Posted inଖେଳ

ଲୋରେଟ୍‌ କପ୍‌ରେ ଭାଗନେଇ ଫେରିଲେ ଆର୍ଯ୍ୟନ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ମାସ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ପେନରେ ଅନୁଷ୍ଠିତ ‘ଲୋରେଟ୍‌ କପ୍‌’ ଇଣ୍ଟରନ୍ୟାଶନାଲ ହ୍ୟାଣ୍ଡବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶାର ଆର୍ଯ୍ୟନ ବ୍ରାହ୍ମିନ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି ଟୁର୍ନାମେଣ୍ଟରେ ମୋଟ୍‌ ୧୬ଟି ଦେଶ ଅଂଶଗ୍ରହଣ କରିଥିଲେ ଏବଂ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ହେଲେ ମଧ୍ୟ ଦଳ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଥିଲା। ପ୍ରତିଯୋଗିତାରେ ଆର୍ଯ୍ୟନଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ତାଙ୍କୁ ଆୟୋଜକଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ପଦକ ଦିଆଯାଇ ସମ୍ମାନିତ କରାଯାଇଥିଲା। ଗତ ୨ ବର୍ଷ ହେବ ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଆସୁଥିବା ଆର୍ଯ୍ୟନ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ବାପରେ ବିଭିନ୍ନ କ୍ରୀଡ଼ା ସଙ୍ଗଠକ ପକ୍ଷରୁ ତଶଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଆର୍ଯ୍ୟନ କଟକ ଫୁଲନଖରାସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସର୍ବଭାରତୀୟସ୍ତରରେ ରାଜ୍ୟ ଓ ସ୍କୁଲ ପାଇଁ ଗୌରବ ଆଣିଥିବାରୁ ଓଡ଼ିଶା ହ୍ୟାଣ୍ଡବଲ ସଂଘ ସଭାପତି ସୟଦ ମକ୍‌ବୁଲ ଅଲି, ସମ୍ପାଦକ ବୀରେନ ବେହେରା ପ୍ରମୁଖ ଆର୍ଯ୍ୟନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri