ଲମ୍ବା ରେସ୍‌ର ଘୋଡ଼ା

ମନୋଜ କୁମାର ବରାଳ ଓରଫ ଗୁଲସନ୍‌। ସ୍କୁଲରେ ପଢ଼ିବା ବେଳେ ଏକକ ଅଭିନୟ ତାଙ୍କ ମନରେ ଅଭିନୟର ଆଶା ଜାଗ୍ରତ କରିଥିଲା। କଲେଜରେ ପଢ଼ିବା ସମୟରେ ଡ୍ରାମାରେ ଅଭିନୟ କରି ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥିଲେ ସେ। ୨୦୧୫ରେ ତାଙ୍କ କ୍ୟାରିୟରରେ ଆସିଥିଲା ଏକ ନୂଆ ମୋଡ଼। ଥିଏଟର ଜଗତରେ ପ୍ରବେଶ କରିଥିଲେ ମନୋଜ। ଅଗ୍ରଣୀ ଥିଏଟର ଅନୁଷ୍ଠାନ ଶତାବ୍ଦୀର କଳାକାର ଏବଂ ମିରର୍‌ ଥିଏଟର ଗ୍ରୁପ୍‌ରେ ସାମିଲ ହୋଇ ସେ ‘କିଙ୍ଗ୍‌ ଲିୟର, ପର କଲମ, ଯୋଦ୍ଧା, ଅର୍ଦ୍ଧନାରୀ, ବକ୍ସି ଜଗବନ୍ଧୁ, ଦେବୀ ଆଦି ପାଖାପାଖି ୪୦ଟି ଥିଏଟର ନାଟକରେ ନିଜ ଅଭିନୟ ଦକ୍ଷତା ଦେଖାଇଥିଲେ। ଏହି ସମୟରେ ତାଙ୍କର ସାକ୍ଷାତ୍‌ ହୋଇଥିଲା ଅପେରା ଜଗତର ନାମୀ ନିର୍ଦ୍ଦେଶକ ଲାଲା ବୀରେନ ରାୟଙ୍କ ସହ। ତାଙ୍କର କେଇ ପଦ କଥା ମନୋଜଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତା’ପରେ ଆଉ ସେ ଡେରି ନ କରି ଚଳିତ ଯାତ୍ରା ସିଜନରେ ଅପେରା ମଇଦାନରେ ପ୍ରବେଶ କରିଥିଲେ। ବର୍ତ୍ତମାନ ରାଜଧାନୀ ଅପେରାରେ ଅଭିନୟରତ ଏହି ଲମ୍ବା ରେସ୍‌ର ଘୋଡ଼ା ଆସନ୍ତା ଯାତ୍ରା ସିଜନ୍‌ରେ ଅଗ୍ରଣୀ ଅପେରା ପାର୍ଟି ଯାତ୍ରା ରଙ୍ଗମହଲରେ ଯୋଗ ଦେଉଛନ୍ତି। ନିଜ ଅଭିନୟ କ୍ୟାରିୟର ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ବାଲିକୁଦା ଅନ୍ତର୍ଗତ ଓଳାସ ଗ୍ରାମରେ ଜନ୍ମିତ ତଥା ୨୬ ବର୍ଷ ବୟସ୍କ ମନୋଜ କହନ୍ତି, ‘ଅଭିନୟ ନିଶା ମୋତେ ପାଗଳ କରିଦେଇଛି ବୋଲି କହିବି। ଥିଏଟର ହେଉ ଅବା ଅପେରା-ଅଭିନୟ ସମୟରେ ମୁଁ ଅନେକ କଥା ଶିଖିଛି। ମୁଁ ସବୁବେଳେ କିଛି ନିଆରା ଆକ୍ଟିଂ କରିବାକୁ ଚେଷ୍ଟା କରେ। ଆଉ ବରିଷ୍ଠ କଳାକାରଙ୍କ ନିକଟରୁ କିଛି ଶିଖିବାକୁ ପ୍ରୟାସ କରେ। ଏବେ ମୁଁ ଅପେରା ଜଗତରେ ନୂଆ। ଏଠାରେ କ୍ୟାରିୟର କରିବାକୁ ଆଶା ରଖିଛି। ଆସନ୍ତା ଯାତ୍ରା ସିଜନରେ ମୁଁ ଅପେରା ରଙ୍ଗମହଲରେ ଯୋଗ ଦେବି। ଏହି ପାର୍ଟିର ସ୍ବତ୍ୱାଧିକାରୀ ସତ୍ୟ ଜେନା ମୋତେ ସିଲେକଶନ କରିଛନ୍ତି ତାହା ମୋ ପାଇଁ ବଡ଼ କଥା। ବିଶେଷ ଭାବର ଜଣେ ଯୁବ ଖଳନାୟକ ଭାବରେ ସେ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିପାରିଛନ୍ତି। ମନୋଜ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ସବୁ ରାଜନୀତି ରାଜଧାନୀରେ’ (ଅନଳ ନାଗରାଜ), ‘ଭୁଲ ହୋଇଗଲା ତୋତେ ଭଲ ପାଇ’ (ବିକାଶ ଚୌଧୁରୀ), ‘ଦି ଘଣ୍ଟାର ବୋହୂ ଦି ପଟ ଶଙ୍ଖା’ (ଡନ୍‌ ସାମନ୍ତରାୟ) ଏବଂ ‘ଫୁଲେଇ ଶିବାନୀ ରାଜଧାନୀରେ’ (ସନିଆ ପ୍ରଧାନ)। ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ସେ ଏବେ କଟକସ୍ଥିତ ଏମ୍‌ଏସ୍‌ ଲ’ କଲେଜରେ ଏଲ୍‌ଏଲ୍‌ବିର ତୃତୀୟ ବର୍ଷ ଛାତ୍ର। ତେବେ ଜଲିଉଡରେ ମନୋଜ କି କିମିଆ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri