ଲୋକଙ୍କ ସରକାର

ଭୁବନେଶ୍ୱର,୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିନ୍ଦ୍ୱନ୍ଦୀ ନେତା । ଦୀର୍ଘ ୨୧ବର୍ଷ ଶାସନ ପରେ ମଧ୍ୟ ତାଙ୍କର ନିର୍ମଳ ଭାବମୂର୍ତ୍ତୀ ଏବେ ବି ଅମଳୀନ ରହିଛି। ବହୁ ବାଧା ବିଘ୍ନ ସତ୍ତ୍ୱେ ନବୀନ ଓ ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ହୃଦୟ ଜିଣିିବାରେ ସକ୍ଷମ ହୋଇଛନ୍ତି। ନିର୍ମଳ ଏବଂ ସଚ୍ଚୋଟ ଭାବମୂର୍ତ୍ତୀ କେବଳ ରାଜ୍ୟ ନୁହେଁ,ଜାତୀୟ ରାଜନୀତିରେ ମଧ୍ୟ ନବୀନ ନିଜର ଶ୍ରେଷ୍ଠତା ପ୍ରମାଣିତ କରି ପାରିଛନ୍ତି। ମୁଖ୍ୟମନ୍ତ୍ରୀ ଶାସନ ଭାର ଗ୍ରହଣ କରିବା ବେଳେ ରାଜ୍ୟ ଏକ ବୃହତ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଥିଲା। ଗତ ୨୧ ବର୍ଷ ମଧ୍ୟରେ ନବୀନ ଓଡିଶାକୁ ଏକ ପ୍ରଗତିଶୀଳ,ଆର୍ଥିକ ମଜଭୁତ ଲୋକଙ୍କ ସରକାରରେ ପରିଣତ କରିବାରେ ସଫଳ ହୋଇଛି। ଲୋକମାନଙ୍କୁ ଉତ୍ତମ ପ୍ରଶାସନିକ ସେବା ସେମାନଙ୍କ ନିକଟରେ ପହଞ୍ଚାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ। ଲୋକମାନେ ହେଉଛନ୍ତି ମାଲିକ। ଲୋକମାନେ ସରକାରୀ କାର୍ଯ୍ୟାଳୟରୁ ଯେପରି ସୁଖଦ ଅନୁଭୁତି ନେଇ ଫେରିବେ ସେ ନେଇ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳି ଶାସନରେ ଗୁରୁତ୍ୱ ଦେଇଛନ୍ତି। ୩-ଡି (ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ଏବଂ ଭକ୍ତି ସହକାରେ) ଜରିଆରେ ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇ ଆସିଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଏବଂ ଉତ୍ତରଦାୟୀତ୍ୱ ପାଇଁ ସରକାର ୫-ଟି (ଟ୍ରାନ୍ସପାରେନ୍ସି, ଟିମଓ୍ବାକ, ଟେକ୍ନୋଲୋଜି, ଟାଇମ ଆଣ୍ଡ ଟ୍ରାନ୍ସଫରମେଶନ)ଏବଂ ମୋ ସରକାର ଭଳି ଅଭିନବ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏହାଦ୍ୱାରା ପ୍ରଶାସନି ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଆଣିବାରେ ସଫଳ ହୋଇ ପାରିଛନ୍ତି। ଦୁର୍ନୀତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି। ର୍ଦୁନୀତି ଗ୍ରସ୍ତଙ୍କୁ ବାହାର ରାସ୍ତା ଦେଖାଇ ନବୀନ ଓ ତାଙ୍କ ସରକାର ସ୍ବଚ୍ଛାତାର ପ୍ରମାଣ ଦେଖାଇଛନ୍ତି।
ପ୍ରାକୃତିକ ବିପତ୍ତି ରାଜ୍ୟ ପାଇଁ ସବୁ ସମୟରେ ବଡ ବିପତ୍ତି ଭାବେ ଦେଖା ଦେଇଛି। ୧୯୯୯ ମସିହା ମହାବାତ୍ୟାରେ ବହୁ ଧନଜୀବନ କ୍ଷତି ରାଜ୍ୟକୁ ସହିବାକୁ ପଡିଥିଲା। ବିଜେଡି କ୍ଷମତାସୀନ ହେବା ପରେ ବିପର୍ଯ୍ୟୟରୁ ଲୋକଙ୍କ ଜୀବନ ବଞ୍ଚାଇବା ଥିଲା ନବୀନଙ୍କ ପ୍ରାଥମିକତା। ଏ ଦିଗରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। ପାଇଲିନ, ହୁଡୁହୁଡୁ, ତିତଲି, ଫନୀ ଭଳି ବାତ୍ୟାକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଛନ୍ତି। ସେଥିପାଇଁ ଆନ୍ତର୍ଜାତୀୟ ସ୍ତରରେ ରାଜ୍ୟ ସରକାର ପ୍ରଶଂସିତ ହୋଇଛନ୍ତି। ଧାନ ଉତ୍ପାଦନରେ ଓଡିଶା ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ଏଥିପାଇଁ ଓଡିଶାକୁ ୪ଥର କୃଷି କର୍ମଣ ପୁରସ୍କାର ମିଳି ପାରିଛି।
କୃଷି, କୃଷକଙ୍କ ବିକାଶ ଠାରୁ ଆରମ୍ଭ କରି ମହିଳା ଶସକ୍ତିକରଣ, ଅନୁସୂଚୀତ ଜାତି, ଜନଜାତି,ପଛୁଆ ବର୍ଗଙ୍କ ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରି ଆସୁଛି। କୃଷକଙ୍କ ଆୟ ବହୁ ଗଣିତ କରିବା ଲକ୍ଷ୍ୟରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଓଡିଶାକୁ କ୍ଷୁଧା ମୁକ୍ତ କରିବାକୁ ରାଜ୍ୟ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କରି ଗରିବଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ଗରିବଙ୍କୁ ପକ୍କାଘର, ସାମାଜିକ ନିରାପତ୍ତା, ଭିତ୍ତିଭୁମି ଆଦି କ୍ଷେତ୍ରରେ ରାଜ୍ୟ ଅନେକ ପ୍ରଗତି ହାସଲ କରିଛି।
କ୍ରୀଡା କ୍ଷେତ୍ରରେ ଅଣ ଦେଖା ହୋଇ ଆସୁଥିବା ଓଡିଶା ବିଜେଡି ସରକାର ଅମଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ରାଜ୍ୟକୁ ଭାରତର କ୍ରୀଡା ହବରେ ପରିଣତ କରିବା ଲକ୍ଷ୍ୟ ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ଉନ୍ନତମାନର କ୍ରୀଡା ଭିତ୍ତିଭୁମି ଏବଂ ଅନୁକୂଳ ପରିବେଶ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଆୟୋଜନ ପାଇଁ ପଥ ପରିସ୍କାର କରିଛି। ଏସିଆନ ଗେମ୍ସ ଏବଂ ହକି ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଓଡିଶା ନିଜର କ୍ରୀଡା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି। ରାଜ୍ୟରେ ନୂତନ କ୍ରୀଡା ପ୍ରତିଭା ସୃଷ୍ଟି କରିବା ଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରେ କ୍ରୀଡା ଭିତ୍ତିଭୁମି ପ୍ରସ୍ତୁତ କରିବା ଦିଗରେ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି।

ଗରିବଙ୍କ ପାଇଁ ୬୦ରୁ ଊର୍ଦ୍ଧ୍ୱ ଯୋଜନା

ବିଜେଡ଼ି ଏହାର ଶାସନକାଳ ମଧ୍ୟରେ ଗରିବ ତଥା ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୬୦ରୁ ଅଧିକ ଯୋଜନା ଆରମ୍ଭ କରିଛି। କାଳିଆ ଯୋଜନାରୁ ଆରମ୍ଭକରି ମଧୁବାବୁ ପେନ୍‌ସନ୍‌ ଯୋଜନା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନା ରହିଛି। ମହିଳା ଏବଂ ଗରିବମାନଙ୍କୁ ପ୍ରାଥମିକତା ଦେଇ ଉପରୋକ୍ତ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଛି। ସେହିଭଳି ଦିବ୍ୟାଙ୍ଗ ଜନ, ବୃଦ୍ଧାବୃଦ୍ଧ, ଚାଷୀ, ଯୁବବର୍ଗ, କଳାକାର, ନବଜାତ, ଛାତ୍ରୀଛାତ୍ର ସମସ୍ତେ କୌଣସି ନା କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଦାବି କରାଯାଇଛି।

ଫୋକସ୍‌ରେ ମହିଳା

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାରର ମୂଳଦୁଆଭାବେ ସର୍ବଦା ରାଜ୍ୟର ମହିଳାମାନେ ରହିଆସିଛନ୍ତି। ବିଜେଡି ଭୋଟ ବ୍ୟାଙ୍କରେ ୪୮.୪% କେବଳ ମହିଳା ଭୋଟର ଥିବାରୁ ଏମାନଙ୍କୁ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ଅସ୍ତ୍ର ବୋଲି କୁହାଯାଉଛି। ଆଉ ସେଥିପାଇଁ ବିଭିନ୍ନ ଯୋଜନାରେ ସେମାନଙ୍କୁ ପ୍ରାଥମିକତା ଦିଆଯାଉଥିବାବେଳେ ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ପ୍ରାୟ ୭ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ନିଜକୁ ଆର୍ଥିକକ୍ଷେତ୍ରରେ ସ୍ବାବଲମ୍ବୀ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri