ଶ୍ରଦ୍ଧାଞ୍ଜଳି ସଭାରେ ଆକ୍ରମଣ

କାବୁଲ,୭ା୩(ଏ.ଏଫ୍‌.ପି.): ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ରାଜନୈତିକ ସଭା ଚାଲିଥିବାବେଳେ ଆକ୍ରମଣ ହୋଇଛି। ଏଥିରେ ଅନୂ୍ୟନ ୨୯ ଜଣ ନିହତ ଓ ୩୦ ଆହତ ହୋଇଛନ୍ତି। ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କୁ ଟାର୍ଗେଟ କରି ଏହି ଗୁଳିକାଣ୍ଡ ଘଟାଯାଇଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତାଲିବାନ ସହ ଆମେରିକାର ଚୁକ୍ତି ସ୍ବାକ୍ଷର ପରେ ଏହା ହେଉଛି ସବୁଠୁ ବଡ଼ ଘାତକ ଆକ୍ରମଣ।
ଆଫଗାନିସ୍ତାନର ହେଜବ-ଇ ଓ୍ବାହଦାତ ପାର୍ଟି ନେତା ଅବ୍‌ଦୁଲ ଅଲି ମଜାରିଙ୍କୁ ତାଲିବାନ ଆତଙ୍କବାଦୀମାନେ ହତ୍ୟା କରିଥିଲେ। ଶୁକ୍ରବାର କାବୁଲରେ ମଜାରିଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳନ କରାଯାଉଥିଲା। ଏହି ସମାରୋହରେ ଆଫଗାନିସ୍ତାନର ଚିଫ୍‌ ଏକ୍‌ଜ୍ୟୁକେଟିଭ୍‌ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଳା, ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍‌ଜାଇ, ହାଇ ପିସ୍‌ କାଉନ୍‌ସିଲ ଅଧ୍ୟକ୍ଷ ମହମ୍ମଦ କରିମ ଖଲିଲି, ସେକେଣ୍ଡ ଡେପୁଟି ଚିଫ୍‌ ଏକ୍‌ଜ୍ୟୁକେଟିଭ୍‌ ମହମ୍ମଦ ମହକିକ୍‌ଙ୍କ ସମେତ ଅନ୍ୟ କେତେଜଣ ରାଜନେତା ଏଥିରେ ସାମିଲ ଥିଲେ। ପୂର୍ବାହ୍ନ ୧୧ଟା ୨୦ରେ ଖଲିଲି ଭାଷଣ ଦେଉଥିବାବେଳେ ସଭାସ୍ଥଳ ନିକଟ ଏକ ନିର୍ମାଣାଧୀନ କୋଠାରୁ ଜଣେ ବନ୍ଧୁକଧାରୀ ହଠାତ୍‌ ଗୁଳି ଚଳାଇଥିଲେ। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅବ୍‌ଦୁଲ୍ଲା, କାରଜାଇ ଓ ଖଲିଲି ସୁରକ୍ଷିତ ଭାବେ ଘରକୁ ଫେରିବାରେ ସକ୍ଷମ ହୋଇଥିଲେ। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ବିବୃତିରେ କହି ସଙ୍ଗଠନର କୌଣସି ଫାଇଟର ସମ୍ପୃକ୍ତ ନ ଥିବା କହିଛନ୍ତି। ରାଷ୍ଟ୍ରପତି ଅଶ୍ରଫ ଗନି ଏହି ଗୁଳିକାଣ୍ଡକୁ ‘ମାନବିକତା ବିରୋଧରେ ଅପରାଧ’ ଏବଂ ଆଫଗାନିସ୍ତାନର ଜାତୀୟ ଏକତା ଉପରେ ଆକ୍ରମଣ ବୋଲି ନିନ୍ଦା କରିଛନ୍ତି। ପ୍ରକାଶ ଯେ, ଗତବର୍ଷ ମଜାରିଙ୍କ ଶ୍ରାଦ୍ଧ ଦିବସ ପାଳନ ବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ହୋଇଥିବା ଆକ୍ରମଣରେ ୧୧ ଜଣ ନିହତ ହୋଇଥିଲେ। ଗତ ଫେବୃୟାରୀ ୨୯ରେ ଆମେରିକା ଓ ତାଲିବାନ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ରାଜିନାମା ଅନୁଯାୟୀ ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ଆମେରିକା ରାଜି ହୋଇଛି। ଏହାକୁ ନେଇ କାବୁଲରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ରାଜନେତାମାନେ ଉପସ୍ଥିତ ଥିବା ଶ୍ରଦ୍ଧାଞ୍ଜଳି ସଭାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri