ଶୀଘ୍ର ଅଭିବୃଦ୍ଧି ପଥକୁ ଫେରିବ ଭାରତ

ଡାଭୋସ,୨୫-୧ : ମାନ୍ଦାବସ୍ଥା ଦେଇ ଗତି କରୁଥିବା ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଶୁକ୍ରବାର ଆଶ୍ୱସ୍ତି ଭରା ଖବର ଆଣିଛି। ଭାରତରେ ଲାଗି ରହିଥିବା ମାନ୍ଦାବସ୍ଥା ଅସ୍ଥାୟୀ। ଶୀଘ୍ର ଘରୋଇ ଅର୍ଥ ବ୍ୟବସ୍ଥା ଅଭିବୃଦ୍ଧି ପଥକୁ ଫେରିବ। ସୁଇଜରଲାଣ୍ଡର ଡାଭୋସଠାରେ ଚାଲିଥିବା ଓ୍ବାର୍ଲଡ ଇକୋନୋମିକ ଫୋରମ (ଡବ୍ଳ୍ୟୁଇଏଫ)ର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଓ୍ବା ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବିଶ୍ୱ ଆର୍ଥତ୍କ ସ୍ଥିତିକୁ ନେଇ ଆଇଏମ୍‌ଏଫ୍‌ ୨୦୧୯ ଅକ୍ଟୋବରରେ ଯେଉଁ ପୂର୍ବାନୁମାନ କରିଥିଲା ସେହି ତୁଳନାରେ ୨୦୨୦ ଜାନୁୟାରୀରେ ବିଶ୍ୱର ଅର୍ଥ ବ୍ୟବସ୍ଥା ଉନ୍ନତ ସ୍ଥିତିରେ ରହିଛି। ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଭାରତର ବିକାଶ ହାର ୪.୫%କୁ ଖସିଛି। ଏହା ସାଢେ ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର। ଏଭଳି ସ୍ଥିତିରେ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ୩.୩% ବିକାଶ ହାର ଆଖିଦୃଶିଆ ନୁହେଁ। ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥାଗୁଡିକ ଏବେ ଅଗ୍ରଗତି କରୁଥିବା ସେ ମତ ରଖିଛନ୍ତି। ମାତ୍ର ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଏବେ ବି ଲାଗିରହିଛି। ବିତ୍ତୀୟ ନୀତି ଏବଂ ଢାଞ୍ଚାଗତ ସୁଧାର ଉପରେ ଦେଶଗୁଡିକ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଆଗାମି ଦିନଗୁଡିକରେ ଭାରତୀୟ ଅର୍ଥ ବ୍ୟବସ୍ଥା ତ୍ୱରିତ ହେବା ନେଇ ଆଶାବାଦୀ ଥିବା ସେ ମତ ରଖିଛନ୍ତି। ଇଣ୍ଡୋନେସିଆ ଏବଂ ଭିଏତନାମ ଭଳି ଦେଶର ବିକାଶ ହାର ଚମକିବା ସ୍ଥିତିକୁ ଫେରିଛି। କିଛି ଆଫ୍ରିକୀୟ ଦେଶ ଭଲ ପ୍ରଦର୍ଶନ କରୁଥିବା ବେଳେ ମେକ୍ସିକୋ ଭଳି ଦେଶର ବିକାଶ ହାରରେ କୌଣସି ସୁଧାର ଆସିନାହିଁ। ଏବେ ବିଶ୍ୱର ବିଭିନ୍ନ ଦେଶ ଆର୍ଥତ୍କ ଚ୍ୟାଲେଞ୍ଜ ସ୍ଥିତି ଆଡକୁ ଗତି କରୁଛନ୍ତି। ସୂଚନା ଯୋଗ୍ୟ ଚଳିତ ଆର୍ଥତ୍କବର୍ଷ ଲାଗି ଭାରତର ବିକାଶ ହାର ୫% କିମ୍ବା ଏହାର ନିକଟବର୍ତ୍ତୀ ରହିବ ବୋଲି ଅନେକ ଅନ୍ତର୍ଜାତୀୟ ଏଜେନ୍ସି କହିଛନ୍ତି। ଏହା ମଧ୍ୟରେ ଆଇଏମ୍‌ଏଫ୍‌, ଜାତିସଂଘ, ଫିଚ୍‌ ସହ ଅନ୍ୟ କେତେକ ଏଜେନ୍ସି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri