ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର

ପୁରୀ ଅଫିସ, ୨୫-୯:ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ଆଗକୁ ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ବର୍ଗଦ୍ୱାରକୁ ଯୋଡିଛି ପ୍ରଶାସନ। ଏଥିପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି। ସ୍ବର୍ଗଦ୍ୱାର ପ୍ରତି ଆସ୍ଥା ଏବଂ ବିଶ୍ୱାସ ରଖି ଦୂରଦୂରାନ୍ତରୁ ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟମାନେ ଯେପରି କୌଣସି ପ୍ରକାର ତିକ୍ତ ଅନୁଭୂତି ନ ସାଉଁଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଲାଗି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ପ୍ରଶାସନର ଯୋଜନା ଯଦି ଠିକ୍‌ ଢଙ୍ଗରେ ଆଗେଇଲା ତେବେ ଖୁବ୍‌ ଶୀଘ୍ର ସ୍ବର୍ଗଦ୍ୱାରର ଚିତ୍ର ବଦଳିଯିବ।
ଅବହେଳିତ ଅବସ୍ଥାରେ ଥିବା ସ୍ବର୍ଗଦ୍ୱାରରେ ସବୁକିଛି ସୁବ୍ୟବସ୍ଥିତ କରାଯିବାକୁ ନିଷ୍ପତ୍ତି ହୋଇଛି। ସ୍ବର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଏଠାରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଯେଉଁପରି ଭାବେ ହିନ୍ଦୁମାନଙ୍କ ଲାଗି ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ୍‌ କରାଯାଇଛି ସ୍ବର୍ଗଦ୍ୱାରରେ ସେହିଭଳି କରାଯିବ। ଏଥିଲାଗି ହାଇଦ୍ରାବାଦରୁ ସମ୍ପୃକ୍ତ ସଂସ୍ଥାର ପ୍ରତିନିଧିମାନେ ଆସି ସ୍ବର୍ଗଦ୍ୱାରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲା ପ୍ରଶାସନ ସହ ଆଲୋଚନା କରିବା ପରେ ସର୍ଭେ ମଧ୍ୟ କରିଛନ୍ତି। ସେମାନେ ଏଥିନେଇ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରୁଛନ୍ତି। ଡିପିଆର ପ୍ରସ୍ତୁତ କରି ଦେବା ପରେ ଏହାର କାମ ଆରମ୍ଭ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ସଂସ୍ଥା ୨ମାସ ପୂର୍ବେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ୍‌ ନିର୍ମାଣ କରିଛି। ପୂର୍ବରୁ ଏହି ସ୍ଥାନରେ ହିନ୍ଦୁ ଲୋକମାନଙ୍କର ଅନ୍ତ୍ୟେଷ୍ଟି କ୍ରିୟା ପୁରୀ ସ୍ବର୍ଗଦ୍ୱାର ଭଳି କରାଯାଉଥିଲା। ଏବେ ଅତ୍ୟାଧୁନିକ ଉପାୟରେ ମୃତଦେହ ଦାହ କରାଯାଉଛି। କିଛିଦିନ ପୂର୍ବରୁ ପୁରୀ ଜିଲାପାଳ ଏବଂ ଅତିରିକ୍ତ ଜିଲାପାଳ ସେଠାକୁ ଯାଇ ବାସ୍ତବ ସ୍ଥିତି ପରଖିଥିଲେ। ସ୍ବର୍ଗଦ୍ୱାରରେ ଏହି ଢାଞ୍ଚାରେ ମୃତଦେହ ଦାହ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସ୍ବର୍ଗଦ୍ୱାରର ପ୍ରବେଶ ପଥକୁ ବେଶ୍‌ ଆକର୍ଷଣୀୟ କରାଯିବ। ମୃତଦେହ ଦାହ ପାଇଁ ଆସୁଥିବା ପରିଜନଙ୍କ ଲାଗି ବସିବା ଏବଂ ରିଫ୍ରେସ୍‌ମେଣ୍ଟ ବ୍ୟବସ୍ଥା କରାଯିବ। ଦାହ ପାଇଁ ସ୍ବତନ୍ତ୍ର ପିଣ୍ଡି, ବାଲିକୁ ହଟାଯାଇ ସ୍ବତନ୍ତ୍ର ଭାବେ ଘାସର ଗାଲିଚା, ପୂଜା ଓ ପିଣ୍ଡଦାନ ପାଇଁ ସ୍ବତନ୍ତ୍ର ସୁବିଧା ସାଙ୍ଗକୁ ଦାହ ପରେ ଅସ୍ଥି ରଖିବା ପାଇଁ ଲକର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri