ଶୀଘ୍ର ସ୍ବାଭାବିକ ହେବନି ବଜାର ସ୍ଥିତି

ଭୁବନେଶ୍ୱର,୮।୫: କୋଭିଡ୍‌-୧୯କୁ ନିୟନ୍ତ୍ରଣ ଲାଗି ସରକାର ଲକ୍‌ଡାଉନ ୩.୦ ଲାଗୁ କରିଛନ୍ତି। କିଛି କିଛି କ୍ଷେତ୍ରରେ କଟକଣା ସହ ବ୍ୟବସାୟ ପୁନଃ ଆରମ୍ଭ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ଗତ କିଛି ସପ୍ତାହ ଧରି ବଜାର ବନ୍ଦ ରହିଥିବାରୁ ଲୋକମାନେ ପ୍ରଡକ୍ଟ ସାମଗ୍ରୀ ଓ ସେବା କିଣିବାକୁ ଆଗଭଳି ମନ ବଳାଉଥିବା ଦେଖାଯାଉନାହିଁ। ଧୀରେ ଧୀରେ ଗାଡି ଶୋ’ରୁମ୍‌, ଇଲେକଟ୍ରୋନିକ୍ସ ଶୋ’ରୁମ୍‌, ଜୁଏଲର୍ସ ଶୋ’ରୁମ୍‌ ସହ ଅନ୍ୟ କିଛି ବର୍ଗରେ ଷ୍ଟୋର ଖୋଲାଯାଇଛି। ହେଲେ ଗ୍ରାହକ ଆସିବାରେ ବାଧା ରହୁଥିବାରୁ ବାଣିଜ୍ୟ ପ୍ରଭାବିତ ରହିଛି। କୋଭିଡ୍‌-୧୯ ଯୋଗୁ ବଜାର ସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡିକ ସହ ଜଡିତ ବ୍ୟକ୍ତିବିଶେଷ ବାଣିଜ୍ୟକୁ ନେଇ ଦେଇଥିବା ପ୍ରତିକ୍ରିୟା….

ବଜାରକୁ ଅଧିକ ସମୟ ଲାଗିବ
ସରକାରଙ୍କ ନିୟମ ଅନୁସାରେ ବର୍ତ୍ତମାନ ଶୋ’ରୁମ୍‌ ଖୋଲାଯାଇଛି। ଓ୍ବାର୍କଶପରେ ଟ୍ରାଫିକ୍‌ ମାତ୍ର ୨୦% ରହୁଛି। ଆଗାମୀ ଦିନର ବଜାରକୁ ନେଇ କିଛି ଆକଳନ କରିହେଉନାହିଁ। ୨୦୧୯ ଆର୍ଥତ୍କ ବର୍ଷ ବିକ୍ରି ସହ ତୁଳନା କଲେ ସମାନ ସ୍ଥିତି ଆସିବା ଲାଗି ବଜାରକୁ ୩ ବର୍ଷ ସମୟ ଲାଗିବା ନେଇ ଆକଳନ କରାଯାଇଛି। ଅଟୋମୋବାଇଲ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡିଲରମାନେ କ୍ଷତି ସହୁଛନ୍ତି। ସରକାର ଯାନ ପଞ୍ଜୀକରଣ ଏବଂ ଅନ୍ୟ କ୍ଷେତ୍ରରେ ସହାୟତା ଯୋଗାଇଦେବାର ଆବଶ୍ୟକତା ରହିଛି। ସବୁ ଡିଲର ଆଗାମୀ ସ୍ଥିତିକୁ ନେଇ ଲଢିବା କ୍ଷେତ୍ରରେ ଆଲୋଚନା କରିବାର ଆବଶ୍ୟକତା ରହିଛି।
-ସୌନକ ପାରିକ, ମ୍ୟାନେଜିଂ ପାର୍ଟନର ଉତ୍କଳ ଅଟୋମୋବାଇଲ୍ସ

ସ୍ଥିତି ସମ୍ପର୍କରେ ଆକଳନ କରି ହେଉନି
କୋଭିଡ୍‌-୧୯ ହଠାତ୍‌ ଏଭଳି କାରବାରକୁ ପ୍ରଭାବିତ କରିବ ବୋଲି ଅନୁମାନ କରି ନ ଥିଲୁ। ଦୀର୍ଘଦିନ ଧରି ଶୋ’ରୁମ୍‌ ବନ୍ଦ ରହିବା ପରେ ବର୍ତ୍ତମାନ ସାମାଜିକ ଦୂରତ୍ୱ ନିୟମ ସହ ଶୋ’ରୁମ୍‌ ଶୁଭାରମ୍ଭ ହୋଇଛି। କଟକ, ଭୁବନେଶ୍ୱର ଏବଂ ବ୍ରହ୍ମପୁର ଷ୍ଟାଣ୍ଡାଲୋନ ଷ୍ଟୋର ଖୋଲିଥିଲେ ମଧ୍ୟ ଲୋକଙ୍କ ଆସିବା ଏତେଟା ନାହିଁ। ବର୍ତ୍ତମାନ ଷ୍ଟୋରରେ ଏକ ସମୟରେ କେବଳ ୫ ଜଣ ଗ୍ରାହକଙ୍କୁ ନିଆଯାଉଛି। ଲୋକଙ୍କ ମନରେ ବାହାରକୁ ବାହାରିବାର ଭୟ ଥିବାରୁ ଅଧିକ ଲୋକ କ୍ରୟ ପାଇଁ ଆସିବାକୁ ଚାହୁଁନାହାନ୍ତି। ଗ୍ରାହକ ଏବଂ ଷ୍ଟାଫଙ୍କ ନିରାପତ୍ତାକୁ ଧ୍ୟାନରେ ରଖାଯାଇଛି। ଅଭିମନ୍ୟୁ ଚକ୍ରବୂ୍ୟହ ଭଳି କରୋନା ବ୍ୟବସାୟୀଙ୍କ ଉପରେ ଏବେ ମାଡି ପଡିଛି। ବର୍ତ୍ତମାନ ସ୍ଥିତିରେ ଆଉ ଅଧିକ କିଛି କରି ହେବ ନାହିଁ। କେବଳ ସୁରକ୍ଷାକୁ ହିଁ ପ୍ରାଥମିକତା ଦେଉଛୁ। ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯୋଜନା ରହିଛି। ଅନ୍‌ଲାଇନରେ ଲୋକଙ୍କୁ ଗହଣା କ୍ରୟ ନେଇ ସୁବିଧା କରାଯାଇଛି। ଏହି ପଦକ୍ଷେପକୁ ଭଲ ରେସ୍‌ପନ୍ସ ମିଳିଛି।
– ମିତେଶ ଖିମଜୀ, ନିର୍ଦ୍ଦେଶକ, ଖିମଜୀ ଜୁଏଲର୍ସ
ଇଣ୍ଡଷ୍ଟ୍ରି ପାଇଁ ବଡ଼ ଚ୍ୟାଲେଞ୍ଜ
ନିୟମ ଅନୁସାରେ ଉଭୟ ଶୋ’ରୁମ୍‌ ଏବଂ ଓ୍ବାର୍କଶପ ଖୋଲାଯାଇଛି। ବର୍ତ୍ତମାନ ୩୩% କ୍ଷମତା ସହ ଓ୍ବାର୍କଶପ ଚାଲୁଛି। ଗ୍ରାହକଙ୍କୁ ଜରୁରୀ ସେବା ଦିଗରେ ଫୋକସ ରହିଛି। ଆଗାମୀ ଦିନରେ ବଜାର ସ୍ଥିତି କଥା ସ୍ପଷ୍ଟତା କଥା ଭାବି ହେଉନି। ଟିକସ ସାଧାରଣ ସ୍ଥିତିକୁ ଆସିବା ଲାଗି ବଜାରକୁ ଅନ୍ତତଃ ପକ୍ଷେ ୪ ମାସ ସମୟ ଲାଗିପାରେ। କୋଭିଡ୍‌ ନିୟନ୍ତ୍ରଣକୁ ନ ଆସିଲେ ଏହି ସମୟ ଅଧିକ ବଢିଯିବ। ପୂଜା ବେଳକୁ ଗ୍ରାହକ ହୁଏତ କାର କ୍ରୟ ନେଇ ମନ ବଳାଇପାରନ୍ତି। ଏଣ୍ଟ୍ରି ସେଗ୍‌ମେଣ୍ଟ ମଡେଲଗୁଡିକର ବିକ୍ରି ହେବା ନେଇ ଆଶାବାଦୀ। ଏହାବାଦ ୟୁଜ୍‌ଡ କାରର ବିକ୍ରି ମଧ୍ୟ ରହିପାରେ। ଲକ୍‌ଡାଉନ ପାଇଁ କମ୍ପାନୀଗୁଡିକ ଗ୍ରାହକଙ୍କୁ ଅନ୍‌ଲାଇନରେ ଯାନ କ୍ରୟ ନେଇ ସୁବିଧା ଦେଇଛନ୍ତି। ଏହା ବା ଶୋ’ରୁମ୍‌ ପକ୍ଷରୁ ମଧ୍ୟ ଅନ୍‌ଲାଇନ ପେମେଣ୍ଟ ଉପରେ ଫୋକସ କରାଯାଇଛି। ବର୍ତ୍ତମାନ ସବୁ ବନ୍ଦ ହୋଇ ପଡିଥିବାରୁ ଇଣ୍ଡଷ୍ଟ୍ରିକୁ ସୁଧୁରିବାକୁ ସମୟ ଲାଗିବ। ଶ୍ରମିକ ଘରକୁ ପଳାଇ ଆସିଥିବାରୁ ଅନେକ ଦିନ ଧରି ଶ୍ରମିକ ସମସ୍ୟା ରହିବ। ଶ୍ରମିକ ଅଭାବରୁ ଶିଳ୍ପର କାରବାର ମଧ୍ୟ ପ୍ରଭାବିତ ରହିବ। ମୋଟାମୋଟି ଭାବେ କହିବାକୁ ଗଲେ ଇଣ୍ଡଷ୍ଟ୍ରି ପାଇଁ କରୋନା ବଡ଼ ଚ୍ୟାଲେଞ୍ଜ ନେଇ ଆସିଛି।
– ଆଦିତ୍ୟ ପାତ୍ର, ଏମ୍‌ଡି, ଆଦିତ୍ୟ ମୋଟର୍ସ
ଭଲ ଦିନ ଅପେକ୍ଷାରେ ରହିଛୁ
ଭୁବନେଶ୍ୱର ଶୋ’ରୁମ୍‌ ଏବେ ଯାଏ ଖୋଲାଯାଇନାହିଁ। ଅନ୍ୟ ସ୍ଥାନରେ ଥିବା ଷ୍ଟୋର ଖୋଲିଥିବା ବେଳେ ସମୟ ୧୨ଟା ଯାଏ ଥିବାରୁ ଗ୍ରାହକ ଏତେଟା ଆସୁନାହାନ୍ତି। ଆଗାମୀ ସେପ୍ଟେମ୍ବର ଯାଏ କାରବାର ମାନ୍ଦା ରହିବ। ଅକ୍ଷୟ ତୃତୀୟା କାରବାର ଲାଗି ଅନ୍‌ଲାଇନ ସୁବିଧା ଦିଆଯାଇଥିବା କୋଭିଡ୍‌-୧୯ ପରେ ମଧ୍ୟ ବଜାର ସ୍ଥିତି ଶୀଘ୍ର ସୁଧୁରିବା ନେଇ କହିହେଉନି। କାରଣ କଞ୍ଜ୍ୟୁମର ସେଣ୍ଟିମେଣ୍ଟ ବା ଗ୍ରାହକଙ୍କ ମନୋଭାବ ଏବେ କ୍ଷତିଗ୍ରସ୍ତ ସ୍ତରରେ ଥିବାରୁ ଲୋକମାନେ ପ୍ରଡକ୍ଟ କିଣିବାକୁ ଆଗଭର ହେଉନାହାନ୍ତି। ଦ୍ୱିତୀୟ ତ୍ରୈମାସରେ କାରବାର ଭଲ ରହିବ ନାହିଁ। ସ୍ଥିତି କେବେ ସୁଧୁରିବ ତାହା ଅପେକ୍ଷାରେ ରହିଛି। ଷ୍ଟୋରରେ ସରକାରଙ୍କ ଷ୍ଟାଣ୍ଡାର୍ଡ ମାନକ ଅନୁସାରେ ସବୁ କାର୍ଯ୍ୟ ହେଉଛି।
-ଅସିତ ରଞ୍ଜନ ବରାଳ, ସିଏଫ୍‌ଓ ଅରୁନ୍ଧତୀ ଗ୍ରୁପ୍‌


Enter your email to get our daily news in your inbox.

All Right Reserved By Dharitri.Com

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

ଟିକେଟ୍ ନ ମିଳିବାରୁ ଭାଜପାକୁ ‘ଟାଟା ବାଏ-ବାଏ’, ଧର୍ମେନ୍ଦ୍ରଙ୍କ ପୋଷ୍ଟକୁ ନେଇ ହଲଚଲ

ଲକ୍ଷ୍ନୌ,୭।୧୦: ରାଜ୍ୟ ସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବା ପରେ ବରେଲିର ପୂର୍ବତନ ଭାଜପା ଏମପି ଧର୍ମେନ୍ଦ୍ର କଶ୍ୟପଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ରାଜନୀତି…

କୋମଲ ରାଣୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କକୁ ନେଇ କେଉଁ ବୟଫ୍ରେଣ୍ଡ କଥା ଉଠାଇଲେ କଶ୍ମୀରା ଶାହା? ଜାଣନ୍ତୁ ଏହା ପଛର କାହାଣୀ

ମୁମ୍ବାଇ: ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ପତ୍ନୀ ତଥା ଅଭିନେତ୍ରୀ କଶ୍ମୀରା ଶାହା ନିଜର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା ଏବଂ ପ୍ରାୟତଃ ନିଜ ମନ୍ତବ୍ୟ ଯୋଗୁ…

ବିଦାୟୀ ଭାଷଣରେ ଚେତାବନୀ ଦେଲେ ଲିଓନେଲ ମେସି: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୭।୧୦: ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ କେବଳ ଭାବବିହ୍ବଳ କରି ନ ଥିଲା, ବରଂ ତାଙ୍କ ବିଦାୟୀ ଭାଷଣ ଆର୍ଜେଣ୍ଟିନା ଫୁଟବଲ୍କୁ ଏକ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?