ବିଜେପୁର, ୨୧।୮ (ଡି.ଏନ୍.ଏ.): ମୁନୁଷ୍ ପୁର୍ଥିରୁ ଯାଇ ଚଁଦର୍ରେ ପୁହୁଁଚିଲାନ। ହେଲେ ଆଏଜ୍ ବି ଆମର ସମାଜରୁ ଅଁଧ୍ ବିଶୁଆସ, କୁସଂସ୍କାର ନାଇଁ ଯିବାର। ମୁନୁଷ୍ ମରିଗଲା ଉତାରୁ ବି ଶବ ସତ୍କାର କରବାକେ ଜାତି ଭାଇ ନାକ୍ ଟେକୁଛନ୍। ଏନ୍ତା ପରିସ୍ଥିତିରେ ରାତାରାତି ଶବ ସତ୍କାର କରବାକେ ଅଁଟା ଭିଡି ଝନେ ସାମାଜିକ୍ କରମୀ ସମାଜ ଲାଗି ଉଦାହରନ୍ ସୁରୁଷ୍ଟି କରିଛନ୍।
ସୂଚନା ହିସାବେ ବରଗଡ଼ ଜିଲା ବିଜେପୁର ବ୍ଲକ ସମଲାଇପଦର ପଁଚେତ୍ ସଦରଥି ଏନ୍ତା ଗୁଟେ ଦୁଖଦ୍ ଘଟନା ଦେଖ୍ବାକେ ମିଲିଛେ। ସମଲାଇପଦରର ଉପାସୀ ଭୁଏ(୭୫)। ଆଏଜ୍କେ ଦୁଇ ବଛର ହେଲା ସେ ବେମାର ପଡ଼ିଥିଲେ। ଯେତେ ଉଷୋକଷା କଲେ ବି ସେ ଭଲ ନାଇଁ ହେଉଥାଇ। ଗଲା ମାସେ ତଲେ ତକର କାନେ ଗୁଟେ ଘା’ ହେଇଥିଲା। ହେଲେ ସେବା ଯତନ୍ ଅଭାବୁ ଘା’ରେ ପୋକ୍ ହେଇଯାଇଥିଲେ। ଗଲା ରଏବାର ବେଲବୁଡର ୫ ବଜେ ସବୁଦିନର ଲାଗି ତାକର ନିଶାସ୍ ବଁଦ୍ ହେଇଗଲା। ଶବ ସତ୍କାର କରବାର ଲାଗି ଉପାସୀର ପୁଓ ମଗଶିର ଭୁଏ(୩୨) ଆର ନାତି ସୁଦାମ ଖଣ୍ଡା(୨୦) ଜାତି ଭାଇମାନକୁ ବିନ୍ତି କଲେ। ହେଲେ ଜାତି ଭାଇମାନେ ବୁଢ଼ୀର ଶବ୍କେ ଛିଁଲେ ଜାଏତ୍ ହେବାକେ ପଡ଼ବା ବଲି କେହି ପାସ୍କେ ନାଇଁ ଆଏଲେ। ଏନ୍ତାଥି ମଗଶିରକେ ଚାରହିକୁତି ଅଁଧାର ଦିଶ୍ଲା। ୫ ଘଁଟା ତକ୍ ମୁରଦାର ଘରେ ପଡ଼ି ରହେଲା। ଇ ଖବର ପାଇ ପାର୍ବତୀ ଗିରୀ ବୃଦ୍ଧାଶ୍ରମର ପରିଚାଲକ ଜଳନ୍ଧର ପଟେଲ ଆର ତାକର ପୁଓ ବିକାଶ ପଟେଲ ମଗଶିରକେ ସାହାଯ୍ କରବାକେ ଅଁଟା ଭିଡ଼ିଥିଲେ। ପୁଓ ନାତି ସଂଗେ ଦୁଇ ବାପ୍ପୁଓ ମିଶି ରାତାରାତି ଶବ ସତ୍କାର ଲାଗି ମଶାନ୍ପଦାକେ ନେଇଥିଲେ। ସାମାଜିକ୍ କରମୀକଁର ଇ ମହତ୍ କାଯ୍କେ ପାସର ଆସର ପଁାଚ୍ପାଲି ଗଁାର ଲୋକ୍ ବଡ଼ଭାରି ପରଶଁସା କରିଛନ୍।
Posted inଆମ ଜିଲା ଖବର, ବରଗଡ଼ View All
କାର-ବାଇକ୍ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର
ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ରେ ଥିବା…
କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ
ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…
‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ
ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…
ଘରେ ଆଶ୍ରୟ ଦେଲେନି ପୁଅ
ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…
ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…
ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ
ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…
ଝଡତୋଫାନ, ବଜ୍ରପାତରେ ନେଲା ଜୀବନ
ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…
Archives

