ଶୀଘ୍ର ସ୍ବାଭାବିକ ହେବନି ବଜାର ସ୍ଥିତି

ଭୁବନେଶ୍ୱର,୮।୫: କୋଭିଡ୍‌-୧୯କୁ ନିୟନ୍ତ୍ରଣ ଲାଗି ସରକାର ଲକ୍‌ଡାଉନ ୩.୦ ଲାଗୁ କରିଛନ୍ତି। କିଛି କିଛି କ୍ଷେତ୍ରରେ କଟକଣା ସହ ବ୍ୟବସାୟ ପୁନଃ ଆରମ୍ଭ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଗତ କିଛି ସପ୍ତାହ ଧରି ବଜାର ବନ୍ଦ ରହିଥିବାରୁ ଲୋକମାନେ ପ୍ରଡକ୍ଟ ସାମଗ୍ରୀ ଓ ସେବା କିଣିବାକୁ ଆଗଭଳି ମନ ବଳାଉଥିବା ଦେଖାଯାଉନାହିଁ। ଧୀରେ ଧୀରେ ଗାଡି ଶୋ’ରୁମ୍‌, ଇଲେକଟ୍ରୋନିକ୍ସ ଶୋ’ରୁମ୍‌, ଜୁଏଲର୍ସ ଶୋ’ରୁମ୍‌ ସହ ଅନ୍ୟ କିଛି ବର୍ଗରେ ଷ୍ଟୋର ଖୋଲାଯାଇଛି। ହେଲେ ଗ୍ରାହକ ଆସିବାରେ ବାଧା ରହୁଥିବାରୁ ବାଣିଜ୍ୟ ପ୍ରଭାବିତ ରହିଛି। କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡିକ ସହ ଜଡିତ ବ୍ୟକ୍ତିବିଶେଷ ବାଣିଜ୍ୟକୁ ନେଇ ଦେଇଥିବା ପ୍ରତିକ୍ରିୟା….

ବଜାରକୁ ଅଧିକ ସମୟ ଲାଗିବ
ସରକାରଙ୍କ ନିୟମ ଅନୁସାରେ ବର୍ତ୍ତମାନ ଶୋ’ରୁମ୍‌ ଖୋଲାଯାଇଛି। ଓ୍ବାର୍କଶପରେ ଟ୍ରାଫିକ୍‌ ମାତ୍ର ୨୦% ରହୁଛି। ଆଗାମୀ ଦିନର ବଜାରକୁ ନେଇ କିଛି ଆକଳନ କରିହେଉନାହିଁ। ୨୦୧୯ ଆର୍ଥତ୍କ ବର୍ଷ ବିକ୍ରି ସହ ତୁଳନା କଲେ ସମାନ ସ୍ଥିତି ଆସିବା ଲାଗି ବଜାରକୁ ୩ ବର୍ଷ ସମୟ ଲାଗିବା ନେଇ ଆକଳନ କରାଯାଇଛି। ଅଟୋମୋବାଇଲ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡିଲରମାନେ କ୍ଷତି ସହୁଛନ୍ତି। ସରକାର ଯାନ ପଞ୍ଜୀକରଣ ଏବଂ ଅନ୍ୟ କ୍ଷେତ୍ରରେ ସହାୟତା ଯୋଗାଇଦେବାର ଆବଶ୍ୟକତା ରହିଛି। ସବୁ ଡିଲର ଆଗାମୀ ସ୍ଥିତିକୁ ନେଇ ଲଢିବା କ୍ଷେତ୍ରରେ ଆଲୋଚନା କରିବାର ଆବଶ୍ୟକତା ରହିଛି।
-ସୌନକ ପାରିକ, ମ୍ୟାନେଜିଂ ପାର୍ଟନର ଉତ୍କଳ ଅଟୋମୋବାଇଲ୍ସ

ସ୍ଥିତି ସମ୍ପର୍କରେ ଆକଳନ କରି ହେଉନି
କୋଭିଡ୍‌-୧୯ ହଠାତ୍‌ ଏଭଳି କାରବାରକୁ ପ୍ରଭାବିତ କରିବ ବୋଲି ଅନୁମାନ କରି ନ ଥିଲୁ। ଦୀର୍ଘଦିନ ଧରି ଶୋ’ରୁମ୍‌ ବନ୍ଦ ରହିବା ପରେ ବର୍ତ୍ତମାନ ସାମାଜିକ ଦୂରତ୍ୱ ନିୟମ ସହ ଶୋ’ରୁମ୍‌ ଶୁଭାରମ୍ଭ ହୋଇଛି। କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁର ଷ୍ଟାଣ୍ଡାଲୋନ ଷ୍ଟୋର ଖୋଲିଥିଲେ ମଧ୍ୟ ଲୋକଙ୍କ ଆସିବା ଏତେଟା ନାହିଁ। ବର୍ତ୍ତମାନ ଷ୍ଟୋରରେ ଏକ ସମୟରେ କେବଳ ୫ ଜଣ ଗ୍ରାହକଙ୍କୁ ନିଆଯାଉଛି। ଲୋକଙ୍କ ମନରେ ବାହାରକୁ ବାହାରିବାର ଭୟ ଥିବାରୁ ଅଧିକ ଲୋକ କ୍ରୟ ପାଇଁ ଆସିବାକୁ ଚାହୁଁନାହାନ୍ତି। ଗ୍ରାହକ ଏବଂ ଷ୍ଟାଫଙ୍କ ନିରାପତ୍ତାକୁ ଧ୍ୟାନରେ ରଖାଯାଇଛି। ଅଭିମନ୍ୟୁ ଚକ୍ରବୂ୍ୟହ ଭଳି କରୋନା ବ୍ୟବସାୟୀଙ୍କ ଉପରେ ଏବେ ମାଡି ପଡିଛି। ବର୍ତ୍ତମାନ ସ୍ଥିତିରେ ଆଉ ଅଧିକ କିଛି କରି ହେବ ନାହିଁ। କେବଳ ସୁରକ୍ଷାକୁ ହିଁ ପ୍ରାଥମିକତା ଦେଉଛୁ। ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯୋଜନା ରହିଛି। ଅନ୍‌ଲାଇନରେ ଲୋକଙ୍କୁ ଗହଣା କ୍ରୟ ନେଇ ସୁବିଧା କରାଯାଇଛି। ଏହି ପଦକ୍ଷେପକୁ ଭଲ ରେସ୍‌ପନ୍ସ ମିଳିଛି।
– ମିତେଶ ଖିମଜୀ, ନିର୍ଦ୍ଦେଶକ, ଖିମଜୀ ଜୁଏଲର୍ସ
ଇଣ୍ଡଷ୍ଟ୍ରି ପାଇଁ ବଡ଼ ଚ୍ୟାଲେଞ୍ଜ
ନିୟମ ଅନୁସାରେ ଉଭୟ ଶୋ’ରୁମ୍‌ ଏବଂ ଓ୍ବାର୍କଶପ ଖୋଲାଯାଇଛି। ବର୍ତ୍ତମାନ ୩୩% କ୍ଷମତା ସହ ଓ୍ବାର୍କଶପ ଚାଲୁଛି। ଗ୍ରାହକଙ୍କୁ ଜରୁରୀ ସେବା ଦିଗରେ ଫୋକସ ରହିଛି। ଆଗାମୀ ଦିନରେ ବଜାର ସ୍ଥିତି କଥା ସ୍ପଷ୍ଟତା କଥା ଭାବି ହେଉନି। ଟିକସ ସାଧାରଣ ସ୍ଥିତିକୁ ଆସିବା ଲାଗି ବଜାରକୁ ଅନ୍ତତଃ ପକ୍ଷେ ୪ ମାସ ସମୟ ଲାଗିପାରେ। କୋଭିଡ୍‌ ନିୟନ୍ତ୍ରଣକୁ ନ ଆସିଲେ ଏହି ସମୟ ଅଧିକ ବଢିଯିବ। ପୂଜା ବେଳକୁ ଗ୍ରାହକ ହୁଏତ କାର କ୍ରୟ ନେଇ ମନ ବଳାଇପାରନ୍ତି। ଏଣ୍ଟ୍ରି ସେଗ୍‌ମେଣ୍ଟ ମଡେଲଗୁଡିକର ବିକ୍ରି ହେବା ନେଇ ଆଶାବାଦୀ। ଏହାବାଦ ୟୁଜ୍‌ଡ କାରର ବିକ୍ରି ମଧ୍ୟ ରହିପାରେ। ଲକ୍‌ଡାଉନ ପାଇଁ କମ୍ପାନୀଗୁଡିକ ଗ୍ରାହକଙ୍କୁ ଅନ୍‌ଲାଇନରେ ଯାନ କ୍ରୟ ନେଇ ସୁବିଧା ଦେଇଛନ୍ତି। ଏହା ବା ଶୋ’ରୁମ୍‌ ପକ୍ଷରୁ ମଧ୍ୟ ଅନ୍‌ଲାଇନ ପେମେଣ୍ଟ ଉପରେ ଫୋକସ କରାଯାଇଛି। ବର୍ତ୍ତମାନ ସବୁ ବନ୍ଦ ହୋଇ ପଡିଥିବାରୁ ଇଣ୍ଡଷ୍ଟ୍ରିକୁ ସୁଧୁରିବାକୁ ସମୟ ଲାଗିବ। ଶ୍ରମିକ ଘରକୁ ପଳାଇ ଆସିଥିବାରୁ ଅନେକ ଦିନ ଧରି ଶ୍ରମିକ ସମସ୍ୟା ରହିବ। ଶ୍ରମିକ ଅଭାବରୁ ଶିଳ୍ପର କାରବାର ମଧ୍ୟ ପ୍ରଭାବିତ ରହିବ। ମୋଟାମୋଟି ଭାବେ କହିବାକୁ ଗଲେ ଇଣ୍ଡଷ୍ଟ୍ରି ପାଇଁ କରୋନା ବଡ଼ ଚ୍ୟାଲେଞ୍ଜ ନେଇ ଆସିଛି।
– ଆଦିତ୍ୟ ପାତ୍ର, ଏମ୍‌ଡି, ଆଦିତ୍ୟ ମୋଟର୍ସ
ଭଲ ଦିନ ଅପେକ୍ଷାରେ ରହିଛୁ
ଭୁବନେଶ୍ୱର ଶୋ’ରୁମ୍‌ ଏବେ ଯାଏ ଖୋଲାଯାଇନାହିଁ। ଅନ୍ୟ ସ୍ଥାନରେ ଥିବା ଷ୍ଟୋର ଖୋଲିଥିବା ବେଳେ ସମୟ ୧୨ଟା ଯାଏ ଥିବାରୁ ଗ୍ରାହକ ଏତେଟା ଆସୁନାହାନ୍ତି। ଆଗାମୀ ସେପ୍ଟେମ୍ବର ଯାଏ କାରବାର ମାନ୍ଦା ରହିବ। ଅକ୍ଷୟ ତୃତୀୟା କାରବାର ଲାଗି ଅନ୍‌ଲାଇନ ସୁବିଧା ଦିଆଯାଇଥିବା କୋଭିଡ୍‌-୧୯ ପରେ ମଧ୍ୟ ବଜାର ସ୍ଥିତି ଶୀଘ୍ର ସୁଧୁରିବା ନେଇ କହିହେଉନି। କାରଣ କଞ୍ଜ୍ୟୁମର ସେଣ୍ଟିମେଣ୍ଟ ବା ଗ୍ରାହକଙ୍କ ମନୋଭାବ ଏବେ କ୍ଷତିଗ୍ରସ୍ତ ସ୍ତରରେ ଥିବାରୁ ଲୋକମାନେ ପ୍ରଡକ୍ଟ କିଣିବାକୁ ଆଗଭର ହେଉନାହାନ୍ତି। ଦ୍ୱିତୀୟ ତ୍ରୈମାସରେ କାରବାର ଭଲ ରହିବ ନାହିଁ। ସ୍ଥିତି କେବେ ସୁଧୁରିବ ତାହା ଅପେକ୍ଷାରେ ରହିଛି। ଷ୍ଟୋରରେ ସରକାରଙ୍କ ଷ୍ଟାଣ୍ଡାର୍ଡ ମାନକ ଅନୁସାରେ ସବୁ କାର୍ଯ୍ୟ ହେଉଛି।
-ଅସିତ ରଞ୍ଜନ ବରାଳ, ସିଏଫ୍‌ଓ ଅରୁନ୍ଧତୀ ଗ୍ରୁପ୍‌


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri