Posted inଖେଳ

ଲଢ଼େଇ କରି ଫେଡରରଙ୍କଠାରୁ ହାରିଲେ ନାଗଲ

ନ୍ୟୁୟର୍କ, ୨୭।୮ (ପି.ଟି.)- ନିଜର ପଦାର୍ପଣ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଖେଳିଥିବା ଭାରତୀୟ ଯୁବ ଟେନିସ ଖେଳାଳି ସୁମିତ୍‌ ନାଗାଲଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏଠାରେ ଆରମ୍ଭ ହୋଇଥିବା ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ର ପ୍ରଥମ ରାଉଣ୍ଡରେ ନାଗାଲଙ୍କ ମୁକାବିଲା ୨୦ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା କିମ୍ବଦନ୍ତୀ ଖେଳାଳି ରୋଜର ଫେଡରରଙ୍କ ସହ ହୋଇଥିଲା। ୨୨ ବର୍ଷୀୟ ନାଗଲ ଏହି ମ୍ୟାଚ୍‌ରେ ଲଢ଼େଇ କରିଥିଲେ ମଧ୍ୟ ୬-୪, ୧-୬, ୨-୬, ୪-୬ ସେଟ୍‌ରେ ଟେନିସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଫେଡରରଙ୍କ ନିକଟରୁ ପରାଜୟବରଣ କରିଥିଲେ। ପ୍ରଥମ ସେଟ୍‌କୁ ନାଗଲ ୬-୪ରେ ଜିତିନେଇ ଦୃଢ଼ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ୩ଟି ସେଟ୍‌କୁ କବ୍‌ଜା କରି ଫେଡରର ମ୍ୟାଚ୍‌କୁ ଏକପାଖିଆ ଭାବେ ଜିତିନେଇଥିଲେ। ଗତ ୨୦ ବର୍ଷ ମଧ୍ୟରେ ଚତୁର୍ଥ ଭାରତୀୟ ଟେନିସ ଖେଳାଳି ଭାବେ ନାଗଲ କୌଣସି ଗ୍ରାଣ୍ଡସ୍ଲାମର ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିଥିଲେ। ନାଗଲଙ୍କ ପୂର୍ବରୁ ସୋମଦେବ ଦେବକୁମାର, ୟୁକି ଭାମ୍ବ୍ରୀ ଓ ସାକେଥ୍‌ ମାଇନେନି ଗ୍ରାଣ୍ଡସ୍ଲାମ ମୁଖ୍ୟ ପର୍ଯ୍ୟାୟରେ ଖେଳିବାର ସେଭାଗ୍ୟ ଲାଭ କରିଥିଲେ। ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ମଧ୍ୟ ନାଗଲ ୫୮ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୪୧ ଲକ୍ଷ ୫୮ ହଜାର ଟଙ୍କା) ୟୁଏସ୍‌ ଓପନ୍‌ରୁ ଅର୍ଜନ କରିଛନ୍ତି। ‘ପ୍ରଥମ ସେଟ୍‌ ମୋ ପାଇଁ ବହୁତ କଷ୍ଟସାଧ୍ୟ ରହିଥିଲା। ନାଗଲ ବହୁତ ଭଲ ଖେଳିଲେ ଏବଂ ସେଥିଲାଗି ସମସ୍ତ ଶ୍ରେୟ ତାଙ୍କୁ ଦିଆଯିବ। ତେବେ ଆଶାନୁଯାୟୀ ଶେଷରେ ଭଲ ଫଳାଫଳ ରହିଥିଲା’ ବୋଲି ଫେଡରର ମ୍ୟାଚ୍‌ ପରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ କେନ୍ଦ୍ରରେ ୧୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ଗୁଡ଼ାରି,୧୯ା୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ୩ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୧ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ମୋଟ୍‌ ୫୩୭…

ରୋମାଣ୍ଟିକ ମୁଡ୍‌ରେ ସୁଇମିଂ ପୁଲ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଗର୍ଲ ଫ୍ରେଣ୍ଡକୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୧୯।୨: ICC T20 World Cup 2026 ମଧ୍ୟରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର…

ଭାରତ ସହ କ୍ରିକେଟ ସମ୍ପର୍କ ସୁଧାରିବାକୁ ବାଂଲାଦେଶର ଉଦ୍ୟମ; ତାରିକ୍ ରହମାନ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ ,୧୯।୨: ଭାରତ-ବାଂଲାଦେଶ କ୍ରିକେଟ ସମ୍ପର୍କରେ ସୁଧାର ପାଇଁ ଢାକାର ବଡ଼ ପଦକ୍ଷେପ। ୨୦୨୬ ଟି-୨୦ ବିଶ୍ୱକପ୍‌କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ମହମ୍ମଦ ୟୁନୁସଙ୍କ…

ପାକିସ୍ତାନର 2026 T20 World Cup ବିଜୟ ନିଶ୍ଚିତ? ଏହି ସଂଯୋଗ ଦେଖିଲେ ଆପଣ ବି ବିଶ୍ୱାସ କରିବାକୁ ବାଧ୍ୟ ହେବେ

ନୂଆଦିଲ୍ଲୀ,୧୯।୨: 2026 T20 World Cup ପାଇଁ ସୁପର ୮ ଦଳ ଚୂଡ଼ାନ୍ତ ହୋଇଛି। ଯଦିଓ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହୋଇନାହିଁ, କିନ୍ତୁ ପାକିସ୍ତାନ ବିଶ୍ୱକପ…

ବସ୍‌ ଧକ୍କାରେ ଓଲଟିପଡ଼ିଲା ଟ୍ରାକ୍ଟର, କଣ୍ଡକ୍ଟରଙ୍କ ସମେତ…

ଧୂଷୁରୀ,୧୯ା୨(ଦୀପ୍ତିରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ କୁଳେଇପଦା ଓ ଆରଡ଼ିର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର…

ଏହି ଦେଶର ପୂର୍ବତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ଜାଣନ୍ତୁ କ’ଣ କରିଛନ୍ତି ଅପରାଧ

ସିଓଲ,୧୯।୨: ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ୟୁନ ସୁକ-ୟେଓଲ ଏକ ବଡ଼ ଝଟକା ପାଇଛନ୍ତି। ଗୁରୁବାର (ଫେବୃଆରୀ ୧୯) ଦିନ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି…

ଭାରତର ପଡୋଶୀ ଦେଶରେ ବଡ଼ ଧରଣର ବିସ୍ଫୋରଣ, ଅତିକମରେ ୧୬ ମୃତ

ଇସଲାମାବାଦ,୧୯।୨: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରୁ ଏକ ଦୁଃଖଦ ଖବର ଆସିଛି। ଏକ ଆବାସିକ ଅଞ୍ଚଳରେ ଏକ ଶକ୍ତିଶାଳୀ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି।…

ଆଜିର ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୩୯ ପରୀକ୍ଷାର୍ଥୀ

ଲାଞ୍ଜିଗଡ଼,୧୯ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ୮ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାର ମାଟ୍ରିକ ପରୀକ୍ଷା ଦେଇଛନ୍ତି ୧୩୬୪ ଜଣ ଛାତ୍ରୀଛାତ୍ର। ଏହି ପରୀକ୍ଷା ଫେବୃଆରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri