ଲମ୍ବା ରେସ୍‌ର ଘୋଡ଼ା

ମନୋଜ କୁମାର ବରାଳ ଓରଫ ଗୁଲସନ୍‌। ସ୍କୁଲରେ ପଢ଼ିବା ବେଳେ ଏକକ ଅଭିନୟ ତାଙ୍କ ମନରେ ଅଭିନୟର ଆଶା ଜାଗ୍ରତ କରିଥିଲା। କଲେଜରେ ପଢ଼ିବା ସମୟରେ ଡ୍ରାମାରେ ଅଭିନୟ କରି ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥିଲେ ସେ। ୨୦୧୫ରେ ତାଙ୍କ କ୍ୟାରିୟରରେ ଆସିଥିଲା ଏକ ନୂଆ ମୋଡ଼। ଥିଏଟର ଜଗତରେ ପ୍ରବେଶ କରିଥିଲେ ମନୋଜ। ଅଗ୍ରଣୀ ଥିଏଟର ଅନୁଷ୍ଠାନ ଶତାବ୍ଦୀର କଳାକାର ଏବଂ ମିରର୍‌ ଥିଏଟର ଗ୍ରୁପ୍‌ରେ ସାମିଲ ହୋଇ ସେ ‘କିଙ୍ଗ୍‌ ଲିୟର, ପର କଲମ, ଯୋଦ୍ଧା, ଅର୍ଦ୍ଧନାରୀ, ବକ୍ସି ଜଗବନ୍ଧୁ, ଦେବୀ ଆଦି ପାଖାପାଖି ୪୦ଟି ଥିଏଟର ନାଟକରେ ନିଜ ଅଭିନୟ ଦକ୍ଷତା ଦେଖାଇଥିଲେ। ଏହି ସମୟରେ ତାଙ୍କର ସାକ୍ଷାତ୍‌ ହୋଇଥିଲା ଅପେରା ଜଗତର ନାମୀ ନିର୍ଦ୍ଦେଶକ ଲାଲା ବୀରେନ ରାୟଙ୍କ ସହ। ତାଙ୍କର କେଇ ପଦ କଥା ମନୋଜଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତା’ପରେ ଆଉ ସେ ଡେରି ନ କରି ଚଳିତ ଯାତ୍ରା ସିଜନରେ ଅପେରା ମଇଦାନରେ ପ୍ରବେଶ କରିଥିଲେ। ବର୍ତ୍ତମାନ ରାଜଧାନୀ ଅପେରାରେ ଅଭିନୟରତ ଏହି ଲମ୍ବା ରେସ୍‌ର ଘୋଡ଼ା ଆସନ୍ତା ଯାତ୍ରା ସିଜନ୍‌ରେ ଅଗ୍ରଣୀ ଅପେରା ପାର୍ଟି ଯାତ୍ରା ରଙ୍ଗମହଲରେ ଯୋଗ ଦେଉଛନ୍ତି। ନିଜ ଅଭିନୟ କ୍ୟାରିୟର ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ବାଲିକୁଦା ଅନ୍ତର୍ଗତ ଓଳାସ ଗ୍ରାମରେ ଜନ୍ମିତ ତଥା ୨୬ ବର୍ଷ ବୟସ୍କ ମନୋଜ କହନ୍ତି, ‘ଅଭିନୟ ନିଶା ମୋତେ ପାଗଳ କରିଦେଇଛି ବୋଲି କହିବି। ଥିଏଟର ହେଉ ଅବା ଅପେରା-ଅଭିନୟ ସମୟରେ ମୁଁ ଅନେକ କଥା ଶିଖିଛି। ମୁଁ ସବୁବେଳେ କିଛି ନିଆରା ଆକ୍ଟିଂ କରିବାକୁ ଚେଷ୍ଟା କରେ। ଆଉ ବରିଷ୍ଠ କଳାକାରଙ୍କ ନିକଟରୁ କିଛି ଶିଖିବାକୁ ପ୍ରୟାସ କରେ। ଏବେ ମୁଁ ଅପେରା ଜଗତରେ ନୂଆ। ଏଠାରେ କ୍ୟାରିୟର କରିବାକୁ ଆଶା ରଖିଛି। ଆସନ୍ତା ଯାତ୍ରା ସିଜନରେ ମୁଁ ଅପେରା ରଙ୍ଗମହଲରେ ଯୋଗ ଦେବି। ଏହି ପାର୍ଟିର ସ୍ବତ୍ୱାଧିକାରୀ ସତ୍ୟ ଜେନା ମୋତେ ସିଲେକଶନ କରିଛନ୍ତି ତାହା ମୋ ପାଇଁ ବଡ଼ କଥା। ବିଶେଷ ଭାବର ଜଣେ ଯୁବ ଖଳନାୟକ ଭାବରେ ସେ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିପାରିଛନ୍ତି। ମନୋଜ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସବୁ ରାଜନୀତି ରାଜଧାନୀରେ’ (ଅନଳ ନାଗରାଜ), ‘ଭୁଲ ହୋଇଗଲା ତୋତେ ଭଲ ପାଇ’ (ବିକାଶ ଚୌଧୁରୀ), ‘ଦି ଘଣ୍ଟାର ବୋହୂ ଦି ପଟ ଶଙ୍ଖା’ (ଡନ୍‌ ସାମନ୍ତରାୟ) ଏବଂ ‘ଫୁଲେଇ ଶିବାନୀ ରାଜଧାନୀରେ’ (ସନିଆ ପ୍ରଧାନ)। ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ସେ ଏବେ କଟକସ୍ଥିତ ଏମ୍‌ଏସ୍‌ ଲ’ କଲେଜରେ ଏଲ୍‌ଏଲ୍‌ବିର ତୃତୀୟ ବର୍ଷ ଛାତ୍ର। ତେବେ ଜଲିଉଡରେ ମନୋଜ କି କିମିଆ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ବିଶ୍ୱକପ୍‌ର କନିଷ୍ଠ, ବୟସ୍କ ଖେଳାଳି ସମ୍ପର୍କରେ ଜାଣନ୍ତୁ…

ଓ୍ବାଶିଂଟନ,୯।୬: ଦିନକ ପରେ ଫିଫା ବିଶ୍ୱକପ୍‌। ବିଶ୍ୱକପ୍‌ ପାଇଁ ଆମେରିକା, କାନାଡା ଏବଂ ମେକ୍ସିକୋରେ ଫୁଟବଲ ପ୍ରେମୀ ଆସି ପହଞ୍ଚି ଯାଇଛନ୍ତି। ପ୍ରସଂଶକ ନିଜ ନିଜ ଦେଶର…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଟିଏମସିରେ ବଢିଲା ବିଦ୍ରୋହ, ମମତାଙ୍କ ହାତ ଛାଡିବେ ସାୟନି ଘୋଷ!

କୋଲକାତା, ୧୦।୬: ବଙ୍ଗଳାରେ କ୍ଷମତା ପରିବର୍ତ୍ତନ ପରେ, ଟିଏମସି ତାସର ଘର ପରି ଭାଙ୍ଗି ପଡୁଥିବା ପରି ମନେ ହେଉଛି। ସୂତ୍ର ଅନୁଯାୟୀ, ଏପରି ରିପୋର୍ଟ ଅଛି…

ଘର ବିବାଦକୁ ନେଇ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା; ଜାମିନ ଆବେଦନ ଖାରଜ ହେବାରୁ ୨ ଯାଆଙ୍କୁ…

ଦିଗପହଣ୍ଡି,୧୦।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୋକର୍ଣ୍ଣପୁର ଗ୍ରାମ ବଡ଼ ସାହିର ଝୁନୁ ସେଠୀ ଓ ବୁଧି ସେଠୀ ୨ ଯାଆଙ୍କୁ ବୁଧବାର…

ଅପରେଶନ ବୈତରଣୀ: ୪ ହାଇୱା, ଜେସିବି, ଖନନ ଯନ୍ତ୍ର, ୩୩ ଟ୍ରାକ୍ଟର ଜବତ: ୩୮ ମାମଲା ରୁଜୁ…

ହାଟଡିହୀ/ଆନନ୍ଦପୁର/ବଞ୍ଚୋ, ୧୦।୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ):‘ଅପରେଶନ ବୈତରଣୀ’ର ଧାରାବାହିକତା ଏବଂ କେନ୍ଦୁଝର ଜିଲା ପୋଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଉପଖଣ୍ଡ ପୋଲିସ ପକ୍ଷରୁ…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ନବମ ଗ୍ରାମସଭା: ଏକର ପିଛା ଏତେ କୋଟି ଦାବି କଲେ ଗ୍ରାମବାସୀ

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ର ୧୨ଟି ମୌଜା ର ଜମି କୁ ନେଇ ପ୍ରସ୍ତାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri