ଶିକ୍ଷାର ମୂଳଦୁଆ ସଜାଡୁଛି ‘ଥିଙ୍କ୍‌ ଜୋନ୍‌’

କଟକ ଅଫିସ,୧୭।୫: ରାଜ୍ୟରେ ପ୍ରାଥମିକ ଶିକ୍ଷାର ମୂଳଦୁଆ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଗୋଟିଏ ଯୁବଗୋଷ୍ଠୀ। ୧୨ ଜଣଙ୍କୁ ନେଇ ଗଠିତ ହୋଇଥିବା କଟକର ଏହି ଅନୁଷ୍ଠାନ ଥିଙ୍କ ଜୋନ ନାଁରେ ଏବେ ପରିଚିତ ହେଉଛି। ଏବେ ସୁଦ୍ଧା ୫୦୦ରୁ ଅଧିକ ଗ୍ରାମରେ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି ଏହି ଅନୁଷ୍ଠାନ। ୪ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଏଥିରେ ସାମିଲ ହୋଇ ଫୋନ ଯୋଗେ ଶିକ୍ଷାଲାଭ କରୁଛନ୍ତି। ୩ରୁ ୧୦ ବର୍ଷର ଶିଶୁଙ୍କୁ ନିଃଶୁଳ୍କ ପ୍ରାଥମିକ ଶିକ୍ଷା ଦେବାରେ ଏହି ଅନୁଷ୍ଠାନ କାମ କରୁଛି।
୨୦୧୪ରେ ଗଠିତ ଏହି ଅନୁଷ୍ଠାନର ନେତୃତ୍ୱ ନେଇଥିଲେ ବିନାୟକ ଆଚାର୍ଯ୍ୟ। ପ୍ରଥମେ ସାମାଜିକ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନ ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। କଟକ ଜିଲାର ବିଭିନ୍ନ ଗ୍ରାମକୁ ଯାଇ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ଅନୁଷ୍ଠାନର ଯୁବଗୋଷ୍ଠୀ। ଅଙ୍ଗନୱାଡ଼ିରେ ପଢୁଥିବା ପିଲାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଏବେ ଖୋର୍ଦ୍ଧା, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଜିଲାରେ ୫୦୦ରୁ ଅଧିକ ଗ୍ରାମରେ ଅଭିଭାବକଙ୍କ ସହଯୋଗରେ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଦେଉଛି ଏହି ଅନୁଷ୍ଠାନ। ୪-ଜି ଯୁଗରେ ମଧ୍ୟ ଅନୁଷ୍ଠାନ ୨-ଜି ମୋବାଇଲ ବ୍ୟବହାରକାରୀଙ୍କୁ ଗୁରୁତ୍ୱ ଦେଇ ଶିକ୍ଷାଦାନ କରୁଛି। ଯେଉଁମାନେ ୨-ଜି ମୋବାଇଲ ବ୍ୟବହାର କରୁଛନ୍ତି, ସେମାନଙ୍କ ପିଲାଙ୍କୁ ଫୋନ କଲ୍‌ ଜରିଆରେ ଅତ୍ୟାଧୁନିକ ଶୈଳୀରେ ଶିକ୍ଷା ଦିଆଯାଉଛି। ବିଭିନ୍ନ ଗାଁକୁ ଯାଇ ୧୦ ବର୍ଷରୁ କମ୍‌ ଶିଶୁଙ୍କ ପରିବାରକୁ ଯୋଗାଯୋଗ କରି ସେମାନଙ୍କ ଶୈକ୍ଷିକ ବିକାଶକୁ ନଜରରେ ରଖି ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ କରାଯାଏ। କେଉଁ ଶିଶୁ କେଉଁ କ୍ଷେତ୍ରରେ ଦୁର୍ବଳ ରହିଛି, ତାହା ଜାଣିବା ପରେ ଫୋନ ଯୋଗେ ସ୍ବତନ୍ତ୍ର ଶିକ୍ଷା ଦିଆଯାଉଛି। ଆଇବିଆର୍‌ ଓ ଭଏସ୍‌ ବ୍ରଡକାଷ୍ଟ ମାଧ୍ୟମରେ ଏହି ଶିକ୍ଷା ପ୍ରଦାନ କରୁଛି ଅନୁଷ୍ଠାନ। ଲକ୍‌ଡାଉନ ସମୟରେ ଅନୁଷ୍ଠାନ ଫୋନ ନମ୍ବର ଜାରି କରିଛି। ଏହି ନମ୍ବରକୁ ମିସ୍‌ଡ କଲ ଦେଉଥିବା ଅଭିଭାବକଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି। ୧୨ ଜଣ ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ବେଳେ ପ୍ରତ୍ୟେକ ଗାଁରେ ଜଣେ ଲେଖାଏ ସ୍ଥାନୀୟ ଯୁବକ ମଧ୍ୟ ରହିଛନ୍ତି। ଏହାଛଡ଼ା ଗାଁର ଜଣେ ମେଧାବୀ ବିଦ୍ୟାର୍ଥୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri