ଆଠମଲ୍ଲିକ, ୪ା୧୦ (ଡି.ଏନ.ଏ.)-ବିଦ୍ୟାଳୟ ଛାତ୍ରୀଙ୍କୁ ମାଗଣାରେ ସାନିଟାରି ନାପକିନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସମସ୍ତ ବିଦ୍ୟାଳୟରେ ଛାତ୍ରୀମାନେ ଯେପରି ଏହି ପ୍ୟାଡ ପାଇବେ ସେଥିପାଇଁ ସରକାରୀ ସ୍ତରରେ ନିୟମ ରହିଛି। ହେଲେ ଅନେକ ସ୍ଥାନରେ ଥିବା ବିଦ୍ୟାଳୟଗୁଡିକର ଛାତ୍ରୀମାନଙ୍କୁ ସାନିଟାରି ନାପକିନ ବଣ୍ଟା ନ ଯାଇ ପଡିରହିଛି, ଯାହା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକରେ ଦେଖିବାକୁ ମିଳିଛି। ବ୍ଲକକୁ ଆସିଥିବା ୯ ଲକ୍ଷ ଟଙ୍କାର ପ୍ୟାଡରୁ ୭ ଲକ୍ଷର ନାପକିନ ବଣ୍ଟା ନ ହୋଇ ବନ୍ଦ କୋଠରୀରେ ପଡିରହିଥିବା ଅଭିଯୋଗ ଆସିଛି। ଏଥିଯୋଗୁ ଅଭିଭାବକ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସୂଚନା ମୁତାବକ, ଆଠମଲ୍ଲିକ ବ୍ଲକରେ ସମୁଦାୟ ୨୦୮ଟି ପ୍ରାଥମିକ ବିଦ୍ୟାଳୟ, ୨୬ଟି ହାଇସ୍କୁଲ ରହିଛି। ନିୟମ ମୁତାବକ, ୧୧ରୁ ୧୯ ବର୍ଷର ବାଳିକାମାନଙ୍କୁ ସାନିଟାରି ନାପକିନ ଯୋଗାଇଦିଆଯିବ। ଏଥିପାଇଁ ଆଠମଲ୍ଲିକ ବ୍ଲକରେ ଥିବା ବିଦ୍ୟାଳୟଗୁଡିକ ପାଇଁ ୯ ଲକ୍ଷ ଟଙ୍କାର ନାପକିନ ସରକାରଙ୍କ ପକ୍ଷରୁ ଯୋଗାଣ କରାଯାଇଥିଲା। ହେଲେ ସେଥିମଧ୍ୟରୁ ପ୍ରାୟ ୭ ଲକ୍ଷ ଟଙ୍କାର ନାପକିନ ସ୍ଥାନୀୟ ଲିପ୍ତିଙ୍ଗ ପ୍ରାଥମିକ ବିଦ୍ୟାଳୟରେ ୬ ମାସ ହେଲା ପଡିରହିଛି। ଏହାର ବଣ୍ଟନ ଦାୟିତ୍ୱ ମାଧପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଦିଆଯାଇଥିଲେ ମଧ୍ୟ ସମସ୍ତ ବିଦ୍ୟାଳୟକୁ ପ୍ୟାଡ ପ୍ରଦାନ କରାଯାଇପାରି ନାହିଁ। ଉଭୟ ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗର ଅବହେଳା ଯୋଗୁ ଏପରି ଅବ୍ୟବସ୍ଥା ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମାଧପୁର ମେଡିକାଲ ଅଫିସର ରାହୁଲ୍ ଗର୍ଗ କହିଛନ୍ତି, ଶିକ୍ଷା ବିଭାଗ ଏଥି ପାଇଁ ସହଯୋଗ କରୁ ନ ଥିବାରୁ ସାନିଟାରି ନାପକିନ ବଣ୍ଟା ଯାଇପାରୁନାହିଁ। ସ୍ଥାନୀୟ ବିଆରସିସି ଛବୀନ୍ଦ୍ର ସିଠଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଶିକ୍ଷା ବିଭାଗକୁ ବିଭିନ୍ନ ସ୍କୁଲରେ ନାପକିନ ଯୋଗାଇ ଦେବା ପାଇଁ କୌଣସି ନିର୍ଦ୍ଦେଶାନାମା ନାହିଁ। ସେ ସମ୍ପର୍କରେ କିଛି ଜାଣୁନାହୁଁ।
ଶିକ୍ଷା, ସ୍ବାସ୍ଥ୍ୟ ବିଭାଗର ଅବହେଳା: ପଡିରହିଛି ୭ ଲକ୍ଷର ସାନିଟାରି ନାପ୍କିନ
Posted inHome, ଅନୁଗୋଳ, ଆମ ଜିଲା ଖବର, ରାଜ୍ୟ View All
ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍କୁ ଇରାନର ଟାର୍ଗେଟ, ବଢ଼ିଲା…
ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…
କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ
ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…
ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍ ଆରମ୍ଭ ପୂର୍ବରୁ ହଇଚଇ
ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…
ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର
ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…
ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍ କାର୍ଡ, ଅସୁବିଧା…
କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…
ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ
ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…
ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…
ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…
ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…
ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…
Archives

