ଲୋପ ପାଉଛି ଶାଳବଣ, ସ୍ବପ୍ନ ହେବ ଝୁଣା

ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ ବନଜାତ ଦ୍ରବ୍ୟକୁ ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରି ବିକ୍ରି କରନ୍ତି। ଝୁଣା ମୁଖ୍ୟତଃ ଶାଳଗଛରୁ ମିଳେ ଓ ଏକଦା ଶାଳ ଜଙ୍ଗଲରେ ଭରପୁର ଥିଲା କୋରାପୁଟ ଜିଲା। ମାଫିଆମାନେ କାଠପଟା ପାଇଁ ଶାଳ ଗଛ କାଟୁଛନ୍ତି। ଫଳରେ କୋରାପୁଟ ଜିଲା ସମେତ ଜୟପୁର ବନଖଣ୍ଡରେ ଶାଳଗଛ ଶୂନ୍ୟ ହେବାରେ ଲାଗିଛି। ଏହି କାରଣରୁ ଏହି ଗଛରୁ ମିଳୁଥିବା ଝୁଣା ମଧ୍ୟ ଏବେ ଦୁର୍ଲଭ ଦ୍ରବ୍ୟ ପାଲଟୁଛି।
ଶାଳଗଛର ଗଣ୍ଡି କଟାଗଲେ ସେଥିରୁ ନିର୍ଗତ ହେଉଥିବା ଅଠାଳିଆ ପଦାର୍ଥ ଶୁଖି ଝୁଣାରେ ପରିଣତ ହୁଏ। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶାଳଗଛରୁ ଏହି ତରଳ ପଦାର୍ଥ ବାହାରେ। ଝୁଣା ସବୁ ଧର୍ମର ପୂଜାକାର୍ଯ୍ୟରେ ଲାଗେ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଝୁଣାର ଧୂଆଁ ଅନେକ କ୍ଷତିକାରଣ ଜୀବାଣୁ ନଷ୍ଟକରି ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ। ଏହାକୁ ଟୋଲାତେଲରେ ଗରମ କରି ଗୋଡ଼ହାତ ଫୁଲାସ୍ଥାନରେ ମାଲିସ କଲେ ଫୁଲା କମିଯାଏ। ଘରେ କେହି ବସନ୍ତ, ହାଡ଼ଫୁଟି ରୋଗରେ ଆକ୍ରାନ୍ତ ଥିଲେ ଝୁଣାର ଧୂଆଁ ଦିଆଯାଇଥାଏ। ଏଥିରୁ ଧୂପକାଠି ମଧ୍ୟ ପ୍ରସ୍ତୁତ ହୁଏ।
କୋରାପୁଟ ଜିଲା ଜୟପୁର ବନଖଣ୍ଡର ରାମଗିରି, କୁନ୍ଦୁରା, କୋଟପାଡ଼ ତଥା ଓଡ଼ିଶା-ଛତିଶଗଡ଼ ସୀମା ସାବେରି ନଦୀକୂଳରେ ବିସ୍ତୃତ ଶାଳବଣ ରହିଛି। ଏହି ଅଞ୍ଚଳରେ ମିଳୁଥିବା ଝୁଣା ଅତି ଉତ୍କୃଷ୍ଟ ମାନର ହୋଇଥିବାରୁ ଏହାର ଚାହିଦା ଅଧିକ ା ଆଦିବାସୀ ବହୁ କଷ୍ଟରେ ଝୁଣା ସଂଗ୍ରହ କରି ଆଣୁଥିବା ବେଳେ ଚୋରା ବେପାରୀ ସେମାନଙ୍କୁ ପ୍ରଲୋଭିତ କରି କମ୍‌ ଦରରେ ଖରିଦ କରି ଅନ୍ୟଠି ଚଢ଼ାଦରରେ ବିକ୍ରି କରିଥାନ୍ତି ା ଫଳରେ ଝୁଣା ସଂଗ୍ରହ କରି ଆଣୁଥିବା ଆଦିବାସୀ ଉଚିତ ପ୍ରାପ୍ୟ ପାଇପାରୁ ନାହାନ୍ତି। ୧୯୭୨ ଓ ୧୯୮୦ ଜଙ୍ଗଲ ଅଧିନିୟମ ଅନୁଯାୟୀ ୨ରୁ ୩ କିଲୋ ପର୍ଯ୍ୟନ୍ତ ଝୁଣା ନେବାର କୌଣସି ପ୍ରତିବନ୍ଧକ ନ ଥିବାରୁ ଚୋରା ବେପାରୀ ଛୋଟ ସିମେଣ୍ଟ ବସ୍ତାରେ ଝୁଣା ବାହାରକୁ ଚାଲାଣ କରୁଛନ୍ତି। ସରକାରୀ ସ୍ତରରେ ଝୁଣାର ଉପତ୍ାଦନ ତଥା ବିକ୍ରିବଟା ତଥା ବଜାର ବ୍ୟବସ୍ଥା ନାହିଁ। ବର୍ତ୍ତମାନ ସରକାର ଲଘୁ ବନଜାତ ଦ୍ରବ୍ୟକୁ ପଞ୍ଚାୟତ ଅଧୀନକୁ ଦେଇଥିବାରୁ ପଞ୍ଚାୟତକୁ ହିଁ ରାଜସ୍ବ ଦେଇ ଝୁଣା ସଂଗ୍ରହ କରାଯାଏ। କୋରାପୁଟ ଜିଲା ତଥା ଜୟପୁର ବନଖଣ୍ଡରେ ଯେତିକି ପରିମାଣରେ ଶାଳଗଛ କଟାଯାଉଛି, ସେହି ଅନୁସାରେ ତାହା ରୋପଣ କରାଯାଉ ନାହିଁ କି ଶାଳବଣ ସୃଷ୍ଟି ପାଇଁ ବନ ବିଭାଗ ପାଖରେ କିଛି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଧୀରେଧୀରେ ଶାଳ ଜଙ୍ଗଲ ସଙ୍କୁଚିତ ହେବାରେ ଲାଗିଛି ା ଏ ସମ୍ପର୍କରେ ଜୟପୁର ଡିଏଫ୍‌ଓ ଅଶି୍ବନ କରଙ୍କୁ ପଚାରିବାରୁ ସେ କହିଥିଲେ ଯେ ବର୍ତ୍ତମାନ ରହିଥିବା ଶାଳ ଜଙ୍ଗଲକୁ ସୁରକ୍ଷା ଦିଆଯାଇଛି ା ଅନ୍ୟ ଜଙ୍ଗଲ ପରି ଶାଳ ଗଛ ରୋପଣ କରି ଜଙ୍ଗଲ ସୃଷ୍ଟି କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଗୁଡ଼ାରି ଏନ୍‌ଏସିରେ ଜାତୀୟ ପତାକାକୁ ଅବମାନନା

ଗୁଡ଼ାରି, ୩୧।୮ (ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି ପରିସରରେ ସୋମବାର ସ୍ୱାୟତ୍ତ ଶାସନ ଦିବସ ପାଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି।…

ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri