Posted inଖେଳ

ଶୁଭାଶିଷଙ୍କ ରୋଲ ମଡେଲ କୋହଲି, ଗାଙ୍ଗୁଲି, ଫେଡରର

ନୂଆଦିଲ୍ଲୀ, ୧୭।୪- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଟେନିସ ତାରକା ରୋଜର ଫେଡରର ତାଙ୍କ ରୋଲମଡେଲ ବୋଲି ପ୍ରକାଶ କରିଛନ୍ତି ଭାରତୀୟ ଫୁଟବଲ ଦଳର ଡିଫେଣ୍ଡର ଶୁଭାଶିଷ ବୋଷ। ଭାରତୀୟ ଫୁଟବଲ ଦଳର ଅଫିସିଆଲ ଫେସବୁକ୍‌ ପେଜ୍‌ ଲାଇଭ୍‌ ଚାଟ୍‌ ଅବସରରେ ସେ ଏହା କହିଛନ୍ତି। କ୍ରିକେଟ କଥା କହିଲେ ବର୍ତ୍ତମାନର ଟିମ୍‌ ଇଣ୍ଡିଆ ଅଧିନାୟକ କୋହଲି ମୋ ଫେଭରାଉଟ। ତେବେ ମୋ ପାଇଁ ସର୍ବକାଳୀନ ଫେଭରାଇଟ ହେଲେ ସୌରଭ। ”ମୁଁ ଅତି ଛୋଟ ବେଳରୁ ସୌରଭଙ୍କୁ ଫଲୋ କରି ଆସୁଛି । ଦାଦାଙ୍କ ବିଭିନ୍ନ ମ୍ୟାଚ ଓ ବ୍ୟାଟିଂ ଷ୍ଟାଇଲକୁ ଦେଖି ମୁଁ ବଡ଼ ହୋଇଛି। ସେ କେବଳ ମୋ ପାଇଁ ନୁହେଁ, ଅନେକ ଲୋକଙ୍କ ପାଇଁ ପ୍ରେରଣା“ ବୋଲି ଶୁଭାଶିଷ କହିଛନ୍ତି ।
ସୁଇଜରଲାଣ୍ଡ ଟେନିସ ଲିଜେଣ୍ଡ ରୋଜର ଫେଡରରଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି ସେ କହିଛନ୍ତି। ସୁଯୋଗ ମିଳିଲେ ସେ ନିଶ୍ଚିତ ଫେଡରରଙ୍କ ମ୍ୟାଚ ଦେଖିଥାନ୍ତି। ”ମୁଁ ଫେଡରରଙ୍କ ଗେମ୍‌ ଦେଖିବାକୁ ଭଲପାଏ। ମ୍ୟାଚ ଖେଳିବାକୁ ଆମକୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼ୁଥିଲେ ହେଁ ସୁଯୋଗ ମିଳିବାମାତ୍ରେ ମୁଁ ତାଙ୍କ ଖେଳ ଦେଖିଥାଏ। ଦୀର୍ଘଦିନଧରି ସେ ଶୀର୍ଷସ୍ତରରେ ନିଜ ସ୍ଥାନ ବଜାୟ ରଖିବା ମୋତେ ଖୁବ୍‌ ଉତ୍ସାହିତ କରିଛି। ମୁଁ ମୋ କ୍ୟାରିୟରରେ ଏପରି କିଛି କରିବାକୁ ଲକ୍ଷ୍ୟ ରଖିଛି“ ବୋଲି ଶୁଭାଶିଷ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଭାବେ ଲେଫ୍ଟ ବ୍ୟାକ୍‌ ଓ ସେଣ୍ଟର ବ୍ୟାକ୍‌ରେ ଖେଳିିବାର ଦକ୍ଷତା ରଖିଛନ୍ତି ଶୁୁଭାଶିଷ। ଜଣେ ଯୁବ ଖେଳାଳି ନିଜ ଖେଳରେ ଜଣେ କିପରି ଉନ୍ନତି ଆଣିପାରିବ ଏବଂ ଜଣେ ଫୁଲ୍‌ ବ୍ୟାକ୍‌ ଅପେକ୍ଷାକୃତ ଦୁର୍ବଳ ପାଦରେ କିପରି ଉନ୍ନତ ଖେଳିିପାରିବ ଏ ଦିଗରେ ସେ ଧ୍ୟାନ ଦେଇଛନ୍ତି। ”ଉଭୟ ଆକ୍ରମଣାତ୍ମକ ଏବଂ ରକ୍ଷଣାତ୍ମକ ଦୃଷ୍ଟିରୁ ଆଧୁନିକ ଖେଳରେ ଜଣେ ଫୁଲବ୍ୟାକ୍‌ ପାଇଁ ଏଣ୍ଡୁରାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ। ଫୁଲବ୍ୟାକ୍‌ ପ୍ରଥମତଃ ରକ୍ଷଣାତ୍ମକ ବିଭାଗକୁ ପ୍ରାଥମିକତା ଦେଇଥାଏ। ଦ୍ୱିତୀୟତଃ ବଲ୍‌ ପୋସେଶନ ପାଇଁ ଦଳକୁ ସହାୟତା କରିଥାଏ ଏବଂ ତୃତୀୟତଃ ଉପଯୁକ୍ତ ସମୟ ଦେଖି ଆକ୍ରମଣ କରିବାକୁ ଗୁରୁତ୍ୱ ଦେଇଥାଏ। ଆଟାକିଂ ହାଫ୍‌ରେ ହାଫ୍‌ବ୍ୟାକ୍‌କୁ ଦ୍ରୁତ ଖେଳ ଦେଖାଇବାକୁ ପଡ଼ିଥାଏ। ଗୋଟିଏ କିମ୍ବା ୨ଟି ପାସ୍‌ ଦେଇ ଦଳୀୟ ସାଥିଙ୍କ ପାଇଁ ଗ୍ୟାପ୍‌ ସୃଷ୍ଟି କରି ନିଜ ପୋାଜିଶନକୁ ଫେରିଥାଏ“ ବୋଲି ସେ କହିଛନ୍ତି। ମ୍ୟାଚ ସମୟରେ ମାନସିକ ଦୃଢ଼ତା ଅତ୍ୟନ୍ତ ଜରୁରୀ। ବିଶେଷ କରି ଗୋଲ ବରଣ ସମୟରେ ଆଦୌ ଚାପଗ୍ରସ୍ତ ହେବା ଉଚିତ ନୁହେଁ । ଗେମ୍‌ର ସ୍ଥିତି ଉପରେ ବିଶେଷ ନଜର ନ ଦେଇ ସବୁବେଳେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତତ୍ପର ହେବା ଉଚିତ ଏବଂ ଅପର ପାର୍ଶ୍ୱରେ ଗୋଲ ସ୍କୋର ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ ବୋଲି ବୋଷ ପ୍ରକାଶ କରିଛନ୍ତି ।
କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ଏବେ ଖେଳାଳିଙ୍କ ପାଇଁ ମ୍ୟାଚ ଏବଂ ଟ୍ରେନିଂ ସବୁକିଛି ବନ୍ଦ। ତେଣୁ ବର୍ତ୍ତମାନ ସ୍ଥିତିରେ ଘରେ ରହି ଫିଟ୍‌ନେସ ବଜାୟ ରଖିବା ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଏପରି ସ୍ଥିତିରେ ଜଣେ ଖେଳାଳି କିପରି ପ୍ରତିଦିନ ବିଭିନ୍ନ ବ୍ୟାୟାମ କରିପାରିବ ସେଥିନେଇ ସେ ସୋସିଆଲ ମିଡିଆରେ ଏକ ଭିିଡିଓ ଜାରି କରିଛନ୍ତି। ଘରେ ରୁହ, ସୁରକ୍ଷିତ ରୁହ, ସୁସ୍ଥ ରୁହ। ନିଜର ଯତ୍ନ ନେବା ସହିତ ଭଲ ପାଉଥିବା ପ୍ରତିଟି ବ୍ୟକ୍ତିଙ୍କର ଯତ୍ନ ନିଅ ବୋଲି ସେ ଏହି ଭିଡିଓ ମାଧ୍ୟମରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri