ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୩୦ା୧୧(ବ୍ୟୁରୋ): ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ସଂସ୍ଥାର ନିର୍ଦ୍ଦେଶକ ବାଲାରାଜୁ ମଲିକାର୍ଜୁନ ରାଜୁ(୫୪)ଙ୍କୁ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) ଶୁକ୍ରବାର ଗିରଫ କରିଛି। ଇଓଡବ୍ଲ୍ୟୁର ଏକ ଟିମ୍‌ ଆନ୍ଧ୍ରପ୍ରଦେଶସ୍ଥିତ ତାଙ୍କ ଘରୁ ତାଙ୍କୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ଏହାପରେ ତାଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣିଥିବା ଜଣାପଡ଼ିିଛି। ତାଙ୍କ ବିରୋଧରେ ଇଓଡବ୍ଲ୍ୟୁ କେସ୍‌ ନଂ-୧୬/୧୧ରେ ଆଇପିସି ଦଫା ୪୬୭, ୪୬୮, ୪୭୧, ୪୨୦, ୪୦୬, ୧୨୦(ବି) ଆଦି ରୁଜୁ କରାଯାଇ ତାଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟକୁ ଚାଲାଣ କରାଯାଇଛି।
ସୂଚନା ଅନୁଯାୟୀ, ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ନାମକ ଏକ ସଂସ୍ଥାର ମୁଖ୍ୟ ଅଫିସ ଆନ୍ଧ୍ରପ୍ରଦେଶ ହୋଇଥିବାବେଳେ ୨୦୦୯ରେ ଓଡ଼ିିଶାର ବାଲେଶ୍ୱର, ବାରିପଦା ସମେତ ଅନେକ ସ୍ଥାନରେ ଏହାର ଶାଖା ଅଫିସ ଖୋଲିଥିଲା। ସ୍ବଳ୍ପ ଟଙ୍କା ସଞ୍ଚୟରେ ଅଧିକ ସୁଧ ଦେବା ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲା ଏହି ସଂସ୍ଥା। ଏପରି କି ଟଙ୍କା ଦ୍ୱିଗୁଣିତ କରିଦେବାକୁ ବିଭିନ୍ନ ସ୍କିମ୍‌ କରି ବିଜ୍ଞାପନ ମାଧ୍ୟମରେ ଜମାକାରୀଙ୍କୁ ଲୋଭ ଦେଖାଇଥିଲା। ସାଧାରଣ ଲୋକେ ବିଜ୍ଞାପନ ଦେଖି ଅଧିକ ସୁଧ ଆଶାରେ ୨୦୦୯ରୁ ୨୦୧୦ ମଧ୍ୟରେ କୋଟି କୋଟି ଟଙ୍କା ଜମା କରିଥିଲେ। ହେଲେ ଜମାକାରୀଙ୍କ ଟଙ୍କା ମାଚ୍ୟୁଅର ହେବା ପରେ ସଂସ୍ଥାର କର୍ମକର୍ତ୍ତାମାନେ ସେମାନଙ୍କୁ ଟଙ୍କା ଦେବା ପରିବର୍ତ୍ତେ ଅଫିସରେ ତାଲା ପକାଇ ଫେରାର ହୋଇଯାଇଥିଲେ। ଉକ୍ତ ସଂସ୍ଥା ଏଭଳି ଭାବେ ଓଡ଼ିିଶାରୁ ୨୮କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଟଙ୍କା ନ ପାଇ ଠକେଇର ଶିକାର ହୋଇଥିବା ବାରିପଦା ଟାଉନ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ବାରିକ ଏ ନେଇ ଇଓଡବ୍ଲ୍ୟୁରେ ୨୦୧୧ ମେ ୨୧ରେ ଏକ ଅଭିଯୋଗ କରିଥିଲେ। ଏହି ଆଧାରରେ ଇଓଡବ୍ଲ୍ୟୁ କେସ୍‌ ନଂ-୧୬/୧୧ରେ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା। ପ୍ରଥମେ ସଂସ୍ଥାର ୪ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ମ୍ୟାନେଜିଂ ଡାଇରେକ୍ଟର ଭି. ସମ୍ପଥ, ବାରିପଦା ବ୍ରାଞ୍ଚ ଅଫିସର ପ୍ରାର୍ଥସାରଥି ଜେନା, ତପନ ବାରିକ ଏବଂ ସଦାଶିବ ନାୟକ। ଏହି ମାମଲାରେ ନିର୍ଦ୍ଦେଶକ ରାଜୁ ଫେରାର ରହିଥିଲେ। ସେ ଆନ୍ଧ୍ରପ୍ରଦେଶସ୍ଥିତ ନିଜ ଘରେ ରହୁଥିବା ଖବର ପାଇ ଇଓଡବ୍ଲ୍ୟୁ ସେଠାରେ ଚଢାଉ କରି ତାଙ୍କୁ ଗିରଫ କରିଛି। ତାଙ୍କ ଘରୁ ଏକାଧିକ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri