ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଅନୁଗୋଳ ଅଫିସ, ୧୯।୪- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। ଇତିମଧ୍ୟରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୩ ଦିନ ବାକି ରହିଛି। ୨୩ ତାରିଖରେ ଭୋଟ୍‌ ଗ୍ରହଣ ହେବାକୁ ଥିବାରୁ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ଜିଲାକୁ ଘନ ଘନ ଗସ୍ତ କରୁଛନ୍ତି। ତେବେ ନେତାମାନେ ଏବେ ଗାଁ ମୁହଁା ହୋଇଥିବାରୁ ସହରରେ ସେମାନଙ୍କୁ ସେତେଟା ଦେଖିବାକୁ ମିଳୁନି। ଗୁରୁବାର ବିଜେଡିର ଷ୍ଟାର ପ୍ରଚାରକ ଭାବେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରର ମଙ୍ଗ ଧରିଥିଲେ। ସେହିପରି ସନ୍ଧ୍ୟାରେ ବିଜେଡିର ଏକ ଥ୍ରୀ ଡି ପ୍ରଚାର ଗାଡ଼ି ଅନୁଗୋଳରେ ପହଞ୍ଚତ୍ଛି। ସନ୍ଧ୍ୟାରେ ଅନୁଗୋଳ ବସ୍‌ଷ୍ଟାଣ୍ଡ ଠାରେ ଥିବା ଘୋଡ଼ା ଛକ ଠାରେ ଉକ୍ତ ଥ୍ରୀ ଡି ଗାଡ଼ି ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ଅନୁଗୋଳରେ ରାଜନୀତି ମଇଦାନକୁ ଓହ୍ଲାଇଥିବା ୩ ପ୍ରମୁଖ ଦଳର ନେତାମାନେ ଏବେ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଗାଁରେ ପ୍ରଚାର ଚଳାଇଛନ୍ତି। ଘନ ଘନ ନିର୍ବାଚନୀ ବୈଠକ ସହ ଶୋଭାଯାତ୍ରା କରି ଭୋଟରଙ୍କୁ ଭେଟୁଛନ୍ତି। ବିଭିନ୍ନ ଉନ୍ନତିକର କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିମାନ ଦେଉଛନ୍ତି। ଗୁରୁବାର ସନ୍ଧ୍ୟାରେ ବିଜେଡି ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିବା ଥ୍ରୀ ଡି ପ୍ରଚାର ଗାଡ଼ି ସହରର ବିଭିନ୍ନ ସ୍ଥାନକୁ ଯାଇ ପ୍ରଚାର କରିଛି। ଉକ୍ତ ଗାଡ଼ିରେ ଏକ ବଡ଼ ଏଲଇଡି ଲାଗିଥିବାବେଳେ ସାଉଣ୍ଡ ସିଷ୍ଟମ ମଧ୍ୟ ରହିଛି। ବିଜେଡି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଏହାଦ୍ୱାରା ଲୋକଙ୍କୁ ଅବଗତ କରାଯାଉଥିବାବେଳେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ମଧ୍ୟ ନିବେଦନ କରାଯାଉଛି। ସେହିପରି ଭାଜପା ପକ୍ଷରୁ ମଧ୍ୟ ପ୍ରଚାର କାର୍ଯ୍ୟ ଜାରି ରହିଛି। ଭାଜପା ପ୍ରାର୍ଥୀ ବିଭିନ୍ନ ଗାଁରେ ପ୍ରଚାର କରୁଥିବାଳେ ଶୁକ୍ରବାର ଠାରୁ ସହରାଞ୍ଚଳରେ ପ୍ରଚାର ଜମାଇବେ ବୋଲି ସୂଚନା ମିଳିଛି। ଏପରି କି ଏକ ବଡ଼ ଧରଣର ରୋଡ ଶୋ କାର୍ଯ୍ୟକ୍ରମ ରହିଥିବା ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଷ୍ଟାର ପ୍ରଚାରକରେ କଂଗ୍ରେସ ପଛରେ ପଡ଼ିଛି। ଅନୁଗୋଳକୁ କେହି ଜଣେ ବି ହେଲେ ଦଳର ଷ୍ଟାର ପ୍ରଚାରକ ଆସିନାହାନ୍ତି। ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଷ୍ଟାର ପ୍ରଚାରକ ପହଞ୍ଚିବେ। ଅନ୍ୟପକ୍ଷରେ ସହରାଞ୍ଚଳରେ ନିର୍ବାଚନୀ ପ୍ରଚାର ନ ହେବାରୁ ଯୁବ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

କ୍ରିକେଟ ଖେଳୁଥିବା ବେଳେ ଯୁବକଙ୍କ ଉପରେ ହେଲା ବଜ୍ରପାତ: ଟଳିପଡ଼ିଲେ…

ମୋହନା,୧୬।୫(ମନ୍ମଥ ମିଶ୍ର ):  ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଶୁଲୁବା ଗାଁ ରେ ଅଘଟଣ ଘଟିଛି।  ଗାଁ ନିକଟସ୍ଥ ଏକ ପଡିଆରେ ବୟନ୍ତ…

ଏପ୍ରିଲ ୩୦ ସନ୍ଧ୍ୟାରୁ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ: ୨ ମାସ ଠପ୍‌ ପଡିବ…

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ୩୦ ତାରିଖ ସନ୍ଧ୍ୟା ୫ଟାରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ରହିବ। ସେହିପରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

କୁମାର ପୂର୍ଣ୍ଣିମା, ଗଜଲକ୍ଷ୍ମୀ ପୂଜା ତାରିଖକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୫ା୧୦: ଓଡ଼ିଶାରେ ପାରମ୍ପରିକ ଭାବେ ଗୋଟିଏ ଦିନରେ ପାଳନ କରାଯାଉଥିବା କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜାର ତାରିଖକୁ ନେଇ ଚଳିତ ଦ୍ୱନ୍ଦ୍ୱ ଦେଖାଦେଇଛି। କ୍ୟାଲେଣ୍ଡରରେ ଏକ…

ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବରଗଡ଼,୫ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜଣାଶୁଣା ରାଜନେତା, ବିରୋଧୀ ଦଳ ଉପନେତା, ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଚାରୁଶୀଳା ଆଚାର୍ଯ୍ୟ(୬୮)ଙ୍କ…

ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ସମସ୍ୟାର ତ୍ୱରିତ୍‌ ସମାଧାନ ନିର୍ଦ୍ଦେଶ

ସୋହେଲା,୧୯।୫(ଅଶ୍ବିନୀ ପାତ୍ର):ବରଗଡ ଜିଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ…

କବାଟ ଭାଙ୍ଗି ଘରୁ ସୁନାଗହଣା, ଟଙ୍କା ଚୋରି

ଦିଗପହଣ୍ଡି,୯ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଗୁଡ଼ିଆଗଳି ବାସିନ୍ଦା ସୁଦର୍ଶନ ସାହୁଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୪୦ ହଜାର ଟଙ୍କା ଏବଂ ବହୁ ପରିମାଣର ସୁନାଗହଣା ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri