ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ଟୁନୁରାମ

ସିନାପାଲି, ୧।୧୧(ଡି.ଏନ୍‌.ଏ.)- ସରକାର ମାନସିକ୍‌ ରୁଗୀକର ଚିକିଛା ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ୍‌ ଜାଗାରେ ସଚେତନତା ଅଭାବୁ ଗରିବ୍‌ଦୁଖି ସରକାରକଁର ଇ ସୁବିଧା ସୁଯୋଗ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସିନାପାଲି ବ୍ଲକ ଝାରବନ୍ଧ ଗଁାର ବୃନ୍ଦାବାହାଲ ପଡ଼ାରେ।
ସୂଚନା ଅନ୍‌ସାରେ ଝାରବନ୍ଧ ଗଁା ବୃନ୍ଦାବାହାଲ ପଡ଼ାର ପୀତାମ୍ବର ମାଝି(୫୨) ଆର ଗୋମତୀ ମାଝି(୫୦)କଁର ୩ ଝି’ରେ ଗୁଟେ ପୁଓ। ପରିବାରଟା ନିହାତି ଗରିବ୍‌, ପୀତାମ୍ବର ଚାଷ୍‌ବାସ୍‌, କୁଲିମଜୁରି କରି କୁଟୁମ୍‌ ପୁଷୁଛନ୍‌। ହେଲେ ଗୁଟେ ବଲି ପୁଓ ଟୁନୁରାମ(୧୫)କଁର ଚିକିଛା ଚିନ୍‌ତା ତାହାକୁ ଖାଇଯାଉଛେ। ଟୁନୁରାମ ଛୁଆବେଲେ ଠିକ୍‌ଠାକ୍‌ ଥିଲେ। ସେ ଗଁା ସ୍କୁଲରେ ୪ର୍ଥ ଶ୍ରେଣୀ ତକ୍‌ ପଢ଼ଲା ଉତାରୁ ପଢ଼ା ଛାଡ଼ିଦେଲେ। ମା’ବାପ୍‌କେ କାମ୍‌ବୁତାରେ ସାହାଯ୍‌ କରୁଥିଲେ। ହେଲେ କେହେନ୍‌ସି କରନ୍‌ରୁ ସେ ତାକର ମାନ୍‌ସିକ ସଁତୁଲନ ହରେଇ ଦେଲେ। ପରିବାର ଲୋକ୍‌ ଆସର ପାସର ଡାକ୍‌ତରଖାନାରେ ଚିକିଛା କରାବାର ସଂଗେ ଚେରମୂଲି ଉଷୋକଷା କରି ନିରାଶ ହେଲେ। ଇଆଡ଼େ ଚିକିଛା ଅଭାବୁ ନୁଟୁରାମକଁର ମାନ୍‌ସିକ ଥିତି ଆହୁରି ବିଗିଡ଼ି ଗଲା। ଏନ୍‌ତାଥି ଘରର ଲୋକ୍‌ ଉପେ ଶୂଇନ୍‌ ହେଇ ଆଏଜ୍‌କେ ୫ ବଛର ହେଲା ତାକର ହାତେ ଶିଁକ୍‌ଲା ବଁାଧି ରଖିଛନ୍‌। ସେ ଖାନାପିନା ବି ଠିକ୍‌ସେ ନାଇଁ କରବାର। ଯାହା ଦେଲେ ବଡ଼ା କଷ୍‌ଟେ ଖାଉଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ଟୁନୁରାମର ଉଚ ଚିକିଛା କରାବାର ସମ୍‌ଭବ ନାଇଁ ହେବାର ବଲି ପୀତାମ୍ବର କହିଛନ୍‌। ପରିବାରର ସଁପତି କହେଲେ ରାଶନ କାର୍ଡ ଖଁଡ଼େ ଆର ଜମିବାଡ଼ି ଦୁଇ ଟୁକ୍‌ରି। ଯେନ୍‌ଥିରେ କୁଟୁମ ପୁଷ୍‌ବାର ଭିଡ଼ ହେଇଯାଉଛେ ବଲି ପୀତାମ୍ବର କହିଛନ୍‌। ଏନ୍‌ତା ପରିସ୍ଥିତିରେ ପୁଓର ଚିନ୍‌ତା କରି ମା’ ବି ମାନ୍‌ସିକ ଥିତି ଠିକ୍‌ ନଁାଇଁନ। ଉପେ ଶୂଇନ୍‌ ପୀତାମ୍ବର ମା’ପୁଓର ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନ ଆର ଜିଲା ସୁଆସ୍‌ତିଅ ବିଭାଗକେ ଗୁହାରି କରିଛନ୍‌। ଇ ବାବ୍‌ଦେ ନୂଆପଡ଼ା ଜିଲା ମୁଖିଆ ଚିକିଛା ଅଧ୍‌କାରୀ ପ୍ରଭାସିନୀ ବ୍ରହ୍ମାକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri