Posted inଭଦ୍ରକ

ଶୁଖିଲା ପଡ଼ିଛି ଦଶମୌଜା କେନାଲ

ତିହିଡ଼ି, ୨୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଅପରପକ୍ଷେ ବିଭିନ୍ନ ପଞ୍ଚାୟତରେ ଜମିକୁ ଜଳସେଚିତ କରିବା ପାଇଁ ରହିଥିବା ଦଶମୌଜା କେନାଲ ଶୁଖିଲା ପଡ଼ିଛି। କେନାଲରେ ପ୍ରଚୁର ପାଣି ଛଡ଼ାଯାଉଥିଲେ ମଧ୍ୟ ତାହା ତଳମୁଣ୍ଡର ଥିବା ଜମି ପାଖରେ ପହଞ୍ଚତ୍ ପାରୁନାହିଁ। ଉପରମୁଣ୍ଡରେ ଥିବା ଚାଷୀମାନେ କେନାଲରେ ବନ୍ଧ କରି ଜମିକୁ ପାଣି ଉଠାଇ ଚାଷ କାର୍ଯ୍ୟ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଇଛି। ଏହା ତଳମୁଣ୍ଡରେ ଥିବା ଚାଷୀଙ୍କୁ ନିରାଶ କରିଛି। ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ କୌଣସି ତତ୍ପରତା ନ ଥିବାରୁ କେତେଜଣ ଚାଷୀ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଖରିଫ୍‌ ଧାନଚାଷ ଆରମ୍ଭରୁ ପାଣିପାଗ ପ୍ରତିକୂଳ ଅବସ୍ଥାରେ ରହିଛି। ଆବଶ୍ୟକ ପରିମାଣରେ ବର୍ଷା ହେଉ ନ ଥିବାରୁ ଚାଷଜମି ଶୁଖି ଫାଟି ଅଁା କଲାଣି। ତଳି ଓ ବୁଣାଧାନ ପାଣି ଅଭାବରୁ ହଳଦିଆ ପଡ଼ିଗଲାଣି। ପାଣି ସୁବିଧା ଥିବା ଅଳ୍ପ କେତେକ ସ୍ଥାନରେ ଚାଷୀମାନେ ପମ୍ପସେଟ ସହାୟତାରେ ପାଣି ମଡ଼ାଇ ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି।
ବ୍ଲକର ୯ଟି ପଞ୍ଚାୟତର ଚାଷଜମି ଦଶମୌଜା କେନାଲ ଦ୍ୱାରା ଜଳସେଚିତ ହୋଇଥାଏ। ଏହି କେନାଲ ଏବେ କଳମବଣରେ ଭର୍ତ୍ତି ହୋଇଛି। ମରୁଡ଼ି ପରିସ୍ଥିତିକୁ ଲକ୍ଷ୍ୟକରି ସାଳନ୍ଦୀରେ ପାଣି ଛଡ଼ାଯାଇଥିଲା। ମାତ୍ର ଦଶମୌଜା କେନାଲର ଉପରମୁଣ୍ଡରେ ଚାଷୀମାନେ ବନ୍ଧ ପକାଇ ଜମିକୁ ପାଣି ନେଉଛନ୍ତି। କେନାଲରେ ବନ୍ଧ ପକାଇବା ନିୟମ ନ ଥିଲେ ମଧ୍ୟ କେତେଜଣ ଚାଷୀଙ୍କ ଏ ପ୍ରକାର କାର୍ଯ୍ୟ ଅଧିକାଂଶ ପଞ୍ଚାୟତର ଚାଷୀଙ୍କୁ ସମସ୍ୟାରେ ପକାଇଛି। ବନ୍ଧ ଯୋଗୁ ତାଳପଦା, ଅଚକ, ଭାଟପଡ଼ା, କୋହ୍ଲ, ଫତେପୁର, ମଙ୍ଗଳପୁର, ସିନ୍ଦୋଳ ପଞ୍ଚାୟତର ଚାଷୀମାନେ କେନାଲ ପାଣି ପାଇପାରୁ ନାହାନ୍ତି। ସାଳନ୍ଦୀ ଜଳସେଚନ ବିଭାଗ କେନାଲରେ ପାଣି ଛାଡ଼ିଦେଇ ନିଜର ଦାୟିତ୍ୱ ସାରି ଦେଉଥିବା କୁହାଯାଉଛି। ପାଣିର ଠିକ୍‌ ବିନିଯୋଗ ହୋଇପାରିଲା କି ନାହିଁ ସେନେଇ କୌଣସି ତଦାରଖ କରୁ ନ ଥିବାରୁ ଏହି ପଞ୍ଚାୟତଗୁଡ଼ିକରେ ୬ ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ଥାଇ ମଧ୍ୟ ଚାଷ ହୋଇପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସାଳନ୍ଦୀ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗର ଏସ୍‌ଡିଓ ଆର୍ତ୍ତତ୍ରାଣ ସାହୁଙ୍କୁ ପଚାରିବାରୁ କେନାଲରେ ପ୍ରଚୁର ପାଣି ଛଡ଼ାଯାଇଛି, ପାଣି କିପରି ତଳମୁଣ୍ଡରେ ପହଞ୍ଚତ୍ବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri