ଲୁହାପଥର ଗୁଣ୍ଡରେ ହେଉଛି ରାସ୍ତା ମରାମତି : ସରକାର ହରାଉଛନ୍ତି ରାଜସ୍ବ

ଯୋଡ଼ା,୧୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ରାସ୍ତାରେ ଥିବା ଖାଲଢିପକୁ ପୋତିବା ପାଇଁ ଖଣିଜ ପଦାର୍ଥ ବ୍ୟବହାର କରାଯାଉଛି। ଯୋଡ଼ା ଖଣିମଣ୍ଡଳର ଜୁରୁଡ଼ି-ବାମେବାରୀ ରାଜ୍ୟ ରାଜପଥ ନଂ ୨ରେ ବିପୁଳ ପରିମାଣର ଲୁହାପଥରଗୁଣ୍ଡକୁ ଏକ ନିର୍ଦ୍ଦିଷ୍ଟ ଖଣିରୁ ଆଣି ରାସ୍ତା ମରାମତି କାର୍ଯ୍ୟରେ ବ୍ୟବହାର କରାଯାଉଛି। ତେଣେ ଖଣିରୁ ଗୋଟିଏ ଟ୍ରିପ ମାଟି ପରିବହନ କରିବାକୁ ହେଲେ ଖଣିବିଭାଗଠାରୁ ଅନୁମୋଦନ ନିଆଯାଇ ମାଟିର ମାନ ପରୀକ୍ଷା କରାଯାଏ। ଲୌହାଂଶର ପରିମାଣ ଅନୁଯାୟୀ ରାଜସ୍ବ ଜମା କରିବା ପରେ ହିଁ ପରିବହନ ଅନୁମୋଦନ ମିଳିଥାଏ। ହେଲେ ଏହି ରାଜରାସ୍ତା ମରାମତିରେ ବିପୁଳ ପରିମାଣର ଲୁହାପଥରଗୁଣ୍ଡ ପକାଇ ନିର୍ମାଣ କରାଯାଉଛି। ତେବେ ରାସ୍ତା ମରାମତି ଆଳରେ ଖଣିରୁ ଲୁହାପଥର ଚୋରାଚାଲାଣ କରାଯାଉଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଶତକଡ଼ା ୫୪ପ୍ରତିଶତ ଲୌହାଂଶ ଥିବା ଳୁହାପଥରଗୁଣ୍ଡ ବିଦେଶକୁ ରପ୍ତାନି କରାଯାଉଛି। ହେଲେ ରାସ୍ତା ନିର୍ମାଣରେ ଏହି ଉନ୍ନତମାନର ଲୁହାପଥରଗୁଣ୍ଡକୁ ପକାଇ ମରାମତି ହେଉଥିବାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଛି।
ଗତ କିଛି ବର୍ଷ ପୂର୍ବେ ଏକ ଦୁର୍ଗାମଣ୍ଡପ ନିର୍ମାଣ ପାଇଁ ଏକ ଖଣିରୁ କିଛି ଲୌହମିଶ୍ରିତ ମାଟି ବିନା ଅନୁମୋଦନରେ ପରିବହନ କରାଯାଇଥିଲା। ତତ୍କାଳୀନ ଯୋଡ଼ା ଖଣି ଉପନିର୍ଦ୍ଦେଶକ ସୁଶାନ୍ତ କୁମାର ନାୟକ ଏହା ଉପରେ କଟକଣା ଲଗାଇ ଉକ୍ତ ମାଟିମିଶ୍ରିତ ଲୁହାପଥରଗୁଣ୍ଡକୁ ଜବତ କରିବା ସହିତ ପରିବହନ ହୋଇ ଆସିଥିବା ସମ୍ପୃକ୍ତ ଖଣି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେହିପରି ନିକଟ ଅତୀତରେ କିଛି ବଡ଼ ଲୁହାପଥରଖଣ୍ଡ ପରିବହନ କରାଯାଇ ଲହଣ୍ଡାସ୍ଥିତ ଓଜନ କଣ୍ଟାର ରାସ୍ତା ମରାମତି କାର୍ଯ୍ୟରେ ଲଗାଯାଇଥିଲା। ତତ୍କାଳୀନ ଖଣି ଉପନିର୍ଦ୍ଦେଶକ ଏହାକୁ ମଧ୍ୟ ବନ୍ଦ କରିବା ସହିତ ସଂପୃକ୍ତ ଖଣି ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏତେଗୁଡ଼ିଏ ଘଟଣା ଘଟିବାପରେ ମଧ୍ୟ ପୁନଃ ଏହିପରି ଅନିୟମିତତା ନଜରକୁ ଆସିଛି। ଏ ନେଇ ଯୋଡ଼ାସ୍ଥିତ ଖଣି ଉପନିର୍ଦ୍ଦେଶାଳୟର ଖଣି ଉପନିର୍ଦ୍ଦେଶକ ଏଲ.ଡି.ନାଏକଙ୍କୁ ପଚାରିବାରୁ ରୋଡ଼ ମେଣ୍ଟେନାନ୍ସ ପାଇଁ ତାହା ବ୍ୟବହାର କରାଯାଇଥିବ। ତେବେ ଏ ନେଇ କୌଣସି ଖଣି କମ୍ପାନୀକୁ ପରିବହନ ଅନୁମୋଦନ ଦିଆଯାଇ ନାହିଁ। ଏ ସମ୍ପର୍କରେ ସେ ବୁଝିକି ଜଣାଇବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri