ଶିକ୍ଷା ସମୀକ୍ଷା ବୈଠକ: ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ବାଧ୍ୟତାମୂଳକ

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଶିକ୍ଷା ସମ୍ବନ୍ଧୀୟ ସମୀକ୍ଷା ବୈଠକ ଶନିବାର ଛତ୍ରପୁରସ୍ଥିତ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ସ୍କୁଲଗୁଡିକରେ ପାଇଖାନା, ପାନୀୟ ଜଳ, ପ୍ରଧାନଶିକ୍ଷକ ରୁମ୍‌ ନିହାତି ଆବଶ୍ୟକ। ଏଥିସହ ସ୍କୁଲକୁ ସଫା ରଖିବା ସହ ଆକର୍ଷଣୀୟ କରିବା, ଶିକ୍ଷାର ମାନ ବୃଦ୍ଧି ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ପ୍ରତି ସ୍କୁଲରେ ନ୍ୟୁଟ୍ରିସନ ଗାର୍ଡେନ ପ୍ରତିଷ୍ଠା କରିବାକୁ କୁହାଯାଇଛି ା ଏହି ବଗିଚାରେ ଫଳ , ଫୁଲ ସହ ପନିପରିବା ଲଗାଇବାକୁ ଜିଲାପାଳ କହିଥିଲେ। ତେଜପତ୍ର, ଅମୃତଭଣ୍ଡା, ଶଜନା ଓ ପିଜୁଳି ଗଛ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଇଓ ଅଫିସ ଓ ସ୍କୁଲମାନଙ୍କରେ ରେଜିଷ୍ଟର ରହୁନି। କେଉଁମାନେ କେଉଁଠିକୁ ଯାଇଛନ୍ତି ଏବଂ କ’ଣ ପାଇଁ ଯାଉଛନ୍ତି ସେ ସମ୍ପର୍କରେ ରେଜିଷ୍ଟରରେ ଉଲ୍ଲେଖ ରଖିବା ବାଧ୍ୟତାମୂଳକ। ଛତ୍ରପୁରସ୍ଥିତ ଅନ୍‌ସ୍ଲୋ ହାଇସ୍କୁଲକୁ ଏକ ମଡେଲ ସ୍କୁଲ କରାଯିବ। କ’ଣ ସବୁ ଆବଶ୍ୟକ ତାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। କ୍ଲାସ ରୁମ୍‌ରେ ମୋବାଇଲ ଫୋନ ବ୍ୟବହାର ଏବଂ ପାନ ଓ ସିଗାରେଟ୍‌ ନେବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବିଇଓମାନେ ନିୟମିତ ସ୍କୁଲ ପରିଦର୍ଶନ କରିବାକୁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୨୨ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି। ବର୍ତ୍ତମାନ ୭ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ଚାଲିଛି, ଆହୁରି ୬ଟିରେ ଖୋଲିବାକୁ ପଦକ୍ଷେପ ନିଆଯାଇଛି। ସେଥିରୁ ୫ ଟିରେ ଖୁବ୍‌ ଶୀଘ୍ର ହଷ୍ଟେଲ ଖୋଲିବ ବୋଲି ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା କହିଥିଲେ ା ଉକ୍ତ ହଷ୍ଟେଲ ଗୁଡିକରେ ରହୁଥିବା ପ୍ରତି ଛାତ୍ରୀଛାତ୍ରଙ୍କ ପାଇଁ ୧୫ କିଗ୍ରା ଚାଉଳ ୧ ଟଙ୍କାରେ ଜିଲା ଯୋଗାଣ ଅଧିକାରୀ ଦେବେ। ଏହାକୁ ତୁରନ୍ତ ଉଠାଇବାକୁ କୁହାଯାଇଥିଲା। ପରିମଳ ବିଦ୍ୟାଳୟ ପାଇଁ ଜିଲାସ୍ତରରେ ୩ ଓ ପ୍ରତି ବ୍ଲକସ୍ତରରେ ଗୋଟିଏ ଲେଖାଏ ଶ୍ରେଷ୍ଠ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସମ୍ମାନିତ କରାଯିବ। ଏଥିସହ ଜିଲାସ୍ତରରେ ୩ ଜଣ ଶ୍ରେଷ୍ଠ ଶିକ୍ଷକ ଏବଂ ପ୍ରତି ବ୍ଲକସ୍ତରରେ ଜଣେ ଲେଖାଏ ଶିକ୍ଷକଙ୍କୁ ସମ୍ମାନିତ କରାଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ। ଗୁରୁଦିବସ ଦିନ ଏହି ସମ୍ମାନିତ କାର୍ଯ୍ୟକ୍ରମର ଆୟୋଜନ ହେବ। ବୈଠକରେ ପ୍ରୋବେସନ ଆଇଏଏସ୍‌, ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକ ବିନୀତା ସେନାପତିଙ୍କ ସମେତ ବ୍ଲକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri