ଲୋକନାଥ ମନ୍ଦିର ବେଢାରେ ୨ ଫୁଟର ପାଣି

ପୁରୀ ଅଫିସ, ୧୦।୯: ଶ୍ରୀଲୋକନାଥ ମନ୍ଦିର ବେଢାରେ ଜମିଛି ପ୍ରାୟ ୨ଫୁଟର ପାଣି। ଫଳରେ ପ୍ରଭୁ ଲୋକନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ହଟହଟା ହେଉଛନ୍ତି ଭକ୍ତ ଏବଂ ସେବାୟତ। ସୋମବାର ଠାକୁରଙ୍କ ଦର୍ଶନ କରି ନ ପାରି ଭକ୍ତମାନେ ଫେରିଯାଉଥିବା ଦେଖିବାକୁ ମିଳିଥିଲା। ବେଢାର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାବେଳେ ଏଣେତେଣେ ଅଳିଆ ଆବର୍ଜନା ଭାସି ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାରମ୍ବାର ମନ୍ଦିର ଭିତରେ ପାଣି ଜମୁଥିଲେ ମଧ୍ୟ ନିଷ୍କାସନ ଲାଗି କୌଣସି ପ୍ରକାର ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଏହାକୁ ନେଇ ସେବାୟତ, ଭୋଗ ଦୋକାନୀ ଏବଂ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଅସରାଏ ବର୍ଷା ହେଲେ ଲୋକନାଥ ମନ୍ଦିର ପରିସର ଜଳମଗ୍ନ ହୋଇପଡ଼ୁଛି। ନିଷ୍କାସନ ସୁବିଧା ନ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଜମି ରହୁଛି। ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢା ନିକଟସ୍ଥ ପାର୍ବତୀ ସାଗର ଜଳପୂର୍ଣ୍ଣ ହୋଇଯାଇଛି। ବେଢାରୁ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଏଥିଯୋଗୁ ସେବାୟତ ଓ ଭକ୍ତ ହଇରାଣ ହେଉଛନ୍ତି। ସୋମବାର ପ୍ରଭୁ ଲୋକନାଥଙ୍କ ଦର୍ଶନ ଲାଗି ସକାଳେ ବହୁସଂଖ୍ୟକ ଶ୍ରଦ୍ଧାଳୁ ଆସିଥିଲେ। ହେଲେ ବେଢାରେ ପାଣି ଦେଖି ଅସନ୍ତୋଷ ବ୍ୟକ୍ତ କରି ମନ୍ଦିର ପାହାଚରୁ ଠାକୁରଙ୍କୁ ମୁଣ୍ଡିଆ ମାରି ଫେରିଯାଇଥିଲେ।
ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ବର୍ଷା ହେଲା ମାତ୍ରେ ମନ୍ଦିର ବେଢାରେ ପାଣି ଜମିବା ଏକପ୍ରକାର ନିଶ୍ଚିତ। ଏହାଦ୍ୱାରା ଠାକୁରଙ୍କ ସେବା ପୂଜା କରିବାରେ ସେବାୟତମାନେ ଯେତିକି ହଇରାଣ ହେଉଛନ୍ତି ଅଧିକ ସମସ୍ୟାରେ ପଡୁଛନ୍ତି ଭକ୍ତ। ଏମିତି କି ଥରେ ଥରେ ୨/୩ ଫୁଟ ଉଚ୍ଚର ପାଣି ଦୀର୍ଘଦିନ ଧରି ଜମି ରହିବା ନଜିର ରହିଛି। ବେଢା ପରିସରରୁ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା ହେବା ଦରକାର। ପାଣି ଜମିରହି ସାପ, ବିଷାକ୍ତ ପୋକଜୋକ ଭାସୁଥିବାରୁ ଭକ୍ତଙ୍କୁ ଭିତରକୁ ଛଡ଼ାଯାଉନାହିଁ। ସେମାନେ ବାହାରେ ଠାକୁରଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଫେରୁଛନ୍ତି। ସେହିପରି ଲୋକନାଥ ମନ୍ଦିର ମ୍ୟାନେଜର ଅପଚ୍ଛ ପରିଡ଼ା କହିଛନ୍ତି, ଏହି ମନ୍ଦିର ଖାଲୁଆ ଅଞ୍ଚଳରେ ରହିଛି। ମନ୍ଦିର ପରିସରରେ ଜଳ ନିଷ୍କାସନ ଲାଗି କୌଣସି ବ୍ୟବସ୍ଥା ନାହିଁ। ତେଣୁ ବର୍ଷା ହେଲେ ପାର୍ବତୀ ସାଗରର ଜଳପତ୍ତନ ଯାହା ରହୁଛି ମନ୍ଦିର ବେଢାରେ ସେହି ଉଚ୍ଚତାର ପାଣି ଜମୁଛି। ବର୍ତ୍ତମାନ ପାର୍ବତୀ ସାଗର ଜଳପୂର୍ଣ୍ଣ ରହିଥିବାରୁ ବେଢାରେ ପ୍ରାୟ ୨ଫୁଟ ଉଚ୍ଚର ପାଣି ଜମିଛି। ତଥାପି ଜଳ ନିଷ୍କାସନ ଲାଗି ବାହାର ବେଢାରେ ଗୋଟିଏ ପମ୍ପ ପଡ଼ିଛି। ପାର୍ବତୀ ସାଗରର ଜଳପତ୍ତନ ନ କମିଲେ ବେଢା ଭିତରୁ ପାଣି ଛାଡ଼ିବ ନାହିଁ। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri