ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ: ବେଦାନ୍ତ ନନ୍ଦଘରକୁ ନେଇ ହୋହାଲ୍ଲା

ଲାଞ୍ଜିଗଡ଼,୧୪।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ପଞ୍ଚାୟତ ସମିତି ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଇଂ.ଫକୀର ମୋହନ ମାଝିଙ୍କ ସଭାପତିତ୍ୱରେ ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ଲକର ୨୬ଟି ପଞ୍ଚାୟତରୁ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଯୋଗଦେଇଥିଲେ। ପ୍ରଥମେ ବୈଠକରେ ବେଦାନ୍ତ ପକ୍ଷରୁ ନିର୍ମାଣ ହେଉଥିବା ନନ୍ଦଘରକୁ ନେଇ ହୋହାଲ୍ଲା ହୋଇଥିଲା। ବ୍ଲକରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ବ୍ଲକ ତରଫରୁ ନିର୍ମାଣ କରାଯାଇଥିଲା। ବେଦାନ୍ତ କମ୍ପାନୀ ପୁରୁଣା ଅଙ୍ଗନଓ୍ବାଡି କୋଠାଗୁଡାକୁ ରଙ୍ଗବେରଙ୍ଗ କରି ନନ୍ଦଘର ବୋଲି ନାମ ଦେଇଛି ଓ ବଡବଡ ଅକ୍ଷରରେ ବେଦାନ୍ତ ଲେଖି ଲୋଗୋ ଲଗାଇଛି । ବିନା ପଞ୍ଚାୟତ ସମିତି ଅନିମୋଦନରେ ଏହା କାହିଁକି କରାଯାଉଛି ବୋଲି ସମିତି ସଭ୍ୟମାନେ ବିରୋଧ କରିଥିଲେ। ଲାଞ୍ଜିଗଡ ପଞ୍ଚାୟତ ସମିତିରେ ଥିବା ସମିତି ସଭ୍ୟମାନଙ୍କୁ କମ୍ପାନୀ ଅଣଦେଖା କରୁଛି। ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା କୋମର୍ଦ୍ଧା ସମିତିସଭ୍ୟ ଜଗଦିଶ ବେନିଆ ଚେତାବନୀ ଦେଇଥିଲେ। ସେହିପରି ବ୍ଲକରେ ଥିବା ଆରଡି ବିଭାଗ ଯନ୍ତ୍ରୀ, ପିଡବ୍ଲ୍ୟୁଡି ଯନ୍ତ୍ରୀ, ଏମଆଇ ଡିଭିଜନ ଯନ୍ତ୍ରୀ ରହିବା ପାଇଁ ଘର ତିଆରି ହୋଇଛି । ହେଲେ ସେମାନେ ବ୍ଲକରେ ନ ରହି ଭବାନୀପାଟଣାରେ ରହୁଛନ୍ତି । ଫଳରେ ସେମାନଙ୍କୁ ଦେଖା କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ବୋଲି ସଭ୍ୟମାନେ ଅଭିଯୋଗ କରିଥିଲେ । ସମିତି ବୈଠକରେ ସମସ୍ତ ବିଭାଗ କର୍ମଚାରୀ ଉପସ୍ଥିତ ରହି ନିଜ ବିଭାଗରେ ଚାଲିଥିବା ଉନ୍ନୟନମୂଳକ କାମ ଉପରେ ଉପସ୍ଥାପନା କରିବା କଥା । କିନ୍ତୁ ବନବିଭାଗ, ଆଇଟିଡିଏ, ପିଡବ୍ଲ୍ୟୁଡ ଓ ବିଦ୍ୟୁତ ବିଭାଗ ବୈଠକରେ ଯୋଗଦେଇ ନ ଥିଲେ। ଏହାକୁ ନେଇ ଗୃହରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବୈଠକରେ ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିଶାରୀ ଯୋଗଦେଇ ଅନେକ ଉନ୍ନୟନମୂଳକ କାମର ସମିକ୍ଷା କରିଥିଲେ। ବିଡିଓ ମୁନିନ୍ଦ୍ର ହୋନାଗାଁ, ଏବିଡିଓ ବିଭୁତି ଭୁଷଣ ଶତପଥୀ, ଆସିଷ୍ଟାଣ୍ଡ ଇଞ୍ଜିନିୟର ବିଶ୍ୱନାଥ ପାଥ୍ର, ସିଡିପିଓ କୁସୁମ କୁମାରୀ ପ୍ରହରାଜ, ଜିପିଇଓ ଧର୍ମେନ୍ଦ୍ର ପ୍ରଧାନ, ଏସିଓ ଶଙ୍କର୍ଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri