ଶିଳ୍ପପତି ବି.କେ.ବିର୍ଲାଙ୍କ ପରଲୋକ

ନୂଆଦିଲ୍ଲୀ,୪-୭: ଶିଳ୍ପପତି କୁମାର ମଙ୍ଗଳମ ବିର୍ଲାଙ୍କ ଜେଜେବାପା ତଥା ବି.କେ.ବିର୍ଲା ଗ୍ରୁପ୍‌ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ବି.କେ.ବିର୍ଲାଙ୍କର ୯୮ ବର୍ଷରେ ବୁଧବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ୧୯୨୧ ଜାନୁୟାରୀ ୧୨ରେ ଜନ୍ମିତ ବସନ୍ତ କୁମାର ବିର୍ଲା ଶିଳ୍ପ ଜଗତରେ ବି.କେ. ନାମରେ ପରିଚିତ ଥିଲେ। ମହାନ ଉଦ୍ୟୋଗପତି ଘନଶ୍ୟାମ ବିର୍ଲାଙ୍କର ସେ ସର୍ବକନିଷ୍ଠ ପୁତ୍ର ଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ବ୍ୟବସାୟ ସହ ଜଡ଼ିତ ହୋଇଥିଲେ। ତାଙ୍କର ତିନୋଟି ସନ୍ତାନଙ୍କ ମଧ୍ୟରୁ ଏକମାତ୍ର ପୁତ୍ର ଆଦିତ୍ୟ ବିକ୍ରମ ବିର୍ଲାଙ୍କର ୧୯୯୫ରେ ପରଲୋକ ହୋଇଯାଇଛି। କେସୋରାମ ଇଣ୍ଡଷ୍ଟ୍ରିଜର ୮୮ତମ ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେଇ ସେ କହିଥିଲେ ଯେ, ୯୦ ବର୍ଷ ବୟସରେ ଅବସର ନେବେ। ସେ ତାଙ୍କ ଅବସର ସମୟ ଆର୍ଟ ଓ କଲ୍ଚର ପାଇଁ ବିନିଯୋଗ କରିବେ ବୋଲି ଜାହିର କରିଥିଲେ। ନିଜର ବିଶାଳ କାରବାର ଲାଗି ଉତ୍ତରାଧିକାରୀ ଚୟନ କରିଥିଲେ। କୁମାର ମଙ୍ଗଳମ ବିର୍ଲାଙ୍କୁ ଏହାର ଦାୟିତ୍ୱ ନେବାକୁ ସେ ଚାହୁଁଥିଲେ। ନିଜର ଅଦମ୍ୟ ପ୍ରୟାସ ବଳରେ ସେଞ୍ଚୁରୀ ଟେକ୍ସଟାଇଲକୁ ଦେଶର ଅଗ୍ରଣୀ କମ୍ପାନୀ ଭାବେ ପ୍ରତିଷ୍ଠିତ କରିପାରିଥିଲେ। ୧୯୪୦ରେ ସେ କେସୋରାମ ଇଣ୍ଡଷ୍ଟ୍ରିଜ୍‌ରେ ଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବି.କେ. ବିର୍ଲା ବିଶେଷ କରି କପା, ଭିସ୍‌କୋସ୍‌, ପଲିଷ୍ଟର, ନାଏଲନ ସୂତା, କାଗଜ, ସିପିଂ, ପାରଦର୍ଶୀ କାଗଜ, ସିମେଣ୍ଟ, ଚା’, କଫି, ଅଳେଇଚ, ରସାୟନ, ପ୍ଲାଇଉଡ୍‌ ଭଳି କ୍ଷେତ୍ରରେ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିଥିଲେ। ବ୍ୟବସାୟ ଜଗତରେ ତାଙ୍କର ୭୦ ବର୍ଷର ଅଭିଜ୍ଞତା ଥିଲା। ବି.କେ. ବିର୍ଲା ଦେଶ ବିଦେଶରେ ପ୍ରତିଷ୍ଠିତ ପ୍ରାୟ ୨୫ ଶିକ୍ଷା ପ୍ରତିଷ୍ଠାନ ଓ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠା କରି ଏହାର ପରିଚାଳନା ଦାୟିତ୍ୱରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri