ଲୁହାପଥର ଗୁଣ୍ଡରେ ହେଉଛି ରାସ୍ତା ମରାମତି : ସରକାର ହରାଉଛନ୍ତି ରାଜସ୍ବ

ଯୋଡ଼ା,୧୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ରାସ୍ତାରେ ଥିବା ଖାଲଢିପକୁ ପୋତିବା ପାଇଁ ଖଣିଜ ପଦାର୍ଥ ବ୍ୟବହାର କରାଯାଉଛି। ଯୋଡ଼ା ଖଣିମଣ୍ଡଳର ଜୁରୁଡ଼ି-ବାମେବାରୀ ରାଜ୍ୟ ରାଜପଥ ନଂ ୨ରେ ବିପୁଳ ପରିମାଣର ଲୁହାପଥରଗୁଣ୍ଡକୁ ଏକ ନିର୍ଦ୍ଦିଷ୍ଟ ଖଣିରୁ ଆଣି ରାସ୍ତା ମରାମତି କାର୍ଯ୍ୟରେ ବ୍ୟବହାର କରାଯାଉଛି। ତେଣେ ଖଣିରୁ ଗୋଟିଏ ଟ୍ରିପ ମାଟି ପରିବହନ କରିବାକୁ ହେଲେ ଖଣିବିଭାଗଠାରୁ ଅନୁମୋଦନ ନିଆଯାଇ ମାଟିର ମାନ ପରୀକ୍ଷା କରାଯାଏ। ଲୌହାଂଶର ପରିମାଣ ଅନୁଯାୟୀ ରାଜସ୍ବ ଜମା କରିବା ପରେ ହିଁ ପରିବହନ ଅନୁମୋଦନ ମିଳିଥାଏ। ହେଲେ ଏହି ରାଜରାସ୍ତା ମରାମତିରେ ବିପୁଳ ପରିମାଣର ଲୁହାପଥରଗୁଣ୍ଡ ପକାଇ ନିର୍ମାଣ କରାଯାଉଛି। ତେବେ ରାସ୍ତା ମରାମତି ଆଳରେ ଖଣିରୁ ଲୁହାପଥର ଚୋରାଚାଲାଣ କରାଯାଉଛି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଶତକଡ଼ା ୫୪ପ୍ରତିଶତ ଲୌହାଂଶ ଥିବା ଳୁହାପଥରଗୁଣ୍ଡ ବିଦେଶକୁ ରପ୍ତାନି କରାଯାଉଛି। ହେଲେ ରାସ୍ତା ନିର୍ମାଣରେ ଏହି ଉନ୍ନତମାନର ଲୁହାପଥରଗୁଣ୍ଡକୁ ପକାଇ ମରାମତି ହେଉଥିବାରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉଛି।
ଗତ କିଛି ବର୍ଷ ପୂର୍ବେ ଏକ ଦୁର୍ଗାମଣ୍ଡପ ନିର୍ମାଣ ପାଇଁ ଏକ ଖଣିରୁ କିଛି ଲୌହମିଶ୍ରିତ ମାଟି ବିନା ଅନୁମୋଦନରେ ପରିବହନ କରାଯାଇଥିଲା। ତତ୍କାଳୀନ ଯୋଡ଼ା ଖଣି ଉପନିର୍ଦ୍ଦେଶକ ସୁଶାନ୍ତ କୁମାର ନାୟକ ଏହା ଉପରେ କଟକଣା ଲଗାଇ ଉକ୍ତ ମାଟିମିଶ୍ରିତ ଲୁହାପଥରଗୁଣ୍ଡକୁ ଜବତ କରିବା ସହିତ ପରିବହନ ହୋଇ ଆସିଥିବା ସମ୍ପୃକ୍ତ ଖଣି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ ଜାରିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ସେହିପରି ନିକଟ ଅତୀତରେ କିଛି ବଡ଼ ଲୁହାପଥରଖଣ୍ଡ ପରିବହନ କରାଯାଇ ଲହଣ୍ଡାସ୍ଥିତ ଓଜନ କଣ୍ଟାର ରାସ୍ତା ମରାମତି କାର୍ଯ୍ୟରେ ଲଗାଯାଇଥିଲା। ତତ୍କାଳୀନ ଖଣି ଉପନିର୍ଦ୍ଦେଶକ ଏହାକୁ ମଧ୍ୟ ବନ୍ଦ କରିବା ସହିତ ସଂପୃକ୍ତ ଖଣି ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏତେଗୁଡ଼ିଏ ଘଟଣା ଘଟିବାପରେ ମଧ୍ୟ ପୁନଃ ଏହିପରି ଅନିୟମିତତା ନଜରକୁ ଆସିଛି। ଏ ନେଇ ଯୋଡ଼ାସ୍ଥିତ ଖଣି ଉପନିର୍ଦ୍ଦେଶାଳୟର ଖଣି ଉପନିର୍ଦ୍ଦେଶକ ଏଲ.ଡି.ନାଏକଙ୍କୁ ପଚାରିବାରୁ ରୋଡ଼ ମେଣ୍ଟେନାନ୍ସ ପାଇଁ ତାହା ବ୍ୟବହାର କରାଯାଇଥିବ। ତେବେ ଏ ନେଇ କୌଣସି ଖଣି କମ୍ପାନୀକୁ ପରିବହନ ଅନୁମୋଦନ ଦିଆଯାଇ ନାହିଁ। ଏ ସମ୍ପର୍କରେ ସେ ବୁଝିକି ଜଣାଇବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri