ଲୋକଙ୍କୁ ହଇରାଣ କଲେ ସରକାରୀ ଆକାଉଣ୍ଟ ଉଠାଇ ନିଆଯିବ

ଫୁଲବାଣୀ ଅଫିସ, ୨୩ା୧୨-ଜିଲା ପରାମର୍ଶଦାତା କମିଟି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡା.ବୃନ୍ଦା ଡି. ଏଥିରେ ଅଧ୍ୟକ୍ଷତା କରି ଜିଲାରେ ଗ୍ରାହକ ସେବା କେନ୍ଦ୍ର କିମ୍ବା ମିନି ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ନୀତି ଆୟୋଗଙ୍କ ମନ୍ତବ୍ୟ ଆଧାରରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବ୍ୟାଙ୍କଗୁଡିକ ପ୍ରତ୍ୟେକ ପଞ୍ଚାୟତରେ ଗ୍ରାହକ ସେବାକେନ୍ଦ୍ର ଖୋଲିବା ସହିତ ଋଣ ପ୍ରଦାନ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ ନ କରିବାକୁ ପରାମର୍ଶ ଦେଇଥିଲେ। ଆବଶ୍ୟକ କାଗଜପତ୍ର ନ ଥିଲେ, ଆବେଦନପତ୍ର ପାଇବାର ୧୦ଦିନ ମଧ୍ୟରେ ତାହାକୁ ନାକଚ କରିବା ଦରକାର। ଏଥିସହ କାରଣ ଦର୍ଶାଇ ସଂପୃକ୍ତ କାର୍ଯ୍ୟାଳୟ କିମ୍ବା ବ୍ୟକ୍ତିବିଶେଷ ପାଖକୁ ପଠାଇବାକୁ ପଡ଼ିବ। ଆବଶ୍ୟକୀୟ କାଗଜପତ୍ର ଥାଇ ଯଦି ମାସ ମାସ ଧରି ବିଚାରାଧୀନ ଅବସ୍ଥାରେ ପକାଇ ରଖି ଦିଆଯାଏ, ତାହାଲେ ସେହି ବ୍ୟାଙ୍କରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଆକାଉଣ୍ଟ ଉଠାଇ ନିଆଯିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲାପାଳ କହିଥିଲେ ା
ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କର ସହକାରୀ ମହାପରିଚାଳକ ସନ୍ତୋଷ କୁମାର ପଟ୍ଟନାୟକ ଜିଲାର କିଛି ବ୍ୟାଙ୍କ ଋଣ ନ ଦେଇ ମାସ ମାସ ଧରି ବିଚାରାଧୀନ ଅବସ୍ଥାରେ ପକାଇ ରଖୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବ୍ୟାଙ୍କରେ ପଡ଼ି ରହିଥିବା ଆବେଦନ ପତ୍ର ଗୁଡ଼ିକର ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଦୂର ଦୂରାନ୍ତରେ ଥିବା ଗାଁ ଗୁଡ଼ିକରେ ସେବା ଯୋଗାଇଦେଲେ ଲୋକେ ଉପକୃତ ହୋଇପାରିବେ ବୋଲି କହିଥିଲେ। ବୈଠକରେ ଜିଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ କଳ୍ପତରୁ ସ୍ବାଇଁ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ୨୧ଟି ବ୍ୟାଙ୍କ, ସେଗୁଡ଼ିକର ୭୧ଟି ଶାଖା ଓ ୬୧ଟି ଏଟିଏମ୍‌ କାର୍ଯ୍ୟକ୍ଷମ ଥିବା କହିଥିଲେ। ଏହାବ୍ୟତୀତ ଫୁଲବାଣୀରେ ୨ଟି ନୂଆ ବ୍ୟାଙ୍କ ଖୋଲାଯାଇଛି। ସେଥିମଧ୍ୟରୁ ସୂର୍ଯ୍ୟୋଦୟ ସ୍ମଲ୍‌ ଫାଇନାନ୍ସିଂ ବ୍ୟାଙ୍କ ଲିଃ କେବଳ ଋଣ ପ୍ରଦାନ କରୁଥିବାବେଳେ ଇଣ୍ଡସ ଇଣ୍ଡ୍‌ ବ୍ୟାଙ୍କ କେବଳ ଦୁଇଚକିଆ ଗାଡ଼ି ପାଇଁ ଋଣ ପ୍ରଦାନ କରୁଛି ବୋଲି ସୂଚନା ଦେଇଥିଲେ ା ସେହିପରି ନାବାର୍ଡ ଏଜିଏମ୍‌ ଶ୍ରୀବତ୍ସ ଲାଞ୍ଛନ ଦାସ ନାବାର୍ଡର ଭୂମିକା ଏବଂ କାର୍ଯ୍ୟ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ। ନାବାର୍ଡର ଜନଜାତି ଉନ୍ନୟନ ପାଣ୍ଠି ୱାଡ଼ି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ଜିଲାର ୪ଟି ବ୍ଲକରେ ଜାଗୃତି, ବନବାସୀ ସେବା ସମିତି, ସ୍ବାତୀ ଏବଂ ସେନ୍ସଭୋଲ୍‌ ଭଳି ସ୍ବେଚ୍ଛାସେବୀ ଅନୁଷ୍ଠାନ ଗତ ୯ ମାସ ଧରି ଚାଷୀଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି। ସେଥିରେ ପ୍ରାୟ ୩,୫୦୦ ଚାଷୀ ପରିବାର ଉପକୃତ ହେଉଛନ୍ତି। ୩ଟି ୱାଡ଼ିର ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଟିକାବାଲିଠାରେ ଗୋଟିଏ ୱାଡ଼ିର ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦେଇଥିଲେ ା ସେହିପରି ଜିଲା ଶିଳ୍ପ କେନ୍ଦ୍ର, ଉଦ୍ୟାନ କୃଷି, ସାମାଜିକ ସୁରକ୍ଷା ବିଭାଗ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମତ୍ସ୍ୟ ବିଭାଗ, ପାୈର ପରିଷଦ, ପ୍ରାଣୀ ଚିକିତ୍ସା ବିଭାଗ, ମିଶନ ଶକ୍ତିର ଅଧିକାରୀମାନେ ସେମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri