ଶିଆଳି ବେଳାଭୂମିକୁ ପ୍ରଦୂଷିତ କରୁଛି କଇଁଛଙ୍କ ମୃତଦେହ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ

ଏରସମା,୨୯ା୧୨(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମିରେ ଏବେ ଶତାଧିକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳୁଛି। ଶିଆଳି ସମୁଦ୍ର ବେଳାଭୂମି ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟଙ୍କ ସୁଅ ଛୁଟୁଛି। ହେଲେ ଏଠାକାର ପରିବେଶ ଏବେ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ବେଳାଭୂମିରେ କଇଁଛଙ୍କ ମୃତଦେହ ପଡ଼ି ରହିଥିବାରୁ ଦୁର୍ଗନ୍ଧରେ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ଯଦ୍ଦ୍ବାରା ଅନେକ ପର୍ଯ୍ୟଟକ ଆସି ଦୁର୍ଗନ୍ଧରେ ବସି ନ ପାରି ଫେରି ଯାଉଛନ୍ତି। ଲଞ୍ଚ ଓ ଟ୍ରଲର ମାଡରେ ମୃତ୍ୟୁ ବରଣ କରିଥିବା କଇଁଛଙ୍କ ଶବକୁ ଏହି ବେଳଭୂମିରେ ପକାଇ ଦିଆଯାଉଛି। ହେଲେ ସଫେଇ କରାଯାଉନାହିଁ। ଫଳରେ କଇଁଛଙ୍କ ପଚାଶବ କାଉ କୁକୁରଙ୍କ ଖାଦ୍ୟ ପାଲଟିଛି। ପଚା ଗନ୍ଧ ପ୍ରଭାବରେ ପର୍ଯ୍ୟଟକ ସମୁଦ୍ର କୂଳରେ ବେଶି ସମୟ ପରିଭ୍ରମଣ କରି ପାରୁ ନାହାନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଶୀଘ୍ର ଏହି ବେଳାଭୂମି ସଫେଇ କରିବାକୁ ଦାବି ହୋଇଛି। ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରେ ଏ ଦିଗରେ ଦୃଷ୍ଟିଦେଇ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ଆଗକୁ ଦେଖିବାକୁ ଅପେକ୍ଷା କେବେ ଏହା କାର୍ଯ୍ୟକାରୀ ହେଉଛି।

ସୂଚନାଯୋଗ୍ୟ, ପୂର୍ବରୁ ଶିଆଳି ସମୁଦ୍ର ବେଳାଭୂମି ସବୁଜ ଜଙ୍ଗଲରେ ପରିପୂର୍ଣ୍ଣ ହୋଇ ରହିଥିଲା। ଗୋଟିଏ ପଟରେ ବଙ୍ଗୋପ ସାଗରର ନୀଳ ଜଳ ରାଶି ଅପର ପଟରେ ଝାଉଁ ଜଙ୍ଗଲର ସମୁଜିମା ଦିଶୁଥିଲା। ଏଥିସହିତ ପ୍ରସସ୍ତ ବେଳାଭୂମିର ବାଲୁକାରାଶି ବଣଭୋଜିସ୍ଥଳୀ ଭାବରେ ଆଦୃତ ଲାଭ କରିଛି। ମାତ୍ର କିଛି ବର୍ଷଧରି ଲୁଣା ଜୁଆର ମାଡରେ ବଡ଼ ଝାଉଁ ଗଛ ସବୁ ଉପୁଡି ପଡି ଜଙ୍ଗଲ ଅବକ୍ଷୟ ହୋଇଯାଇଛି। ଜାଳେଣି କାଠ ପାଇଁ ଲୋକେ ଗଛ କାଟି ନେଉଛନ୍ତି। ଚୋରା କାଠ ବ୍ୟବସାୟୀ ମଧ୍ୟ ଗଛ କାଟି ନେଉଛନ୍ତି। ତା ସ୍ଥାନରେ ଏବେ ନୂତନ ଝାଉଁ ଚାରାରୋପଣ କରାଯାଇଥିଲେ ମଧ୍ୟ ଗଛଗୁଡିକ ଛୋଟ ହୋଇଥିବରୁ ଭୋଜି କରିବା ପାଇଁ ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା, ୧୫ରୁ ଊର୍ଦ୍ଧ୍ବ ଆହତ ସୂଚନା

ଧର୍ମଶାଳା,୧୪।୧୨(ଶିବପ୍ରସାଦ ମହାନ୍ତି): ଧର୍ମଶାଳାରେ ପୁଣିଥରେ ହିଂସା ଦେଖିବାକୁ ମିଳିଛି । ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରାଯାଇଥିବା ସୂଚନା ରହିଛି...

Video: ଅନ୍ଧାଧୁନ କରିଚାଲିଥିଲେ ଗୁଳିମାଡ଼, ମାଡି ବସିଲେ ସାହାସୀ ଯୁବକ

ସିଡନୀ,୧୪।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳିଯାଇଛି। ଦୁଇଜଣ ବନ୍ଧୁକଧାରୀଙ୍କ ଅନ୍ଧାଧୁନ ଗୁଳିମାଡ଼ ଭିତରେ ଜଣେ...

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୧୨: ନୀତିନ ନବୀନ ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ନୀତିନ ନବୀନ ଜଣେ ଯୁବ ନେତା...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଭାଜପାକୁ ମିଳିଲା ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି, ନୀତିନ ନବୀନଙ୍କୁ ଦାୟିତ୍ବ

ନୂଆଦିଲ୍ଲୀ,୧୪।୧୨:  ବଡ଼ ଘୋଷଣା କଲା ଭାଜପା । ଭାରତୀୟ ଜନତା ପାର୍ଟି ଏକ ବଡ଼ ସାଂଗଠନିକ ପରିବର୍ତ୍ତନ କରିଛି । ନୀତିନ ନବୀନ ହେଲେ ଭାଜପା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri