ଲଗାଣ ବର୍ଷାରେ ସ୍ଥିତି ବେହାଲ: ଖାଲୁଆ ଅଞ୍ଚଳ ଜଳମଗ୍ନ

ଭଦ୍ରକ ଅଫିସ, ୨୫।୧୦ – ଦୀପାବଳି ପୂର୍ବରୁ ଲଘୁଚାପଜନିତ ବର୍ଷାରେ ଭଦ୍ରକ ସହର ଅବସ୍ଥା ବେହାଲ ହୋଇଛି। ସହରର ଖାଲୁଆ ଅଞ୍ଚଳରେ ପାଣି ଜମିରହି ସ୍ଥିତି ସଙ୍ଗିନ କରିଛି। ବର୍ଷା ବୁଧବାରଠାରୁ ଆରମ୍ଭ ହୋଇ ଗୁରୁବାର ଦିନତମାମ ଲାଗିରହିଥିଲା। ଦୁଇଦିନର ଏହି ଲଗାଣ ବର୍ଷା କାରଣରୁ ପୌରାଞ୍ଚଳର ବିଭିନ୍ନ ୱାର୍ଡ ଜଳମଗ୍ନ। ବିଶେଷ କରି ପୌରାଞ୍ଚଳର ୫ ଓ ୮ ନଂ. ୱାର୍ଡ, କୁଅଁାସ, ବନ୍ତଛକ, ଅପର୍ତ୍ତିବିନ୍ଧା ନୂଆକଲୋନୀ, ବନ୍ତଛକ ଏଲ୍‌ଆଇସି ପଛପାଖ, ଚରମ୍ପା ଆଦି ଅଞ୍ଚଳରେ ବର୍ଷାପାଣି ନିଷ୍କାସିତ ହୋଇପାରୁ ନ ଥିବା ଜଣାପଡ଼ିଛି। ଚରମ୍ପା ଅଞ୍ଚଳର ୫ ନଂ ୱାର୍ଡର ଅଧିକାଂଶ ଅଞ୍ଚଳରେ ଡ୍ରେନ ନ ଥିବା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ୱାର୍ଡର ବହୁସଂଖ୍ୟକ ଲୋକଙ୍କ ଘରେ ବର୍ଷାଜଳ ପ୍ରବେଶ କରିଛି। ୱାର୍ଡର ବିଭିନ୍ନ ସ୍ଥାନରେ ୨ ଫୁଟ ଉଚ୍ଚର ବର୍ଷାଜଳ ଜମି ରହିଛି। ସେହିପରି ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ ଯୋଗୁ ଜିଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ କୋର୍ଟ ପରିସର, ଭଦ୍ରକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାଣି ଜମି ରହିଛି। ସହରର ମୁଖ୍ୟସ୍ଥଳ କୁହାଯାଉଥିବା ବନ୍ତ-ଅପର୍ତ୍ତିବିନ୍ଧା ଛକ ରାସ୍ତାରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଲହଡ଼ି ଭାଙ୍ଗିଥିଲା। ପୌରପାଳିକା ପକ୍ଷରୁ ଚନ୍ଦନବଜାର, ଲୁଣିଆମହଲା, ୧୩ ନଂ. ୱାର୍ଡ, ଟ୍ରେଜେରିପାଖ, ଉପର ବାଗୁରାଇ, ପ୍ରଫୁଲ୍ଲନଗର, ଚରମ୍ପା ବାସୁଳିପଦା ଆଦିବାସୀ କଲୋନୀ, ଏଲ୍‌ଆଇସି ଅଫିସ୍‌ ପାଖ ଆଦି ଅଞ୍ଚଳରେ ଜେସିବି ଲଗାଇ ଜମି ରହିଥିବା ବର୍ଷାପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯାଇଛି।
ତେବେ ଜିଲା ସାରା ଏଭଳି ବର୍ଷା ଲାଗି ରହିଥିବା ଜଣାପଡ଼ିଛି। ଜିଲାର ବିଭିନ୍ନ ବ୍ଲକରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ ଭଦ୍ରକରେ ୩୫ ମିଲିମିଟର, ଭଣ୍ଡାରିପୋଖରୀରେ ୪୫, ବାସୁଦେବପୁରରେ ୨୭, ବନ୍ତରେ ୪୫.୩, ଚାନ୍ଦବାଲିରେ ୭୩.୭, ଧାମନଗରରେ ୮୨ ଓ ତିହିଡ଼ିରେ ୩୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri