ଲୋକଙ୍କ ସମସ୍ୟା ସମାଧାନ ପାଇଁ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ: ଫେସ୍‌ବୁକ, ଟୁଇଟରରେ କରିପାରିବେ ଅଭିଯୋଗ

ଭୁବନେଶ୍ୱର,୧।୮(ବ୍ୟୁରୋ): ଜନସାଧାରଣଙ୍କୁ ଏବେ ସ୍ବାସ୍ଥ୍ୟଜନିତ ସମସ୍ୟା ଜଣାଇବାକୁ ଏଣେତେଣେ ବୁଲିବାକୁ ପଡିବନି। ଏଣିକି ସୋସିଆଲ ମିଡିଆରେ ସ୍ବାସ୍ଥ୍ୟ ସମ୍ପର୍କିତ ଅଭିଯୋଗ ହୋଇପାରିବ। ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତର କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେତେକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଫେସ୍‌ବୁକ, ଟୁଇଟର ଭଳି ସୋସିଆଲ ମିଡିଆ ସହିତ ଯୋଡ଼ି ଦିଆଯାଇଛି। ସାଧାରଣ ଲୋକେ ଏହି ସୋସିଆଲ ମିଡିଆ ସାହାଯ୍ୟରେ ସରକାରୀ ସୁବିଧାଗୁଡ଼ିକୁ ସହଜରେ ପାଇପାରିବେ। ଏହି ପର୍ଯ୍ୟାୟରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟ, କଟକସ୍ଥିତ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ସୋସିଆଲ ମିଡିଆରେ ଯୋଡ଼ି ହୋଇଯାଇଛି। ଏହିସବୁ ସଂସ୍ଥାର ଟୁଇଟର ଓ ଫେସ୍‌ବୁକ ଆକାଉଣ୍ଟକୁ କୌଣସି ସାଧାରଣ ନାଗରିକ ବ୍ୟବହାର କରି ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇପାରିବେ କିମ୍ବା ପ୍ରସ୍ତାବ ଦେଇପାରିବେ।
କଟକସ୍ଥିତ ଏସ୍‌ସିବିର ଟୁଇଟର ଆକାଉଣ୍ଟ ଠିକଣା @Scbmchctc ହୋଇଥିବା ବେଳେ ଫେସ୍‌ବୁକ ଆକାଉଣ୍ଟ ଠିକଣା https://www.facebook.com/SCBMCHCTC ରହିଛି। ସେହିଭଳି କ୍ୟାପିଟାଲ ହସ୍ପିଟାଲର ଟୁଇଟର ଠିକଣା @CpitalHospital4 ରହିଥିବାବେଳେ ଫେସ୍‌ବୁକ ଆକାଉଣ୍ଟ ଠିକଣା https://www.facebook.com/capitalhospital.bhubaneswar ରହିଛି। ଅନୁରୂପ ଭାବେ ରକ୍ତ ସୁରକ୍ଷା ନିର୍ଦ୍ଦେଶାାଳୟର ଟୁଇଟର ଠିକଣା @OdishaSbtc ରହିଥିବାବେଳେ ଫେସ୍‌ବୁକ ଆକାଉଣ୍ଟର ଠିକଣା ରହିଛି https://www.facebook.com/odishabloodsafety। ଶିଶୁ ଭବନର ଟୁଇଟର ଠିକଣା @svppgip ଥିବାବେଳେ ଏହାର ଫେସ୍‌ବୁକ ଆକାଉଣ୍ଟ ଠିକଣା ହେଉଛି https://www.facebook.com/sishubhawanctc। ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ଟୁଇଟର ଆକାଉଣ୍ଟ ଠିକଣା @AcharyaCancer ରହିଥିବାବେଳେ ଏହି ସଂସ୍ଥାର ଫେସ୍‌ବୁକ ଠିକଣା ହେଉଛି https://www.facebook.com/ahrcccuttack ରହିଛି। ସେହିଭଳି ବୁର୍ଲାସ୍ଥିତ ଭିମ୍‌ସାର ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ତୁରନ୍ତ ସେମାନଙ୍କର ଟୁଇଟର ଓ ଫେସ୍‌ବୁକ ଭଳି ସୋସିଆଲ ମିଡିଆ ଆକାଉଣ୍ଟ କାର୍ଯ୍ୟକ୍ଷମ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଟୁଇଟର ଓ ଫେସ୍‌ବୁକ ଠିକଣାରେ ଲୋକଙ୍କଠାରୁ କୌଣସି ପ୍ରକାର ଆପତ୍ତି ଅଭିଯୋଗ ପାଇବା କ୍ଷଣି ତୁରନ୍ତ ତାହାର ସମାଧାନ ସହ ଆବଶ୍ୟକସ୍ଥଳେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଅନ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡିକ ସେମାନଙ୍କର ନିଜସ୍ବ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri