ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି। କେଉଁଥିରେ ଫୁଲ ହେବ ତ ଆଉ କେଉଁଥିରେ ମନ୍ଦିରର ମୁଖଶାଳା। ବିବାହ ଋତୁରେ ତ ବେଳ ମିଳୁ ନ ଥିଲା କାହାକୁ। ବାପଅଜା ଅମଳରୁ ଏମିତି ଏମିତିରେ ବିତିଯାଇଛି ବର୍ଷ ପରେ ବର୍ଷ। ହେଲେ ଗତ ଦୁଇମାସ ଧରି ଶାଳ ଘରୁ ଆଉ ଖୋଲୁନି ତାଲା। କଂସା ବାସନ ଗଢ଼ାର ଶବ୍ଦ ବି ଶୁଣାଯାଉନି ଦୂରକୁ। କଞ୍ଚାମାଲ ନାହିଁ କି ପୂର୍ବ ସାମଗ୍ରୀର ବିକ୍ରିବଟା ନାହିଁ। ଏପରି ଅବସ୍ଥାରେ ପରିବାରର ପେଟ ପୂରାଇବାକୁ ସଂଘର୍ଷ କରିବାକୁ ପଡ଼ୁଛି କଂସା ବାସନ ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର କାରୀଗରମାନଙ୍କୁ।
ଭୁବନ ଗ୍ରାମର ୩ ଶହରୁ ଊର୍ଦ୍ଧ୍ୱ କଂସାରି ପରିବାର ବାସନ ତିଆରି କରିନ୍ତି। ପୂର୍ବରୁ କଂସା ପିତଳର ଭଲ ଚାହିଦା ଥିବାରୁ ଅଧିକରୁ ଅଧିକ କାମ ମିଳୁଥିଲା। ଏଥିପାଇଁ ଗଁାରେ ୫୦ଟି ଶାଳଘରେ ସର୍ବଦା ଗହଳିଚହଳି ଥିଲା। ହେଲେ ଷ୍ଟିଲ୍‌ ଓ ପ୍ଲାଷ୍ଟିକ୍‌ର ଆଦର କଂସାବାସନ ଶିଳ୍ପକୁ ଡୁବିବାର ଦ୍ୱାରଦେଶରେ ପହଞ୍ଚାଇ ଦେଇଛି। ଫଳରେ ପୂର୍ବପରି କାରିଗରଙ୍କୁ ଆଉ କାମ ମିଳୁ ନ ଥିବା ବେଳେ ଶାଳଘର ସଂଖ୍ୟା ମଧ୍ୟ ଧୀରେ ଧୀରେ ହ୍ରାସ ପାଇ ଏବେ ୧୦ରେ ପହଞ୍ଚିଯାଇଛି। ସେହିପରି ବଜାରରେ ୧୨ଟି କଂସା ବାସନ ଦୋକାନ ବନ୍ଦ ହୋଇଯାଇଥିବାରୁ କଞ୍ଚାମାଲର ଘୋର ଅଭାବ ରହିଛି। ଏହାଛଡ଼ା ଦରଦାମ ବୃଦ୍ଧି, ଚାହିଦା କମିବା, କଞ୍ଚାମାଲ ଆସି ନ ପାରିବା କାରିଗରଙ୍କ ସମସ୍ୟାକୁ ଅଧିକ ବଢାଇ ଦେଇଛି। ସରକାରଙ୍କ ଜିଏସ୍‌ଟି ଲାଗୁ ବ୍ୟବସାୟକୁ ମାନ୍ଦା କରିଦେଇଥିଲେ ବି ଯାହା ଯେମିତି ସେମାନେ ଚଳିଯାଉଥିଲେ। ହେଲେ କରୋନା କଟକଣା ଏହି ବେପାରକୁ ଧରାଶାୟୀ କରିଦେଇଛି। କାରିଗରୀମାନେ ହାତ ବାନ୍ଧି ବସିଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। କାରିଗର ନଟବର ସାହୁ କହିଛନ୍ତି, କଂସା କାରିଗରି ପାଇଁ ଭୁବନକୁ ସ୍ବତନ୍ତ୍ର ପରିଚୟ ମିଳିଥିଲେ ମଧ୍ୟ ସରକାରଙ୍କ ଅଣଦେଖା ଯୋଗୁ ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଲକ୍‌ଡାଉନ୍‌ ଯୋଗୁ ୨ ମାସ ହେଲା ଶାଳଘରେ ତାଲା ପଡିଛି। ଏପରି ଅବସ୍ଥାରେ ଦିନକୁ ଦୁଇମୁଠା ଦାନା ଯୋଗାଡ ମଧ୍ୟ ସମ୍ଭବ ହେଉନାହିଁ। କାରିଗର ମାୟାଧର ସାହୁ କହିଛନ୍ତି, ଶାଳ ଚାଲୁ ନ ଥିବାରୁ ରୋଜଗାର ବାଟ ବନ୍ଦ ହୋଇଯାଇଛି। ତେବେ ଯାହା ଯେମିତି ମରାମତି କାମ ହେଉଛି ସିନା ନୂଆ ବାସନ କିନ୍ତୁ ଆଉ ତିଆରି ହେଉନାହିଁ। ସରକାର ଏହି ଦୁର୍ଦ୍ଦିନରେ ସହାୟକ ହେଲେ କାରିଗରମାନେ ବଞ୍ଚିଯାଇପାରନ୍ତେ ବୋଲି ମାୟାଧର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri