ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ: ମିଳୁନାହିଁ ସର୍ବନିମ୍ନ ସହାୟକ ମୂଲ୍ୟ

ବଲାଙ୍ଗୀର ଅଫିସ, ୨୪ା୪ – ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଏକ ମୁଖ୍ୟ ଉପଜୀବ୍ୟ ଭାବେ ରହିଆସିଛି ା ଏହା ସେମାନଙ୍କ ସାମାଜିକ ସୁରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ା ଜଙ୍ଗଲରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ଲକ୍ଷାଧିକ ପରିବାର ସେମାନଙ୍କ ଗୁଜୁରାଣ ଓ ଦୈନନ୍ଦିନ ଖର୍ଚ୍ଚ ତୁଲାଇଥାନ୍ତି ା ତେବେ ଅଧିକାଂଶ ବନବାସୀଙ୍କୁ ଏସବୁ ଦ୍ରବ୍ୟର ଉଚିତ୍‌ ମୂଲ୍ୟ କିମ୍ବା ସର୍ବନିମ୍ନ ସହାୟକ ମୂଲ୍ୟ ମିଳେନାହିଁ। ଅତିକମ୍‌ ମୂଲ୍ୟରେ ବ୍ୟବସାୟୀମାନେ ସେମାନଙ୍କଠାରୁ ଲଘୁ ବନଜାତ ସଂଗ୍ରହ କରିନେଇ ମାଲାମାଲ ହୋଇଥାନ୍ତି ା ଏନେଇ ସରକାରଙ୍କ ବିଚିତ୍ର ଓ ତ୍ରୁଟିପୂର୍ଣ୍ଣ ନୀତି ହିଁ ଦାୟୀ ବୋଲି ଚର୍ଚ୍ଚା ହୋଇଆସିଛି ା
ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଗତ ୨୦ ତାରିଖରେ ରାଜ୍ୟର ୧୩ଟି ଜିଲାର ଜିଲାପାଳଙ୍କୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଦ୍ରବ୍ୟ ଶୃଙ୍ଖଳର ବର୍ଦ୍ଧିତ ମୂଲ୍ୟାଙ୍କନ ବ୍ୟବସ୍ଥା କରିବା ସକାଶେ ଚିଠି କରାଯାଇଛି ା ଉକ୍ତ ଚିଠିରେ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ସମ୍ବଲପୁର, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ନୂଆପଡା, ଗଜପତି ଓ ଦେବଗଡ ଏଭଳି ୧୩ଟି ଜିଲାର ନାମ ରହିଛି ା କରୋନା ସଂକ୍ରମଣ ସମୟରେ ଏହା ଉପରେ ଗୁରୁତ୍ୱ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା କରୋନାର ମଧ୍ୟ ଉଚିତ୍‌ ମୁକାବିଲା ହୋଇପାରିବ ବୋଲି ଉଲ୍ଲେଖ କରାଯାଇଛି। ତେବେ ଏହି ଚିଠିରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ ସମେତ ଅନ୍ୟ ୧୭ଟି ଜିଲାର ନାମ ନାହିଁ ା ଉପରୋକ୍ତ ଜିଲାର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକାରୀମାନେ କିଭଳି ସେମାନଙ୍କ ସଂଗୃହୀତ ଦ୍ରବ୍ୟ ବିକ୍ରି କରିବେ ଓ ଉଚିତ୍‌ ମୂଲ୍ୟ ପାଇବେ ତାହା ସ୍ପଷ୍ଟ ହୋଇନାହିଁ ା ଏହାକୁ ସରକାରଙ୍କ ପାତରଅନ୍ତର ନୀତି ବୋଲି ବଲାଙ୍ଗୀର ଜିଲା ଜଙ୍ଗଲ ସୁରକ୍ଷା ପରିଚାଳନା ଫୋରମ୍‌ ପକ୍ଷରୁ କୁହାଯାଇଛି ା
ବଲାଙ୍ଗୀର ଜିଲାରେ ଏବେ ମହୁଲ ଫୁଲ, ମହୁଲ ମଞ୍ଜି, ତେନ୍ତୁଳି, ଶାଳପତ୍ର, ନିମ୍ବ ମଞ୍ଜି, ଅଁଳା, ବାହାଡା ଓ ଅନ୍ୟ ବନଜାତ ଦ୍ରବ୍ୟ ବହୁଳ ପରିମାଣରେ ମିଳିଥାଏ ା ପ୍ରାୟ ଦୁଇବର୍ଷ ତଳେ ଓଡ଼ିଶା ବନ ଉନ୍ନୟନ ନିଗମ ଏବଂ ଆଦିବାସୀ ଉନ୍ନୟନ ସମବାୟ ନିଗମ ତରଫରୁ ଶାଖା ଖୋଲି ଜିଲାରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରାଯାଉଥିଲା ା ଜିଲାସ୍ତରରେ ମଧ୍ୟ କମିଟି ଗଠନ କରାଯାଇଥିଲା ା ଏବେ ଆଉ ଏହି କମିଟି ସକ୍ରିୟ ହୋଇନାହିଁ ା ଫଳରେ ବଲାଙ୍ଗୀର ଜିଲାର ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ଉଚିତ୍‌ ମୂଲ୍ୟ ପାଇବାରୁ ବଞ୍ଚତ୍ତ ହେବା ସହ ଏହାର ଉଚିତ୍‌ ବିକ୍ରୟ କରିପାରୁ ନ ଥିବା ଫୋରମ୍‌ ଆବାହକ କୁଳମଣି ସାହୁ ସୂଚନା ଦେଇଛନ୍ତି ା ଲକ୍‌ଡାଉନ୍‌ ଥିବା ଯୋଗୁ ଲୋକେ ଘରୁ ବାହାରି ନ ପାରି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିପାରୁ ନାହାନ୍ତି ା ସରକାର ବଲାଙ୍ଗୀର ସମେତ ରାଜ୍ୟର ଯେଉଁ ଜିଲାରେ ମଧ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ହେଉଛି ସେସବୁ ଜିଲାରେ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା ସହ ସେମାନଙ୍କ ସଂଗୃହୀତ ଦ୍ରବ୍ୟ କିଣିବାର ସୁବ୍ୟବସ୍ଥା କରିବାକୁ ଦାବି ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri