ଶିଳ୍ପପତି ବି.କେ.ବିର୍ଲାଙ୍କ ପରଲୋକ

ନୂଆଦିଲ୍ଲୀ,୪-୭: ଶିଳ୍ପପତି କୁମାର ମଙ୍ଗଳମ ବିର୍ଲାଙ୍କ ଜେଜେବାପା ତଥା ବି.କେ.ବିର୍ଲା ଗ୍ରୁପ୍‌ ଅଫ୍‌ କମ୍ପାନୀର ଅଧ୍ୟକ୍ଷ ବି.କେ.ବିର୍ଲାଙ୍କର ୯୮ ବର୍ଷରେ ବୁଧବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ୧୯୨୧ ଜାନୁୟାରୀ ୧୨ରେ ଜନ୍ମିତ ବସନ୍ତ କୁମାର ବିର୍ଲା ଶିଳ୍ପ ଜଗତରେ ବି.କେ. ନାମରେ ପରିଚିତ ଥିଲେ। ମହାନ ଉଦ୍ୟୋଗପତି ଘନଶ୍ୟାମ ବିର୍ଲାଙ୍କର ସେ ସର୍ବକନିଷ୍ଠ ପୁତ୍ର ଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ବ୍ୟବସାୟ ସହ ଜଡ଼ିତ ହୋଇଥିଲେ। ତାଙ୍କର ତିନୋଟି ସନ୍ତାନଙ୍କ ମଧ୍ୟରୁ ଏକମାତ୍ର ପୁତ୍ର ଆଦିତ୍ୟ ବିକ୍ରମ ବିର୍ଲାଙ୍କର ୧୯୯୫ରେ ପରଲୋକ ହୋଇଯାଇଛି। କେସୋରାମ ଇଣ୍ଡଷ୍ଟ୍ରିଜର ୮୮ତମ ବାର୍ଷିକ ସାଧାରଣ ବୈଠକରେ ଯୋଗ ଦେଇ ସେ କହିଥିଲେ ଯେ, ୯୦ ବର୍ଷ ବୟସରେ ଅବସର ନେବେ। ସେ ତାଙ୍କ ଅବସର ସମୟ ଆର୍ଟ ଓ କଲ୍ଚର ପାଇଁ ବିନିଯୋଗ କରିବେ ବୋଲି ଜାହିର କରିଥିଲେ। ନିଜର ବିଶାଳ କାରବାର ଲାଗି ଉତ୍ତରାଧିକାରୀ ଚୟନ କରିଥିଲେ। କୁମାର ମଙ୍ଗଳମ ବିର୍ଲାଙ୍କୁ ଏହାର ଦାୟିତ୍ୱ ନେବାକୁ ସେ ଚାହୁଁଥିଲେ। ନିଜର ଅଦମ୍ୟ ପ୍ରୟାସ ବଳରେ ସେଞ୍ଚୁରୀ ଟେକ୍ସଟାଇଲକୁ ଦେଶର ଅଗ୍ରଣୀ କମ୍ପାନୀ ଭାବେ ପ୍ରତିଷ୍ଠିତ କରିପାରିଥିଲେ। ୧୯୪୦ରେ ସେ କେସୋରାମ ଇଣ୍ଡଷ୍ଟ୍ରିଜ୍‌ରେ ଡାଇରେକ୍ଟର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ବି.କେ. ବିର୍ଲା ବିଶେଷ କରି କପା, ଭିସ୍‌କୋସ୍‌, ପଲିଷ୍ଟର, ନାଏଲନ ସୂତା, କାଗଜ, ସିପିଂ, ପାରଦର୍ଶୀ କାଗଜ, ସିମେଣ୍ଟ, ଚା’, କଫି, ଅଳେଇଚ, ରସାୟନ, ପ୍ଲାଇଉଡ୍‌ ଭଳି କ୍ଷେତ୍ରରେ ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିଥିଲେ। ବ୍ୟବସାୟ ଜଗତରେ ତାଙ୍କର ୭୦ ବର୍ଷର ଅଭିଜ୍ଞତା ଥିଲା। ବି.କେ. ବିର୍ଲା ଦେଶ ବିଦେଶରେ ପ୍ରତିଷ୍ଠିତ ପ୍ରାୟ ୨୫ ଶିକ୍ଷା ପ୍ରତିଷ୍ଠାନ ଓ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠା କରି ଏହାର ପରିଚାଳନା ଦାୟିତ୍ୱରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri