ଲୁହାପଥର ବୋଝେଇ ୨ଟ୍ରକ ଜବତ: ୧୫ ହଜାର ଟଙ୍କା, ୩ ମୋବାଇଲ ସହ ୩ ଗିରଫ

ବଡବିଲ, ୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ପୋଲିସ ବୁଧବାର ସକାଳେ ଏହି ଥାନା ଅଞ୍ଚଳ ଦେଇ ଚୋରାଚାଲାଣ ହେଉଥିବା ସାଇଜ ଲୁହାପଥର ବୋଝେଇ ୨ଟି ଟ୍ରକକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ପୋଲିସ ସେମାନଙ୍କ ନିକଟରୁ ନଗଦ ୧୫ ହଜାର ୬ ଶହ ଟଙ୍କା ଓ ୩ ଟି ମୋବାଇଲ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡଖଣ୍ଡ ରାଜ୍ୟ ଦେଓଘାଟ ଅଞ୍ଚଳର ନିୟାଜ ଅନସାରୀ, ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ଜୟଦେବ ମୁଦି ଓ ସମୀର ବାରୁଇ।
ପ୍ରାପ୍ତ ସୂଚନା ଅନୁଯାୟୀ ରୁଗୁଡି ଥାନାଞ୍ଚଳ ୫୨୦ ନମ୍ବର ଜାତୀୟ ରାଜପଥ ଦେଇ ସାଇଜ ଲୁହାପଥର ଚୋରାଚାଲାଣ ହେଉଥିବା ରୁଗୁଡି ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଖବର ଅନୁଯାୟୀ ପୋଲିସ ଏକ ୧୨ ଚକିଆ ଟ୍ରକ ଓ ଏକ ୧୦ ଚକିଆ ଟ୍ରକକୁ ଅଟକାଇ ଗାଡି କାଗଜପତ୍ର ଯାଞ୍ଚ କରିବାରୁ ଟ୍ରକ ଗୁଡିକରେ ନକଲି ନମ୍ବର ପ୍ଲେଟ ଲଗାଇ ସାଇଜ ଲୁହାପଥର ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ଘଟଣାସ୍ଥଳରୁ ପୋଲିସ ମୋଟ ୫୫ ମେଟ୍ରିକ ଟନ ସାଇଜ ଲୁହାପଥର ବୋଝେଇ ଟ୍ରକ ଦ୍ୱୟକୁ ଜବତ କରିବା ସହ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ରୁଗୁଡି ଥାନା ସବଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଏହି ଚୋରାକାରବାରର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି। ସୂଚନା ଯୋଗ୍ୟ ଯେ, ଖଣିରୁ ଲୁହାପଥର ଚୋରି ରୋକିବା ନିମନ୍ତେ ଖଣିବିଭାଗ ପକ୍ଷରୁ ଜିପିଏସ ସିଷ୍ଟମ ରହିଥିବା ଆଇ-୩-ଏମଏସ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ବ୍ୟବସ୍ଥା ଦ୍ୱାରା ଜିପିଏସ ନ ଥିବା ଭାରିଯାନ ଗୁଡିକରେ ଲୋଡିଂ ନିମନ୍ତେ ଅନୁମତି ମିଳିବା କଥା ନୁହେଁ ହେଲେ ଅଧିକାଂଶ ଭାରିଯାନ ଗୁଡିକରେ ଜିପିଏସ ମେଶିନ ଲାଗିନଥିଲେ ମଧ୍ୟ ଅତି ସହଜରେ ଲୋଡିଂ ହୋଇପାରୁଛି। ଏଭଳିସ୍ଥଳେ ସରକାରଙ୍କ ଅଯଥା ଆଇ-୩-ଏମଏସ ବ୍ୟବସ୍ଥା ଲାଗୁ ଏକ ପ୍ରହସନ ଭଳି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ସହରରେ ବୃଦ୍ଧିପାଉଛି ଜଳ ଅପବ୍ୟବହାର

ରାଉରକେଲା,୨୯ା୪(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ୍‌ ନଦୀର ପରିସୀମା ଦିନକୁଦିନ ସଙ୍କୁଚିତ ହେବାରେ ଲାଗିଛି। ଏହାର ପ୍ରଭାବ...

ଚାଷୀ ଭୋଟ ଉପରେ ସଭିଙ୍କ ନଜର

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ଆସନ୍ତା ମେ ୨୦’ରେ ବରଗଡ଼ ଜିଲାରେ ସାଧାରଣ ନିର୍ବାଚନକୁ ନେଇ ମତଦାନ ହେବ। ଅନ୍ୟପଟେ ସେହି ମାସ ୧୦ ତାରିଖରୁ ବରଗଡ଼ ସମେତ...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବର୍ଷା, ବାପାଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରି ହେଲେ ଭାବବିହ୍ବଳ

ପଦ୍ମପୁର,୨୯ା୪(ପ୍ରଦୀପ୍ତ ଦାଶ): ସୋମବାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା ତାଙ୍କ ନାମାଙ୍କନପତ୍ର ଦାଖଲ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ସକାଳୁ ସକାଳୁ ପଦ୍ମପୁରସ୍ଥିତ...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri