ଶୀତରେ ଫାଟିବନି ଓଠ

ଓଠର ତ୍ୱଚା କୋମଳ ହୋଇଥିବାରୁ ଶୀତଦିନ ଆସିଲେ ଶୁଖିଯିବା ସହ ଫାଟିଥାଏ। ଯେଉଁଥିପାଇଁ ଆମେ ବିଭିନ୍ନ ପ୍ରକାର ଲିପ୍‌ବାମ୍‌ ଲଗାଇଥାଉ। ତଥାପି ବେଳେବେଳେ ଏଥିରୁ ଉପଶମ ମିଳି ନ ଥାଏ। ହେଲେ ଆପଣ ଚାହିଁଲେ କେତେକ ଘରୋଇ ଉପଚାର ଦ୍ୱାରା ଓଠକୁ ଶୀତରେ ଫାଟିବାରୁ ରକ୍ଷା କରିପାରିବେ…

କମଳା ଚୋପାକୁ ଶୁଖାଇ ଏହାକୁ ଗୁଣ୍ଡ କରନ୍ତୁ। ଏକ ଚାମଚ ଏହି ଗୁଣ୍ଡରେ ୧୦-୧୨ ବୁନ୍ଦା ବାଦାମ ତେଲ ଏବଂ ଅଳ୍ପ ଚିନି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ନିଜ ଓଠରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ସପ୍ତାହରେ ୩-୪ ଥର ଏପରି କଲେ ଆପଣଙ୍କ ଓଠ ନରମ ହେବା ସହ ଫାଟିବ ନାହିଁ।
ଏକ ଚାମଚ ହଳଦୀରେ କିଛି କ୍ଷୀର ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ ।
ଏହି ପ୍ୟାକ୍‌କୁ ପ୍ରତିଦିନ ନିଜ ଓଠରେ ଲଗାନ୍ତୁ। କିଛିଦିନରେ ଆପଣଙ୍କ ଓଠ ଫାଟିବା କମ୍‌ ହେବା ସହ କୋମଳ ଅନୁଭବ କରିବେ।
ନଡିଆ ତେଲରେ ଏକ ଚାମଚ ମହୁ ମିଶାନ୍ତୁ। ପରେ ସେଥିରେ ଅଳ୍ପ ଚିନି ମିଶାଇ ପ୍ୟାକ ପ୍ରସ୍ତୁତ କରନ୍ତୁ। ଓଠରେ ୧୦ମିନିଟ ପଯର୍‌ୟନ୍ତ ଲଗାଇ ରଖି ଧୋଇ ଦିଅନ୍ତୁ। ଆପଣଙ୍କର ଓଠ ସୁନ୍ଦର ଦେଖାଯିବ। ଆପଣ ଚାହିଁଲେ କେବଳ ନଡ଼ିଆତେଲ ମଧ୍ୟ ଓଠରେ ଲଗାଇ ପାରିବେ।
ଶୀତଦିନେ ଓଠ ଫାଟିବା ସମସ୍ୟା ପାଇଁ ଶରୀରର ଜଳୀୟାଂଶ କମିବା ଏକ ପ୍ରମୁଖ କାରଣ। ତେଣୁ ଏପରି ନ ହେବା ଲାଗି ନିୟମିତ ଅତି କମ୍‌ରେ ୮ଗ୍ଲାସ ପାଣି ପିଅନ୍ତୁ। ମନେରଖନ୍ତୁ ଓଠ ନରମ ଡ୍ରାଏ ଲାଗୁଛି ଭାବି ଜିଭରେ ବାରମ୍ବାର ଚାଟନ୍ତୁ ନାହିଁ। ଏହାଦ୍ୱାରା ଓଠ ଅଧିକ ଫାଟିଥାଏ।
କୌଣସି କେମିକାଲ୍‌ଯୁକ୍ତ ଲିପ୍‌ କେୟାର ପ୍ରଡକ୍ଟ ବା ଲିପବାମ୍‌ ବ୍ୟବହାର କରନ୍ତୁ ନାହିଁ। ଧୂମ୍ରପାନ କରିବାରୁ ଦୂରେଇ ରୁହନ୍ତୁ।
ରାତିରେ ଶୋଇବା ପୂର୍ବରୁ ଓଠରେ ଭେସ୍‌ଲିନ୍‌ କିମ୍ବା ଲିପବାମ ଲଗେଇବାକୁ ଭୁଲନ୍ତୁ ନାହିଁ।
ଶୋଇବା ପୂର୍ବରୁ ଓଠରେ ମହୁ ଲଗାଇ ଅଙ୍ଗୁଳି ଟିପ ସାହାଯ୍ୟରେ ଧୀରେ ଧୀରେ ଘଷନ୍ତୁ। ଏହା ମଶ୍ଚରାଇଜର ଭଳି କାମ କରିଥାଏ। ଏହା ଓଠକୁ କୋମଳ କରିବା ସହ ଶୁଷ୍କ ଓ କଳା ପଡ଼ିବାରୁ ରକ୍ଷା କରିଥାଏ।
୩ ଚାମଚ କ୍ଷୀରରେ ଲେମ୍ବୁରସ ୩ ଟୋପା ପକାନ୍ତୁ। ଏହି ମିଶ୍ରଣକୁ ଏକ ଘଣ୍ଟା ପାଇଁ ଫ୍ରିଜ୍‌ରେ ରଖନ୍ତୁ। ପରେ ଏହାକୁ ଓଠ ଏବଂ ଓଠ ଚାରିପାଖରେ ଭଲଭାବରେ ଲଗାନ୍ତୁ। ଆପଣ ଏହାକୁ ସପ୍ତାହକୁ ୩ ଦିନ କିମ୍ବା ପ୍ରତିଦିନ ବ୍ୟବହାର କରିପାରିବେ। କିଛିଦିନ ମଧ୍ୟରେ ଆପଣ ଏହାର ଫାଇଦା ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri