Posted inଜାତୀୟ

ଲେହରେ ଭାରତୀୟ ଯୁଦ୍ଧବିମାନ

ନୂଆଦିଲ୍ଲୀ,୨୦ା୬: ଗଲ୍‌ଓ୍ବାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ପୂର୍ବ ଲଦାଖ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ବାୟୁସେନା ମୁଖ୍ୟ ମାର୍ଶାଲ ଆର୍‌.କେ.ଏସ୍‌. ଭଦୁରିଆ ଲଦାଖକୁ ଦୁଇଦିନିଆ ଗସ୍ତରେ ଯାଇ ସେଠାରେ ଭାରତୀୟ ବାୟୁସେନାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ବୁଧବାର ସେ ଲେହ ଏୟାରବେସ୍‌ ଏବଂ ଗୁରୁବାର ଶ୍ରୀନଗର ଏୟାରବେସ୍‌ ଗସ୍ତ କରିଥିଲେ। ପୂର୍ବ ଲଦାଖ ନିକଟବର୍ତ୍ତୀ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନା ୧୦ ହଜାରରୁ ଅଧିକ ସୈନ୍ୟ ଠୁଳ କରିବା ସହ ଆକ୍ରମଣାତ୍ମକ ସ୍ଥିତିରେ ଥିବାରୁ ଏହାର ମୁକାବିଲା ପାଇଁ ସବୁ ପ୍ଲାଟଫର୍ମର ପ୍ରସ୍ତୁତିକୁ ଯାଞ୍ଚ କରିଥିଲେ ବାୟୁସେନା ମୁଖ୍ୟ।
ଶୁକ୍ରବାର ଭାରତୀୟ ବାୟୁସେନାର ଯୁଦ୍ଧବିମାନ, ନିକଟରେ କିଣାଯାଇଥିବା ଆପାଚେ ଚୋପର୍‌ ସମେତ ଲଢ଼ୁଆ ହେଲିକପ୍ଟର ଲେହ ଉପରେ ଉଡ଼ୁଥିବା ଦେଖାଯାଇଛି। ସୁଖୋଇ-୩୦ଏମ୍‌କେଆଇ, ମିରାଜ୍‌୨୦୦୦ ଏବଂ ଜାଗୁଆର ଯୁଦ୍ଧବିମାନକୁ ଆଡଭାନ୍ସ ପୋଜିଶନ୍‌କୁ ନିଆଯାଇଛି, ଯେଉଁଠୁ ସେମାନେ ଆଖିପିଛୁଳାକେ କାର୍ଯ୍ୟାନୁଷ୍ଠାନ ପାଇଁ ଉଡ଼ାଣ କରିପାରିବେ। ସ୍ଥଳସେନା ପ୍ରସ୍ତୁତ ରହିଥିବା ଅଞ୍ଚଳର ଖୁବ୍‌ ନିକଟରେ ଆପାଚେ ଲଢ଼ୁଆ ହେଲିକପ୍ଟର ପ୍ରସ୍ତୁତ ହୋଇ ରହିଛି।
ଚାଇନା ବାୟୁସେନାର ଉପସ୍ଥିତି ସମ୍ପର୍କରେ ଭାରତୀୟ ବାୟୁସେନା କୌଣସି ସୂଚନା ଦେଇନାହିଁ। ତେବେ ସାଟେଲାଇଟ୍‌ ଚିତ୍ରରୁ ଯାହା ଜଣାପଡୁଛି, ସେମାନେ ପୋଙ୍ଗଓଙ୍ଗ ହ୍ରଦଠାରୁ ଅଳ୍ପ ଦୂରରେ ତିବ୍ବତର ନଗରୀ ବାୟୁସେନା ଘାଟିରେ ଦ୍ରୁତ ଭିତ୍ତିଭୂମି ନିର୍ମାଣ ଚଳାଇଛନ୍ତି। ଚାଇନା ତିବ୍ବତରେ ଅନେକ ବାୟୁସେନା ଘାଟି ସମେତ ପାକ୍‌ ଅଧିକୃତ କଶ୍ମୀରରେ ଥିବା ସ୍କର୍ଦୁ ଏୟାର ବେସ୍‌କୁ ବ୍ୟବହାର କରୁଛି। ଭାରତୀୟ ବାୟୁସେନା ସ୍କର୍ଦୁ ଘାଟି ଉପରେ ନଜର ରଖିଥିଲେ ହେଁ ସେଠାରେ ଚାଇନା ଯୁଦ୍ଧବିମାନ ଥିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri