ଶେଷ ହେଲା ଘୋଷଯାତ୍ରା: ରତ୍ନବେଦିରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ ଅଫିସ, ୪ା୭:ଶ୍ରୀମନ୍ଦିର ଇତିହାସରେ ନୂଆଫର୍ଦ୍ଦ ଯୋଡ଼ିିଥିବା ୨୦୨୦ ରଥଯାତ୍ରା ଶନିବାର ନୀଳାଦ୍ରିବିଜେରେ ପରିସମାପ୍ତି ଘଟିଛି। ବଡ଼ଦାଣ୍ଡ ଓ ଜନ୍ମବେଦିରେ ଲୀଳାଖେଳା ସାରି ରତ୍ନସିଂହାସନକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ରତ୍ନବେଦି କୋଳ ପୂର୍ଣ୍ଣ ହୋଇଛି। ରବିବାରଠାରୁ ବାହାରିବ ନୀଳାଚଳ ଅବଢ଼ା। ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ, କିନ୍ତୁ ଦାରୁଦିଅଁଙ୍କ ଦର୍ଶନ ମିଳିବ ନାହିଁ। ମହାମାରୀ କରୋନା ଯୋଗୁ ଜୁଲାଇ ୩୧ ପର୍ଯ୍ୟନ୍ତ ଧର୍ମପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି।

ଏଥର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରଥଯାତ୍ରା, ବାହୁଡ଼ାରେ ଭକ୍ତ ବିନା ବଡ଼ଦାଣ୍ଡରେ ଗଡ଼ିଥିଲା ରଥ। ସୁନାବେଶ, ଅଧରପଣା, ନୀଳାଦ୍ରିବିଜେରେ ବି ସିଂହଦ୍ୱାର ଭକ୍ତଶୂନ୍ୟ ଥିଲା। ଶନିବାର ଚତୁର୍ଦ୍ଦଶୀ ତିଥିରେ ରତ୍ନସିଂହାସନକୁ ବିଜେ କରିଛନ୍ତି ଦାରୁବିଗ୍ରହ। ପ୍ରାତଃରେ ତିନିରଥରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ମଇଲମ ଓ ବେଶ ହୋଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିଥିଲା। କୋଠ ସୁଅଁାସିଆମାନେ ପ୍ରଥମେ ଠାକୁରଙ୍କ ବିଜେ ପାଇଁ ରତ୍ନସିଂହାସନ ଓ ତିନିରଥରେ ଚାରମାଳ ବାନ୍ଧିଥିଲେ। ବଡ଼ ଓଡ଼ିିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ବାମୀ ଶ୍ରୀମନ୍ଦିରରେ ରତ୍ନସିଂହାସନ ମାଜଣା କରିଥିଲେ। ମଠ ପକ୍ଷରୁ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧାଯାଇଥିଲା। ମଠ ପ୍ରଦତ୍ତ ପତିତପାବନ ବାନା ନୀଳଚକ୍ରରେ ଚୁନରାସେବକମାନେ ବାନ୍ଧିଥିଲେ। ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ସେବକ ଅପରାହ୍ନ ୪ଟା ୨୫ରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବାଜିଥିଲା ବିଜେ କାହାଳୀ। ଏହାପରେ ଡୋର ଲାଗିହୋଇ ୪ଟା ୩୫ରେ ପହଣ୍ଡି ଆରମ୍ଭ ହୋଇଥିଲା। ନନ୍ଦିଘୋଷ ରଥରୁ ମଦନମୋହନ ଏବଂ ତାଳଧ୍ୱଜ ରଥରୁ ରାମ, କୃଷ୍ଣଙ୍କୁ ମହାଜନ ସେବକମାନେ ହାତରେ ଦକ୍ଷିଣୀଘରକୁ ବିଜେ କରାଇଥିଲେ। ଏହାପରେ ଗୋଟି ପହଣ୍ଡିରେ ରଥରୁ ନୀଳକନ୍ଦର ଅଭିମୁଖେ ବାହାରିଥିଲେ ଚତୁର୍ଦ୍ଧାମୂର୍ତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?