ଶୁଣିଲାନି ପୋଲିସ: ମଦ ଧରିଲେ ଗ୍ରାମବାସୀ

ଖଇରା,୧୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଯୋସିଆଁ(କଡମିଆଁ) ଗ୍ରାମରେ ଚୋରା ଦେଶୀମଦ ବିକ୍ରୀ ଦିନକୁ ଦିନ ବଢିଚାଲୁଛି। ଏଭଳିକି ଲକ୍‌ଡାଉନ ସମୟରେ କଟକଣାକୁ ଖାତିର ନ କରି ଦଳ ଦଳ ହୋଇ ଆସି ମଦ ପିଉଥିବାରୁ ଜନସାଧାରଣ ନାନା ଆଶଙ୍କା ମଧ୍ୟରେ କାଳାତିପାତ କରୁଛନ୍ତି। ପଡୋଶୀ ଦଧିବାମନପୁର ଆମ୍ବଗଡିଆର ଗାଁ ଲୋକେ ଭୟ ମଧ୍ୟରେ ରହିଛନ୍ତି। ଗ୍ରାମରେ ଜଣେ ବ୍ୟକ୍ତି ମଦ ବିକ୍ରୀ କରୁଥିବା ନେଇ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ପ୍ରଶାସନକୁ ବହୁ ପୂର୍ବରୁ ଜଣାଇସାରିଛନ୍ତି। ବାରମ୍ବାର ପୋଲିସ ପ୍ରଶାସନକୁ ଜଣାଇବା ସତ୍ତ୍ୱେ କିଛି ଫଳ ମିଳିଲାନି ା ଯେଉଁ ମାନେ ଥାନାକୁ ଅଭିଯୋଗ କରିବାକୁ ଯାଉଛନ୍ତି ମଦ ବ୍ୟବସାୟୀମାନେ ଜାଣିପାରି ସେମାନଙ୍କୁ ଆକ୍ରମଣ ଧମକ ଦେଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଜଣେ ମଦ ବିକ୍ରେତା ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କ ସହ ଏକ ଜାର୍‌ରେ ମଦ ନେଇ ଗାଡିରେ ଯାଉଥିବା ବେଳେ ଏହି ଯୋସିଆଁ ଗ୍ରାମର କେତେକ ବ୍ୟକ୍ତି ଏକଜୁଟ ହୋଇ ଗାଡି ଅଟକାଇ ଥିଲେ। ହେଲେ ସେମାନେ ଏକ ଭୁଜାଲି ଦେଖାଇ ଗ୍ରାମବାସୀଙ୍କୁ ଭୟଭୀତ କରିଥିଲେ ା ଅଟକାଇଥିବା ବ୍ୟକ୍ତିମାନେ ପାଟି କରି ଗ୍ରାମର ଅନ୍ୟମାନଙ୍କୁ ଡାକିବା ସମୟରେ ଏହି ଦୁଇଜଣ ବ୍ୟକ୍ତି ଦୌଡି ପଳାଇଥିଲେ ା ପରେ ପଞ୍ଚୟାତ ସମିତିସଭ୍ୟ ମାନସ ମହାପାତ୍ରଙ୍କ ସହଯୋଗକ୍ରମେ ଗ୍ରାମର ବିରେନ୍ଦ୍ର ମହାପାତ୍ର, ଉପେନ୍ଦ୍ର ରାଉତ, ଜଳଧର ରାଉତ, ରବିନାରାୟଣ ପରିଡା, ରନତ୍ାକର ସାହୁ ପ୍ରମୁଖ ଖଇରା ଥାନାକୁ ଜଣାଇବା ପରେ ଖଇରା ପୋଲିସ ଘଟଣାସ୍ଥଳକୁ ଯାଇ ୧୫୦ଲିଟରରୁ ଅଧିକ ମଦ ଜବତ କରି ଖଇରା ଥାନାକୁ ଆଣିଥିଲା ା ଖଇରା ଥାନା ଆଇଆଇସି ସୁବ୍ରତ ବେହେରାଙ୍କ ମୋବାଇଲ ବନ୍ଦ ଥିବା ବେଳେ ମଦ ଜବତ କରିଥିବା ଖଇରା ଥାନା ଏସ୍‌ଆଇ ସୁଜାତା ମଲ୍ଲିକଙ୍କୁ ପଚାରିବାରେ କେସ୍‌ ପଞ୍ଜିକରଣ ଦାୟିତ୍ୱ ଆଇଆଇସିଙ୍କର ା ଏଣୁ ସେ ଏ ବିଷୟରେ କହିପାରିବେ ବୋଲି କହିଛନ୍ତି ା ଯଦି ମଦ ବିକ୍ରେତାଙ୍କୁ ଖସାଇବାକୁ ପୋଲିସ କମ ମଦ ଧରା ପଡିଥିବା ଦର୍ଶାଇ ମାମଲା କରେ ବା ଜମା ମାମଲା ନ କରେ ତେବେ ସମୂହ ଗ୍ରାମବାସୀ ସାମାଜିକ ଦୂରତ୍ୱ ରକ୍ଷା କରି ଥାନା ଆଗରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri