ଶକ୍ତି, ଶିଳ୍ପ ଓ ଗୃହ ମନ୍ତ୍ରୀଙ୍କ ସମୀକ୍ଷା: ୯ ସୁଦ୍ଧା ଏନ୍‌ଟିପିସି କାର୍ଯ୍ୟର ପ୍ରଗତି ଜଣାଇବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୧୯ା୧୨ – ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟା ୬ଟାରେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଜିଲା ଯୋଜନା କମିିଟି ଅଧ୍ୟକ୍ଷ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ଜିଲା ଗ୍ରାମ୍ୟ ବିଦ୍ୟୁତୀକରଣ କାର୍ଯ୍ୟକ୍ରମ ବାବଦରେ ସେସୁ ପକ୍ଷରୁ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା। ୭୭୬ଟି ଗ୍ରାମରୁ ୭୧୩ଟିରେ ଏହି ଯୋଜନାରେ କାର୍ଯ୍ୟ ଶେଷ ହୋଇଥିବା ସେସୁ ପକ୍ଷରୁ ସୂଚନା ଦିଆଯାଇଥିଲା ା ହିନ୍ଦୋଳ ଓ ଓଡାପଡା ବ୍ଲକର ଅଧିକାଂଶ ଗ୍ରାମରେ ଏହି ଯୋଜନା ଶେଷ ହୋଇନାହିଁ ା ଆସନ୍ତା ଫେବୃୟାରୀ ୨୦୨୦ ସୁଦ୍ଧା ସୌଭାଗ୍ୟ ଓ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ ଯୋଜନାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେସୁ ନିର୍ବାହୀଯନ୍ତ୍ରୀ ସ୍ବପ୍ନସରିତ ମିଶ୍ର ଜଣାଇଥିଲେ ା ସେହିପରି ଆସନ୍ତା ଜାନୁୟାରୀ ୯ ତାରିଖ ସୁଦ୍ଧା ଏନ୍‌ଟିପିସି କରୁଥିବା ପ୍ରକଳ୍ପ କାର୍ଯ୍ୟର ପ୍ରଗତି ଜଣାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଓଡ଼ାପଡ଼ା ବ୍ଲକର ଘଟିପିରି ଓ କଙ୍କଡାହାଡ ବ୍ଲକର ବିରାଶାଳ ବିଦ୍ୟୁତ ପ୍ରକଳ୍ପରେ ଥିବା ପ୍ରତିବନ୍ଧକ ଶୀଘ୍ର ଦୂର କରିବା ପାଇଁ ଜିଲାପାଳ ଓ ଏସ୍‌ପିଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ା ହାତୀ ଯାତାୟାତ ପଥରେ ବିଦ୍ୟୁତ ତାର ହଟାଇବାକୁ ପରାମର୍ଶ ଦେଇଥିଲେ। ସେହିପରି ଫନି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ ପ୍ରକଳ୍ପ ଗୁଡିକୁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ପରିସରରୁ ସମସ୍ତ ବିଦ୍ୟୁତ ସବ୍‌ଷ୍ଟେଶନ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାରେ ବକେୟା ଥିବା ବିଦ୍ୟୁତ୍‌ ଦେୟ ତୁରନ୍ତ ଆଦାୟ କରିବା ସହ ଦେୟ ବକେୟା ରଖିଥିବା ଗ୍ରାହକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ କହିଥିଲେ ା ସମସ୍ତ ପୁରୁଣା ବିଦ୍ୟୁତ୍‌ ତାର ବଦଳାଯିବା ସହ ବିଦ୍ୟୁତ୍‌ ଶ୍ରମିକମାନଙ୍କୁ ନିରାପତ୍ତା ଯୋଗାଇଦେବାକୁ ସେ ପରାମର୍ଶ ଦେଇଥିଲେ ା ଜିଲାର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏସ୍‌ପି ଅନୁପମା ଜେମ୍‌ସ କହିଲେ ଯେ, ୨୦୧୯ରେ ଜିଲାରେ ୨୮୬୦ଟି ମାମଲା ପଞ୍ଜୀକୃତ ହୋଇଛି। ବେନିୟମ ପଥରଖଣି, ପରଜଙ୍ଗ ଓ ଭୁବନ ବ୍ଲକରେ ଚୋରା ମଦ କାରବାର ମୁଣ୍ଡବ୍ୟଥାର କାରଣ ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ୨୦୧୯ରେ ମୋଟରଯାନ ଆଇନ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ବାବଦରେ ୧୯ କୋଟି ୭ଲକ୍ଷ ୭ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ୩୦୬ଟି ଦୁର୍ଘଟଣା ରିପୋର୍ଟ ହୋଇଛି ା ୨୦୧୯ ଅକ୍ଟୋବର ୨ରୁ ଜିଲା ଆରକ୍ଷୀ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଚାଲୁ କରିଛି ା ଏସ୍‌ପିଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଲ ସେଣ୍ଟର କାର୍ଯ୍ୟ କରୁଛି। ଭାପୁର ଓ ମହାବିରୋଡ ଫାଣ୍ଡିକୁ ଥାନାକୁ ଉନ୍ନୀତ କରାଯିବା ସହ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ପୋଲିସ ଫାଣ୍ଡି ଏବଂ କାମାକ୍ଷାନଗର ଟ୍ରାଫିକ ଫାଣ୍ଡି ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଗ୍ରାମରକ୍ଷୀ ପଦ୍ଧତି ଚାଲୁ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ା ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହ ଭିଡ଼ ସମୟରେ ଏସ୍‌ପି ଓ ଜିଲାପାଳ ଗସ୍ତ କଲେ ଶତକଡା ୩୦ଭାଗ ଦୁର୍ଘଟଣା ହ୍ରାସ ପାଇବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ ା ଜିଲା ଶିଳ୍ପ ଓ ଖଦି ଗ୍ରାମଦ୍ୟୋୟ କେନ୍ଦ୍ର ଦ୍ୱାରା ସମୁଦାୟ ୨୯ଟି ପିଏମ୍‌ଇଜିପି ମଞ୍ଜୁର ହୋଇଥିବା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଉମାକାନ୍ତ ରାଜ ସୂଚନା ଦେଇଥିଲେ ା ଜିଲାର ବ୍ୟାଙ୍କ ଗୁଡିକ ଋଣ ଦେବାକୁ ପଛଘୁଞ୍ଚା ଦେଉଥିବା ସେ ସୂଚନା ଦେଇଥିଲେ। ମହିଷାପାଟଠାରେ ଥିବା ଜମିକୁ ଏମ୍‌ଏସ୍‌ଏମ୍‌ଇକୁ ଦିଆଯାଉ ବୋଲି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଗଁଦିଆ ଠାରେ ନାଗେନା ତାଲିମ କେନ୍ଦ୍ରରେ ତାଲିମଧାରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି, ମିଶନଶକ୍ତି କାର୍ଯ୍ୟକ୍ରମକୁ ଅଧିକ ଏସଏଚ୍‌ଜିକୁ ପ୍ରେରଣ, କତାଶିଳ୍ପର ବିକାଶ, କାରିଗରୀ ଗ୍ରାମ କାର୍ଯ୍ୟର ସମାପନ ଉପରେ ଆଲୋଚନା ହୋଇଥିଲା। ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଓପିଟିସିଏଲ୍‌ ଡିଜିଏମ୍‌ ବିଜୟ କୁମାର ଦାସ, ଯୋଜନା ବିଭାଗ ଉପନିର୍ଦ୍ଦେଶକ ସରୋଜ କୁମାର ସେଠୀ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ତାଳଚେର ସେସୁ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ପାଣିଗ୍ରାହୀ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଜୟ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri