣାହୁତିରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ଗତ ୩ ଧରି ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ଓ ଏଲମା ଶ୍ରୀ ପୋତୁରାଜଙ୍କ…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

କୁଲାଡ ବାହୁଡ଼ା ଯାତ୍ରା: ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟକ୍ତି….

ଭଞ୍ଜନଗର,୨୪।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ବାହୁଡ଼ା ଯାତ୍ରା ଐତିହାସିକ ଓ ପ୍ରସିଦ୍ଧ। ଭଞ୍ଜ ରାଜବଂଶଙ୍କ ପକ୍ଷରୁ ଶହ ଶହ ବର୍ଷ ଧରି…

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri