ଶହେ ପରତିଶତ ଅକ୍ଷମ ଯୋଗେଶ୍ୱର:ଭତାରେ ସୀମିତ ସରକାରୀ ସାହାଯ୍‌

ଡୁଙ୍ଗୁରିପାଲି, ୯ । ୭ (ଡି.ଏନ୍‌.ଏ.):
ଦିବ୍ୟାଙ୍ଗମାନେ କେନ୍‌ଥେଇ ସମାଜର ମୁଖିଆ ଧାରରେ ସାମିଲ ହେଇପାରବେ ସେଥିରଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ହେଲେ ଅନେକ ଜାଗାରେ ସରକାରୀ ଅଧ୍‌କାରୀ, କରମଚାରୀକର ଉଦାସିନତା ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଁଚେତ୍‌ ପହଣ୍ଡି ଗଁ। ରେ।
ସୂଚନା ହିସାବେ ପହଣ୍ଡି ଗଁାର ଶିବ ପୁଟେଲ ଆର ସବ୍ୟ ପୁଟେଲକଁର ପୁଓ ହେଉଛନ୍‌ ଯୋଗେଶ୍ୱର ପୁଟେଲ(୧୮)। ସେ ଜନ୍‌ମୁ ଭିନ୍ନକ୍ଷମ ଆନ୍‌। ତାକର ଗୋଡ଼ହାତ ଠିକ୍‌ରେ କାମ୍‌ ନାଇଁ କରୁଥିଲାବେଲେ ସେ କଥା କହି କି ଶୁନି ବି ନାଇଁ ପାରବାର। ଠାରନାରରେ ଯାହା ବୁଝୁଛନ୍‌। ଇଆଡ଼େ ପରିବାରଟା ବିପିଏଲ୍‌ ଶ୍ରେଣୀର ହେଇଥିଲାବେଲେ ବପା ଶିବ ପୁଟେଲ ଚାଷ୍‌ବାସ କରି କୁଟୁମ ପୁଷୁଛନ୍‌। ଆଏଜ୍‌ ବି ପରିବାର ଲାଗି ଅନେକ ସରକାରୀ ଯୋଜନା ସାତ୍‌ସପନ ହେଇ ରହିଛେ। ଯୋଗେଶ୍ୱର ଭିନ୍ନକ୍ଷମ ଭତା ବାବ୍‌ଦେ ୭ଶହ ଟଁକା ପାଉଛନ୍‌। ହେଲେ ହ୍ବିଲ ଚେୟାର, ରାସନ କାର୍ଡ, ଆବାସ ଯୋଜନାରେ ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଜନ୍‌ମୁ ଭିନ୍ନକ୍ଷମ ହେବାର ଲାଗି ସେ ପାଠ୍‌ ପଢ଼ାରୁ ବଁଚିତ୍‌ ହେଇଛନ୍‌। ଗଲା ୨୦୦୩ ସାଲେ ଜିଲା ମେଡିକାଲ ବୋର୍ଡ ତାହାକୁ ୧୦୦% ପରତିଶତ ଭିନ୍ନକ୍ଷମ ବଲି ପରମାନପତର ଦେଇଛେ। ହେଲେ ଯୋଗେଶ୍ୱରକୁଁ ଭିନେ ଭିନେ ସରକାରୀ ଯୋଜନାରେ ସାମିଲ କରବାକେ ମା’ବାପ୍‌ ଥାନୀୟ ସରପଁଚ୍‌ନୁ ମୂଲ କରି ବିଡିଓ ତକ୍‌ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ଡୁଙ୍ଗୁରିପାଲି ବିଡିଓ ସହଦେବ ସମାଧିଆକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା। ପହେଲା ତାହାକୁ ଗୁଟେ ହ୍ବିଲ ଚେୟାର ଆର ରାଶନ କାର୍ଡ ଦେବାର ବେବସ୍‌ତା କରାଯିବା। ଯଦି ତାକର ନଁା ବିଜୁ ପକାଘର କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଥିବା ତ ବହୁତ ଭଲକଥା ନାଇଁହେଲେ ସେ ‘କ’ କି ‘ଖ’ ନମ୍ବର ଫର୍ମରେ ଆବେଦନ କଲେ ଯେତେ ଜଲଦି ହେବା ତାହାକୁ ପକାଘର ବି ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri